34.1 C
Bhubaneswar
Thursday, March 28, 2024
Homeଓଡିଶାନୂଆବର୍ଷରେ ବିଜେଡିର ନୂଆ ଟିମ୍‌

ନୂଆବର୍ଷରେ ବିଜେଡିର ନୂଆ ଟିମ୍‌

ଭୁବନେଶ୍ୱର: ପୁନଗର୍ଠନ ହେଲା ବିଜେଡିର ଗଣମାଧ୍ୟମ ଟିମ୍ । ବିଜୁ ଜନତା ଦଳର ରାଷ୍ଟ୍ରୀୟ ମୁଖପାତ୍ର ହେଲେ ସାଂସଦ ମାନସ ମଙ୍ଗରାଜ । ଏହା ସହିତ ପୂର୍ବତନ ସାଂସଦ ପ୍ରସନ୍ନ ଆଚାର୍ଯ୍ୟ, ପିନାକୀ ମିଶ୍ର, ଶର୍ମିଷ୍ଠା ସେଠୀ, ଡ. ସସ୍ମିତ ପାତ୍ର ରାଷ୍ଟ୍ରୀୟ ମୁଖପାତ୍ର ଭାବେ ନିଯୁକ୍ତ ହୋଇଛନ୍ତି । ଏନେଇ ଦଳର ସଭାପତି ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ ବିଜ୍ଞପ୍ତି ଜାରି କରିଛନ୍ତି ।

ସେହିପରି ଦଳର ମୁଖପାତ୍ର ଭାବେ ବିଧାୟକ ଦେବୀପ୍ରସାଦ ମିଶ୍ର, ବିଧାୟିକା ସ୍ନେହାଙ୍ଗୀନି ଛୁରିଆ, ସାଂସଦ ଚନ୍ଦ୍ରାଣୀ ମୁର୍ମୁ, ବିଜେଡି ନେତା ପ୍ରଦୀପ ମାଝୀ, ଅନୁଭବ ପଟ୍ଟନାୟକ, ସଞ୍ଜୟ ବାବୁ, ଶ୍ରୀମୟୀ ମିଶ୍ର, ଚିନ୍ମୟ କୁମାର ସାହୁ, ଡାକ୍ତର ହରିଶ ଚୌଧୁରୀ, ଗୌତମ ବୁଦ୍ଧ ଦାସ, ଅମିତ ମଲ୍ଲିକ, ତୁମ୍ବନାଥ ପଣ୍ଡା, ଓମ ପ୍ରକାଶ ସାହୁ, ପ୍ରିୟବ୍ରତ ମାଝି ଓ ସାଂସଦ ସୁଲତା ଦେଓ ନିଯୁକ୍ତ ହୋଇଛନ୍ତି ।

ଅନ୍ୟ ପକ୍ଷରେ ଗଣମାଧ୍ୟମର ପ୍ୟାନେଲିଷ୍ଟ ଭାବେ ୯ଜଣଙ୍କୁ ଦାୟିତ୍ୱ ମିଳିଛି । ସେମାନେ ହେଲେ ଇପସିତା ସାହୁ, ମଧୁସ୍ମିତା ନାୟକ, ସୋଫିଆ ଆଲାମ୍, ମହିକିତା ମିଶ୍ର, ଲୋରା ମହାପାତ୍ର, ସ୍ବାଗତିକା ମହାନ୍ତି, ସ୍ବୟଂପ୍ରକାଶ ମହାପାତ୍ର ଏବଂ ଅପୂର୍ବ ଅପରୂପା ଗଣମାଧ୍ୟମ ପାନେଲିଷ୍ଟ ଭାବେ ନିଯୁକ୍ତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking