ନୂଆଦିଲ୍ଲୀ: କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି କାନ୍ନାଡା ଭାରତ ଓ ପାକିସ୍ତାନରୁ ବିମାନ ଉଡାଣ ଉପରେ ୩୦ ଦିନ ପାଇଁ ରୋକ ଲଗାଇଥିବା ଗୁରୁବାର କହିଛି ।
ପରିବହନ ମନ୍ତ୍ରୀ ଓମାର ଅଲଘାବ୍ରା କହିଛନ୍ତି, ଏହି ନିଷେଧାଦେଶ ଗୁରୁବାରଠୁ ଆରମ୍ଭ ହୋଇଛି । ଭାରତରେ ୩୧୪୦୦୦ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ଗତ ୨୪ ଘଣ୍ଟା ମଧ୍ୟରେ । ତେବେ କାର୍ଗୋ ଫ୍ଲାଇଟ ଭାରତ ଓ ପାକିସ୍ତାନରୁ ଜାରି ରହିବ ।
ସ୍ୱାସ୍ଥ୍ୟ ମନ୍ତ୍ରୀ ପାଟ୍ଟି ହାଜଦୁ କହିଛନ୍ତି, ଭାରତରୁ ଯାତ୍ରୀ ପ୍ଲେନରେ ଆସି କାନ୍ନାଡାରେ ପହଂଚିବା ପରେ ଟେଷ୍ଟି କରି କରୋନା ପଜିଟିଭ ଚିହ୍ନଟ ହେଉଛନ୍ତି । ସେହିଭଳି ପାକିସ୍ତାନରୁ ଟ୍ରାଭେଲିଂ କରୁଥିବା ଯାତ୍ରୀଙ୍କ ମଧ୍ୟରେ ମଧ୍ୟ ଅଧିକାଂଶ କରୋନା ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଯେତେବେଳେ ବୈଜ୍ଞାନିକ ଓ ଗେବେଷକମାନେ ସେହି ଭାରିଏଣ୍ଟକୁ ଚିହ୍ନିପାରୁଛନ୍ତି, ସେହି ସବୁ ଦେଶରୁ ଯାତ୍ରା ବନ୍ଦ କରାଯିବା ଉଚିତ ବୋଲି ସେ କହିଛନ୍ତି ।
ପ୍ରାୟ ୧ ମିଲିଅନ ଲୋକେ କାନ୍ନାଡାରେ ବାସ କରନ୍ତି ଯେଉଁମାନେ ଭାରତୀୟ ବଂଶୋଦ୍ଭବ ।
ବ୍ରାଜିଲରୁ କାନ୍ନାଡାକୁ କୌଣସି ସିଧା ଫ୍ଲାଇଟ ନାହିଁ । ଯେଉଁଠାରେ ମାମଲା ବୃଦ୍ଧି ପାଉଛି । କାନ୍ନାଡାରେ ଟିକାକରଣ ପ୍ରକ୍ରିୟା ବୃଦ୍ଧି ହୋଇଛି । ହେଲେ ଭାଇରସ ବିରୋଧରେ ସଠିକ ପଦକ୍ଷେପ ଗ୍ରହଣ ନକରିବା ଦ୍ୱାରା ଅଣ୍ଟାରିଓରେ ତୃତୀୟ ସଂକ୍ରମଣ ଲହର ସୃଷ୍ଟି ହୋଇଥିବା ସ୍ୱାସ୍ଥ୍ୟ ବିଶେଷଜ୍ଞ କହିଛନ୍ତି ।
ସେହିଭଳି ୟୁଏଇ, ଅଷ୍ଟ୍ରଲିଆ, ଓମାନ ମଧ୍ୟ ଭାରତରୁ ବିମାନ ଉଡାଣ ଉପରେ ପ୍ରତିବନ୍ଧକ ଲଗାଇଥିବା ସୂଚନା ମିଳିଛି ।
ଆମେରିକାନଙ୍କୁ ମଧ୍ୟ ଭାରତକୁ ଆସିବା ଉପରେ ରୋକ ଲଗାଯାଇଛି କୋଭିଡ ସଂକ୍ରମଣ ବୃଦ୍ଧି କାରଣରୁ । ଏନେଇ ୟୁଏସ ସେଣ୍ଟର ସେଣ୍ଟର ଫର୍ ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ ପକ୍ଷରୁ କୁହାଯାଇଛି ।
ବୋରିସ ଜନସନଙ୍କ ସରକାର ବି ସୋମବାର ଭାରତରୁ ପ୍ରବେଶ ଉପରେ କଟକଣା ଲଗାଇଛନ୍ତି ।
ନ୍ୟୁଜିଲାଣ୍ଡ ପ୍ରାଇମ ମିନିଷ୍ଟର ଜସିଣ୍ଡା ଆର୍ଡେର୍ଣ୍ଣ ଏପ୍ରିଲ ୮ରେ ଭାରତରୁ ଯାତ୍ରୀ ନ୍ୟୁଜିଲାଣ୍ଡକୁ ପ୍ରବେଶ କରିପାରିବେ ନାହିଁ । ଏପ୍ରିଲ ୧୧ରୁ ଏପ୍ରିଲ ୨୮ ପର୍ଯ୍ୟନ୍ତ ଏହା ଜାରି ରହିବ ।
ସେହିଭଲି ହଂକଂ ବି ଭାରତ, ପାକିସ୍ତାନ ଓ ଫିଲିପାଇନ୍ସରୁ ବିମାନ ଉଡାଣ ଉପରେ ଏପ୍ରିଲ ୨୦ରୁ ୨ ସପ୍ତାହ ପାଇଁ ରୋକ ଲଗାଇଛି । ଏନ୫୦୧ଓାଇ ମ୍ୟୁଟାଣ୍ଟ କୋଭିଡ ଷ୍ଟ୍ରେନ ଜଣାପଡିବା ପରେ ।
ସେହିଭଳି ସିଙ୍ଗାପୁର ବି ଏପ୍ରିଲ ୨୪ ତାରିଖରୁ ଭାରତରୁ ସିଙ୍ଗାପୁର ପ୍ରବେଶ ଉପରେ କଟକମା ଲଗାଇଛି ।
ଓମାନ ବି ପରବର୍ତୀ ଆଦେଶ ନଆସିବା ପର୍ଯ୍ୟନ୍ତ ଭାରତରୁ ବିମାନ ଉଡାଣ ଉପରେ ରୋକ ଲଗାଇଛି ।
ଏହି ଶ୍ରେଣୀରେ ବୁଧବାର ଫ୍ରାନ୍ସ ଭିତରେ ପ୍ରବେଶ ଉପରେ କଟକଣା ଲଗାଇଛି । ଯାହା ଶନିବାରଠୁ କାର୍ଯ୍ୟକାରୀ ହେବ ।
ୟୁଏଇ ମଧ୍ୟ ଭାରତରୁ ସମସ୍ତ ବିମାନ ଉଡାଣ ଉପରେ ରହିତାଦେଶ ଜାରି କରିଛି । ସାଉଦି ଆରବ ମଧ୍ୟ ୨୦ ଦେଶର ଆନ୍ତର୍ଜାତୀୟ ଯାତ୍ରା ଉପରେ କଟକଣା ଲଗାଇଛନ୍ତି । ଯାହା ମଧ୍ୟରେ ଭାରତ ବି ସାମିଲ ରହିଛି । ମେ ୧୭ ପରେ ଏହି କଟକଣା ଉଠିବ ବୋଲି କୁହାଯାଇଛି ।
କାନ୍ନାଡା ମଧ୍ୟ ଭାରତ ଓ ପାକିସ୍ତାନରୁ ବିମାନ ଉଡାଣ ଉପରେ ରୋକ ଲଗାଇଥିବା ନେଇ ଗୁରୁବାର ଘୋଷଣା କରିଛି । ତେବେ ଏଥିରୁ କାର୍ଗୋ ବିମାନ ବାଦ୍ ରହିଛି ।