ଭୁୁବନେଶ୍ୱର: ଭଦ୍ରକରେ ବସ୍- ଆମ୍ବୁଲାନ୍ସ ମୁହାଁମୁହିଁ ଧକ୍କା । ଘଟଣାରେ ୧୬ ଜଣ ଆହତ ହୋଇଛନ୍ତି । ଅରଞ୍ଜି ଛକ ନିକଟରେ ପରସ୍ପରକୁ ଧକ୍କା ଦେଲେ । ଉଭୟ ବସ ଓ ଆମ୍ବୁଲାନ୍ସ ଧକ୍କା ହେଇ ରାସ୍ତାକଡ଼କୁ ଓଲଟି ପଡ଼ିଲା । ଆମ୍ବୁଲାନ୍ସଟି ଗର୍ଭବତୀ ମହିଳାଙ୍କୁ ନେଇ ମେଡିକାଲ ଯାଉଥିଲା । ଦୁର୍ଘଟଣାରେ ଆମ୍ବୁଲାନ୍ସ ଡ୍ରାଇଭର ଗୁରୁତର ହୋଇଥିବାବେଳେ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ବସ୍ଟି ରାସ୍ତାକଡ଼କୁ ଓଲଟିବାରୁ ୧୫ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତ ଆହତ ଭଦ୍ରକ ମେଡିକାଲରେ ଭର୍ତ୍ତି ହୋଇଥିଲାବେଳେ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।