37.1 C
Bhubaneswar
Saturday, May 18, 2024
Homeବ୍ରେକୀଙ୍ଗଧଳସାମନ୍ତଙ୍କ ଘରେ ଚଢାଉ

ଧଳସାମନ୍ତଙ୍କ ଘରେ ଚଢାଉ

ଭୁବନେଶ୍ୱର: ଆଜି ଧଳସାମନ୍ତଙ୍କ ସିଡିଏସ୍ଥିତ ବାସଭବନ ଉପରେ ଚଢାଉ କରାଯାଇଛି । ସେଠାରୁ ବିପୁଳ ପରିମାଣର ଗୁଳି ଓ ୮ଟି ବନ୍ଧୁକ ଜବତ କରାଯାଇଛି । ଏବେ ବି ସେଠାରେ ଚଢାଉ ଜାରି ରହିଛି । ବାଲିଘାଟ ମାଲିକ ଓ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିବା ଅଭିଯୋଗରେ ଧଳସାମନ୍ତ ଭ୍ରାତାଙ୍କ ୩ ସହଯୋଗୀଙ୍କୁ ସିଡିଏ ସେକ୍ଟର-୨ ଥାନା ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟଚାଲାଣ କରିଥିଲା ।  ଗିରଫ ସମସ୍ତ ଅଭିଯୁକ୍ତ ହେଉଛନ୍ତି ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତାଙ୍କ ସହଯୋଗୀ। ଦୁଇ ଭାଇ ସୁଶାନ୍ତ ଓ ସୁଶୀଲ ଧଳସାମନ୍ତ ଜେଲ ଯିବା ପରଠାରୁ ରଞ୍ଜିତା ଏବଂ ସୁଚିତ୍ର ସେମାନଙ୍କ ଆପରାଧିକ କାରବାର ସମ୍ଭାଳୁଥିଲେ। ଦାଦାବଟି ଠାରୁ ଆରମ୍ଭ କରି ଟେଣ୍ଡର ଫିକ୍ସିଂ ଯାଏ ସବୁ ବୁଝୁଥିଲେ। କିଛିଦିନ ହେବ ସେମାନେ ସେକ୍ଟର-୧୧ ଗଡ଼ା କାଠଯୋଡ଼ି ବାଲିଘାଟର ଜନୈକ ଠିକାଦାରଙ୍କୁ ଲକ୍ଷାଧିକ ଟଙ୍କା ଦାଦାବଟି ମାଗିଥିଲେ। ସେ ଟଙ୍କା ଦେବାକୁ ମନା କରିବାରୁ ରଞ୍ଜିତା ଓ ଅନ୍ୟମାନେ ସମ୍ପୃକ୍ତ ଠିକାଦାରଙ୍କୁ ଧମକ ଦେଇଆସୁଥିଲେ। ଏପରି କି ବାଲିଘାଟରୁ ବାଲି ଲୋଡ୍‌ ଟ୍ରକକୁ ସେମାନେ ଅଟକ ରଖୁଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking