ବ୍ରହ୍ମପୁର : ନିର୍ବାଚନ ଡ୍ୟୁଟିରୁ ଫେରିବାବେଳେ ବସ୍ ଦୁର୍ଘଟଣା ହୋଇଛି । ଛତ୍ରପୁର ଡିଆରଡିଏ ଛକ ନିକଟରେ ଡିଭାଇଡରକୁ ବସ୍ ପିଟିଦେଇଛି । ଯାହାଫଳରେ ଜଣେ ପୋଲିସ୍ କର୍ମଚାରୀ ଆହତ ହୋଇଛନ୍ତି ଏବଂ ଅନ୍ୟମାନେ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଏହି ବସ୍ ଭଞ୍ଜନଗରରୁ ୨୦ ପୋଲିସ୍ କର୍ମଚାରୀଙ୍କୁ ଧରି ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ବସ୍ର ସାମନାପଟ ସମ୍ପୂର୍ଣ୍ଣ ଭାଙ୍ଗିଯାଇଛି । ଗାଡିଚାଳକ ଭାରସାମ୍ୟ ହରାଇଥିବାରୁ ଏପରି ଘଟିଛି ବୋଲି ସୂଚନା ମିଳିଛି ।