29.4 C
Bhubaneswar
Sunday, May 18, 2025
Homeଓଡିଶାଭିସୁଟ୍ର ରୂପାନ୍ତର ନିମନ୍ତେ ୨ ହଜାର କୋଟି ଟଙ୍କା ବ୍ୟୟରେ ଇନଷ୍ଟିଚ୍ୟୁଟ ଡେଭଲପମେଣ୍ଟ ପ୍ଲାନକୁ କ୍ୟାବିନେଟ...

ଭିସୁଟ୍ର ରୂପାନ୍ତର ନିମନ୍ତେ ୨ ହଜାର କୋଟି ଟଙ୍କା ବ୍ୟୟରେ ଇନଷ୍ଟିଚ୍ୟୁଟ ଡେଭଲପମେଣ୍ଟ ପ୍ଲାନକୁ କ୍ୟାବିନେଟ ମଞ୍ଜୁରୀ

ଭୁବନେଶ୍ଵର: ବୀର ସୁରେନ୍ଦ୍ର ସାଏ ବୈଷୟିକ ବିଶ୍ଵବିଦ୍ୟାଳୟର ରୂପାନ୍ତର ନିମନ୍ତେ ୨ ହଜାର କୋଟି ଟଙ୍କା ବ୍ୟୟରେ ଇନଷ୍ଟିଚ୍ୟୁଟ ଡେଭଲପମେଣ୍ଟ ପ୍ଲାନକୁ କ୍ୟାବିନେଟ ମଞ୍ଜୁରୀ। ଏହି ଯୋଜନା କାର୍ଯ୍ୟକାରୀ ହେବା ଦ୍ଵାରା ଭିସୁଟ୍ ଅନେକ ମଲ୍ଟି ଡିସିପ୍ଲିନାରୀ ଟିଚିଙ୍ଗ୍ ଏବଂ ରିସର୍ଚ୍ଚ ପାଠ୍ୟକ୍ରମ ଉପସ୍ଥାପନ କରିପାରିବ। ଏହା ଗୋଟିଏ ପଟେ ଏକାଡେମିକ୍ ଏବଂ ଅନୁସନ୍ଧାନ ସମ୍ପ୍ରଦାୟ ଏବଂ ଅନ୍ୟ ପଟେ ଶିଳ୍ପ ମଧ୍ୟରେ ସହଯୋଗ ଏବଂ ପାରସ୍ପରିକ ସମ୍ପର୍କ ବୃଦ୍ଧି ପାଇଁ କେନ୍ଦ୍ର ଭାବରେ କାର୍ଯ୍ୟ କରିବ।
୧୯୫୬ ମସିହାରେ ଭିସୁଟ୍ ୟୁନିଭରସିଟି କଲେଜ ଅଫ୍ ଇଞ୍ଜିନିୟରିଂ ନାମରେ ଏକ ଇଞ୍ଜିନିୟରିଂ କଲେଜ ଭାବରେ ପ୍ରତିଷ୍ଠିତ ହୋଇଥିଲା। ଏହା ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ ଏହାର ପ୍ରୟୋଗ, ସ୍ଥାପତ୍ୟ, ଯୋଜନା, ପରିଚାଳନା ଏବଂ ପ୍ରୟୋଗ ବିଜ୍ଞାନ ସହିତ ଇଞ୍ଜିନିୟରିଂ ଏବଂ ଟେକ୍ନୋଲୋଜିରେ ଶିକ୍ଷା, ଅନୁସନ୍ଧାନ ଏବଂ ତାଲିମକୁ ପ୍ରୋତ୍ସାହିତ କରୁଛି। ଗତ ୬୬ ବର୍ଷ ମଧ୍ୟରେ ବିଶ୍ଵବିଦ୍ୟାଳୟ ୪୦ ହଜାରରୁ ଅଧିକ ଇଞ୍ଜିନିୟର ସୃଷ୍ଟି କରିଛି। ଏହାର ଭିତ୍ତିଭୂମି, ଶିଳ୍ପ ଅଭିବୃଦ୍ଧି ଏବଂ ରାଜ୍ୟ ତଥା ଦେଶର ସାମାଜିକ ଓ ବୈଷୟିକ ଶିକ୍ଷାର ବିକାଶ ପାଇଁ ନିଜକୁ ଉତ୍ସର୍ଗ କରିଛି। ସମାଜରେ ଏହାର ଅବଦାନକୁ ସ୍ଵୀକୃତି ଦେଇ ରାଜ୍ୟ ସରକାର ଏହାକୁ ୨୦୦୯ରେ ଏକକ ବୈଷୟିକ ବିଶ୍ଵବିଦ୍ୟାଳୟକୁ ଉନ୍ନୀତ କରିଥିଲେ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking