16.1 C
Bhubaneswar
Thursday, January 16, 2025
Homeକରୋନାବୁଷ୍ଟର ଡୋଜ ନେବା ପାଇଁ ପରାମର୍ଶ ଦେଲେ ସିବିକେ ମହାନ୍ତି

ବୁଷ୍ଟର ଡୋଜ ନେବା ପାଇଁ ପରାମର୍ଶ ଦେଲେ ସିବିକେ ମହାନ୍ତି

ନୂଆଦିଲ୍ଲୀ: ପୁଣି ସାରା ବିଶ୍ୱରେ ଖେଳିଯାଇଛି କରୋନାର ଆତଙ୍କ । ନୂଆ ସବ୍ ଭାରିଆଣ୍ଟ ବିଏଫ.୭ ଚୀନ ସମେତ ବିଭିନ୍ନ ଦେଶରେ ସଂକ୍ରମଣ ବ୍ୟାପିବାରେ ଲାଗିଛି । ଭାରତରେ ମଧ୍ୟ ଏହି ଭାରିଆଣ୍ଟରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତେଣୁ ଯଥାସମ୍ଭବ ସତର୍କ ରହିବା ପାଇଁ ପ୍ରଶାସନ ପକ୍ଷରୁ ସୂଚନା ଜାରି କରାଯାଉଛି । ତେବେ ବିଶେଷ କରି ବୁଷ୍ଟର ହୋଜ ନେଇ ନଥିବା ଲୋକମାନଙ୍କୁ ଟୀକାଗ୍ରହଣ କରିବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ଡିଏମଇଟି ସିବିକେ ମହାନ୍ତି ।

ସମ୍ପ୍ରତି ଚୀନରେ ସଂକ୍ରମଣ ଏବେ ସାରା ବିଶ୍ୱକୁ ସ୍ତବ୍ଧ କରିଛି । ଓମିକ୍ରନର ଏକ ପ୍ରଜାତି ବିଏଫ-୭ ଭାରିଆଣ୍ଟ ବିଶ୍ୱର କିଛି ଦେଶକୁ ଆକ୍ରନ୍ତ କରିଛି । ତେବେ ତୃତୀୟ ଲହରରେ ବହୁତ ଅଧିକ ସଂକ୍ରମଣ ରେକର୍ଡ କରାଯାଇଥିଲା । କରୋନାର ଏହି ଭାରିଆଣ୍ଟ ଭାରତକୁ ସଂକ୍ରମଣ କରିବ କି ନାହିଁ ତାହା ଏବେ କହିବା କଷ୍ଟକର ବୋଲି କୁହାଯାଇଛି । ତେବେ ଜୁଲାଇରେ ଏହା ଚିହ୍ନଟ ହୋଇଥିଲେ ବି କାହାକୁ ସଂକ୍ରମିତ କରିନି । ଆଗରୁ ସାବଧାନ ରହିଲେ ପରିସ୍ତିତିକୁ ମୁକାବିଲା କରିପାରିବା ବୋଲି କହିଛନ୍ତି ସିବିକେ ମହାନ୍ତି ।

ସବୁଠୁ ବଡ କଥା ହେଉଛି ଗତ ୨ ମାସ ଭିତରେ ଏସସିବିରେ କୌଣସି ପଜିଟିଭ ଚିହ୍ନଟ ହୋଇନାହିଁ । ତେବେ ଆକ୍ରାନ୍ତ ଚିହ୍ନଟ ହେଲେ ତୁରନ୍ତ ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ଆଲର୍ଟ ରହିଛନ୍ତି ଅନେକ ହସ୍ପିଟାଲ । ବ୍ୟବସ୍ଥା ପ୍ରତି ଆସ୍ଥା ରଖି ନିଜ ପ୍ରତି ଯତ୍ନବାନ ହେବାକୁ ପରାମର୍ଶ ଦିଆଯାଇଛି । ଭାରତରେ ପ୍ରାୟ ଲୋକେ ଟୀକା ନେଇ ସାରିଛନ୍ତି । କିନ୍ତୁ ଯେଉଁମାନେ ନେଇ ନାହାନ୍ତି, ସେମାନଙ୍କୁ ଖୁବଶୀଘ୍ର ଟୀକା ନେବା ପାଇଁ ପରାମର୍ଶ ଦେଇଛନ୍ତି ପୂର୍ବତନ ଡିଏମଇଟି ସିବିକେ ମହାନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking