29.1 C
Bhubaneswar
Sunday, July 13, 2025
Homeଓଡିଶାବିଦା ହେଲେ ବୈପାରୀଗୁଡା ଆଇଆଇସି

ବିଦା ହେଲେ ବୈପାରୀଗୁଡା ଆଇଆଇସି

ଭୁବନେଶ୍ୱର: ବୈପାରୀଗୁଡାର ଆଇଆଇସି ସୁଶାନ୍ତ ଶତପଥୀଙ୍କୁ ଚାକିରିରୁ ବହିଷ୍କାର କରାଯାଇଛି । ପୁଲିସ୍‌ ଡିଜି ତାଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । କିଛି ଦନି ତଳେ ବେଆଇନ ଭାବେ ସେ ପୁଳା ପୁଳା ଟଙ୍କା ରଖିଥିବା ଅଭିଯୋଗ ହୋଇଥିଲା । ଭିଜିଲାନ୍ସ ବିଭାଗ ପକ୍ଷରୁ ସେ ଟଙ୍କା ସହ ଧରା ପଡିଥିଲେ ।

ଭିଜିଲାନ୍ସ ଜାଲରେ ଫସିଥିବା ବୈପାରୀଗୁଡା ଆଇଆଇସି ସୁଶାନ୍ତ ଶତପଥୀଙ୍କ ଘରୁ ମିଳିଥିଲା ବିଡା ବିଡା ଟଙ୍କା। କଟକ ବକ୍ସିବଜାର ସ୍ଥିତ କ୍ୱାର୍ଟର୍ସରୁ ପ୍ରାୟ ୨୫ ଲକ୍ଷ ଟଙ୍କା ଜବତ ହୋଇଥିଲା। ୫ଶହ ଟଙ୍କିଆ ଓ ଅନ୍ୟାନ୍ୟ ନୋଟ୍‌‌ ମିଳିଥିବା ନେଇ ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି। ଆଇଆଇସିଙ୍କ ବୈପାରୀଗୁଡା ଘର ଓ କାର୍ଯ୍ୟାଳୟରୁ ନଗଦ ୭.୫ ଲକ୍ଷ ଟଙ୍କା ମିଳିଥିଲା।

ସୂଚନା ଯୋଗ୍ୟ, କୋରାପୁଟ ବୈପାରୀଗୁଡା ଥାନା ଅଧିକାରୀ (ଆଇଆଇସି) ସୁଶାନ୍ତ ଶତପଥୀ କଟକ ସ୍ଥିତ ନିଜ ଘରକୁ ଫେରିବା ସମୟରେ ଜୟପୁର ସ୍ଥିତ ଟାଙ୍କୁଆ ନିକଟରେ ଭିଜିଲାନ୍ସ ତାଙ୍କୁ ଧରିଥିଲ।। ଏହି ସମୟରେ ତାଙ୍କ ନିକଟରୁ ୨ ଲକ୍ଷ ୭୦ ହଜାର ଟଙ୍କା ଜବତ ହୋଇଥିଲା। ଏତେ ଟଙ୍କା କୁଆଡୁ ଆଣିଲେ ସେ ନେଇ ଭିଜିଲାନ୍ସ ପ୍ରଶ୍ନ କରିବାରୁ ଆଇଆଇସି ଏହାର କୌଣସି ଉତ୍ତର ରଖିପାରି ନଥିଲେ।  ଭିଜିଲାନ୍ସ ଅଧିକାରୀ ଆଇଆଇସିଙ୍କ କାର୍ଯ୍ୟାଳୟ ଓ ଘରେ ଚଢାଉ କରି ପ୍ରାୟ ୭ ଲକ୍ଷ ଟଙ୍କା ଜବତ କରିଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking