16.1 C
Bhubaneswar
Thursday, January 9, 2025
Homeଦେଶ ବିଦେଶସନାତନ ଧର୍ମ ଉପରେ ଟିପ୍ପଣୀ ମାମଲା; ଉଦୟନିଧି ଷ୍ଟାଲିନ୍‌ଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ସନାତନ ଧର୍ମ ଉପରେ ଟିପ୍ପଣୀ ମାମଲା; ଉଦୟନିଧି ଷ୍ଟାଲିନ୍‌ଙ୍କୁ ସୁପ୍ରିମ୍‌କୋର୍ଟ ନୋଟିସ୍‌

ନୂଆଦିଲ୍ଲୀ : ସନାତନ ଧର୍ମ ବିରୋଧରେ ଟିପ୍ପଣୀ ମାମଲାରେ ତାମିଲନାଡ଼ୁର ମନ୍ତ୍ରୀ ଉଦୟନିଧି ଷ୍ଟାଲିନ୍‌ଙ୍କ ବିରୋଧରେ ଏଫ୍‌ଆଇଆର୍ ରୁଜୁ ପାଇଁ ହୋଇଥିବା ପିଟିସନ୍‌ର ଶୁଣାଣି କରିବାକୁ ସୁପ୍ରିମ୍‌କୋର୍ଟ ରାଜି ହୋଇଛନ୍ତି । ଏହାକୁ ନେଇ କୋର୍ଟ ତାମିଲନାଡ଼ୁ ସରକାର, ଉଦୟନିଧି ଷ୍ଟାଲିନ୍‌, ଏ. ରାଜା, ସିବିଆଇ ଏବଂ ଅନ୍ୟ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି । ତେବେ କୋର୍ଟ ଏହାକୁ ହେଟ୍ ସ୍ପିଚ୍ ପିଟିସନ୍ ସହ ଯୋଡ଼ିବାକୁ ମନା କରିଦେଇଛନ୍ତି । ସୂଚନାଯୋଗ୍ୟ ସୁପ୍ରିମ୍‌କୋର୍ଟ ଉଦୟନିଧି ଏବଂ ସନାତନ ଧର୍ମ ଉନ୍ମୁଳନ ସମ୍ମେଳନର ଆୟୋଜକଙ୍କ ବିରୋଧରେ ମୋକଦ୍ଦମା ରୁଜୁ ପାଇଁ ନିର୍ଦ୍ଦେଶ ଦେବାକୁ ହୋଇଥିବା ପିଟିସନ୍‌ର ସୁପ୍ରିମ୍‌କୋର୍ଟ ଶୁଣାଣି କରୁଥିଲେ ।

ସେପ୍ଟେମ୍ବର ୨ରେ ଆୟୋଜିତ ସନାତନ ଧର୍ମ ଉନ୍ମୁଳନ ସମ୍ମେଳନରେ ରାଜ୍ୟର ମନ୍ତ୍ରୀମାନଙ୍କ ଅଂଶଗ୍ରହଣ ଅସାମ୍ବିଧାନିକ ଏବଂ ଏହା ଭାରତୀୟ ସମ୍ବିଧାନର ଅନୁଚ୍ଛେଦ ୨୫ ଏବଂ ୨୬ର ଉଲ୍ଲଂଘନ ଘୋଷଣା କରିବାକୁ ପିଟିସନ୍‌ରେ ଦାବି କରାଯାଇଛି । ଏହା ସହିତ ମାମଲାର ସିବିଆଇ ତଦନ୍ତ ପାଇଁ ମଧ୍ୟ ଦାବି କରାଯାଇଛି । ସୂଚନାଯୋଗ୍ୟ, ଗତ ଦୁଇ ତାରିଖରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଏମ୍‌କେ ଷ୍ଟାଲିନ୍‌ଙ୍କ ପୁତ୍ର ଉଦୟନିଧି ଷ୍ଟାଲିନ୍ ସନାତନ ଧର୍ମକୁ ଡେଙ୍ଗୁ, ମ୍ୟାଲେରିଆ ସହିତ କରିଥିଲେ । ଏହା ସହିତ ସତାନତ ଧର୍ମ ସମାନତା ଏବଂ ସାମାଜିକ ନ୍ୟାୟ ବିରୋଧୀ ଏବଂ ଏହାକୁ ଖତମ୍ କରିବା ଉଚିତ ବୋଲି କହିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking