25.1 C
Bhubaneswar
Monday, February 17, 2025
Homeଦେଶ ବିଦେଶକାର ଦୁର୍ଘଟଣାରେ ଚାଲିଗଲା ମା ସହ ଚାରି ଛୁଆଙ୍କ ଜୀବନ

କାର ଦୁର୍ଘଟଣାରେ ଚାଲିଗଲା ମା ସହ ଚାରି ଛୁଆଙ୍କ ଜୀବନ

ଗୋରଖପୁର: ଛତିଶଗଡରୁ ଉତ୍ତରପ୍ରଦେଶର ମଧୁବନରେ ଥିବା ନିଜ ଘରକୁ ଫେରୁଥିବାବେଳେ କାର ଦୁର୍ଘଟଣାରେ ମା ସହ ଚାରି ଜଣ ଛୁଆଙ୍କ ଜୀବନ ଚାଲିଯାଇଛି | କୁହାଯାଉଛି ଯେ, ଦୃତ ଗତିରେ ଆସୁଥିବା କାର ଅନିୟନ୍ତ୍ରିତ ହୋଇ ରାସ୍ତା କଡ଼ରେ ଥିବା ଏକ ଖାଲରେ ଓଲଟି ପଡିଥିଲା । ଆଉ ଏହି ଦୁର୍ଘଟଣାରେ ଚାରି ପିଲାଙ୍କ ସମେତ ଜଣେ ମହିଳାଙ୍କର ମୃତ୍ୟୁ ଘଟିଛି । ଦୁଇ ଆହତଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ ଜିଲ୍ଲା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସମସ୍ତ ଲୋକ ଗୋରଖପୁରର ହୋଇଥିବାବେଳେ ସେମାନେ ଛତିଶଗଡରୁ ଫେରୁଥିଲେ । ରାତିରେ ଦୁର୍ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୁଲିସ ଏବଂ ସ୍ଥାନୀୟ ଲୋକ ସମସ୍ତଙ୍କୁ ଉଦ୍ଧାର କରିଥିଲେ । କିନ୍ତୁ ଘଟଣାସ୍ଥଳରେ ହିଁ ୪ ଜଣଙ୍କର ଜୀବନ ଚାଲିଯାଇଥିଲା ।

ସୂଚନା ମୁତାବକ ଛତିଶଗଡରୁ ଉତ୍ତରପ୍ରଦେଶ ଗୋରଖପୁରର ମଧୁବନ୍ ନଗରର ପ୍ରେମ ମୋଦନୱାଲଙ୍କ ଘରକୁ ସମ୍ପର୍କୀୟମାନେ ଆସୁଥିଲେ । କିନ୍ତୁ ଶନିବାର ବିଳମ୍ବିତ ରାତିରେ କାର ନିୟନ୍ତ୍ରଣ ହରାଇ ବେଲାଉଲିଠାରେ ଏକ ଗାତରେ ଓଲଟି ପଡିଥିଲା । ଆଉ ଏହି ଦୁର୍ଘଟଣାରେ କାରରେ ଥିବା ଜଣେ ମହିଳାଙ୍କ ସମେତ ୫ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ମଧ୍ୟରେ ମମତା (୩୫), ଶଶି (୧୩), ମାୟାଙ୍କ(୬), ମାହି (୪) ଏବଂ ଦିବ୍ୟଶ (୮) ରହିଛନ୍ତି । ସୂଚନା ପାଇବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଇଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking