34.1 C
Bhubaneswar
Friday, March 29, 2024
Homeଓଡିଶା୨୩ ବର୍ଷରେ ୨୫ ଗୁଣ ବଢିଛି ବଜେଟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ସମୀକ୍ଷା ପରେ...

୨୩ ବର୍ଷରେ ୨୫ ଗୁଣ ବଢିଛି ବଜେଟ, ଗ୍ରାମ୍ୟ ଉନ୍ନୟନ ବିଭାଗ କାର୍ଯ୍ୟ ସମୀକ୍ଷା ପରେ ଏଭଳି କହିଲେ ବିଭାଗୀୟ ମନ୍ତ୍ରୀ

ଭୁବନେଶ୍ୱର: ଗ୍ରାମ୍ୟ ଉନ୍ନୟନ ବିଭାଗର ସମୀକ୍ଷା ବୈଠକ ଆଜି ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମାନ୍ୟବର ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ଉନ୍ନୟନ କମିଶନର ଏବଂ ବିଭାଗୀୟ ପ୍ରମୁଖ ଶାସନ ସଚିବ ଯୋଗଦାନ କରିଥିଲେ । ଏହାପରେ ସାମ୍ବାଦିକ ସମ୍ମିଳନୀରେ ବିଭାଗୀୟ ମନ୍ତ୍ରୀ କହିଥିଲେ ଯେ ୨୦୦୦ ମସିହାରେ ବଜେଟ୍ ଥିଲା ୩୦୫ କୋଟି ଟଙ୍କା | ଏବେ ଏହା ୭୫୦୦ କୋଟିକୁ ବୃଦ୍ଧି ପାଇଛି। ୨୩ ବର୍ଷରେ ବଜେଟ ୨୫ ଗୁଣ ବଢିଛି। ୨୨୪୧ଟି ସେତୁ ନିର୍ମାଣ ସରିଛି। ୧ ଲକ୍ଷ ୩ ହଜାର ୭୩୧ କିଲୋମିଟର ରାସ୍ତା ନିର୍ମାଣ ହୋଇଛି।
ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୩ହଜାର କିଲୋମିଟର ରାସ୍ତା କରିବାକୁ ଇସ୍ତାହାର ରଖାଯାଇଥିଲା ମାତ୍ର ଅଦ୍ୟାବଧି ୬୨୪୭ କିମି ରାସ୍ତା ନିର୍ମାଣ କରାଯାଇଛି। ଶିକ୍ଷା, ସ୍ଵାସ୍ଥ୍ୟ, ବହୁମୁଖି ବାତ୍ୟା ଆଶ୍ରୟସ୍ଥଳୀ ଭାବରେ ୧୬୪ଟି କୋଠା ନିର୍ମାଣ ଶେଷ ହୋଇଛି। ୫୨ଟି ବ୍ରିଜ ବଡ ବଡ ନଦୀ ଉପରେ ବି ବିଭାଗ ନିର୍ମାଣ କରିଛି । ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନାରେ ଉତ୍କୃଷ୍ଟ ପ୍ରଦର୍ଶନ ପାଇଁ ରାଜ୍ୟକୁ ୧୧୫୮ କୋଟି ଟଙ୍କାର ଆର୍ଥିକ ପ୍ରୋତ୍ସାହନ ଦିଆଯାଇଛି। ୨୦୨୪ ମାର୍ଚ୍ଚ ସୁଦ୍ଧା ଖାଲଖମା ମୁକ୍ତ ରାସ୍ତା କରିବାକୁ ୫୦ ହଜାର କିମିରୁ ଅଧିକ ରାସ୍ତାର ଗୁଣବତ୍ତାରେ ଉନ୍ନତି ଆଣିବାକୁ ଯୋଜନା କରାଯାଇଛି । ବିଜୁ ସେତୁ ଯୋଜନାରେ ୬ହଜାର କୋଟି ବ୍ୟୟରେ ବିଭାଗ ୧୫୦୦ଟି ନୂଆ ସେତୁ ନିର୍ମାଣ କରିବ। ମୁଖ୍ୟମନ୍ତ୍ରୀ ସଡ଼କ ଯୋଜନାରେ ୧୫ ହଜାର କିଲୋମିଟର ରାସ୍ତା ୧୨ହଜାର କୋଟି ବ୍ୟୟରେ ନିର୍ମାଣ ହେବ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking