39.1 C
Bhubaneswar
Wednesday, April 24, 2024
Homeଓଡିଶାଗାଜଲବାଡ଼ି ଘାଟିରେ ଝୁଲି ରହିଲା ବସ୍ : ଅଳ୍ପକେ ବର୍ତିଲେ ୪୩ ପର୍ଯ୍ୟଟକ

ଗାଜଲବାଡ଼ି ଘାଟିରେ ଝୁଲି ରହିଲା ବସ୍ : ଅଳ୍ପକେ ବର୍ତିଲେ ୪୩ ପର୍ଯ୍ୟଟକ

ଭଞ୍ଜନଗର :  ପର୍ଯ୍ୟଟକଙ୍କୁ ନେଇ ଯାଉଥିବା ଏକ ବସ୍ ବୁଧବାର ସନ୍ଧ୍ୟାବେଳେ ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଅନ୍ତର୍ଗତ ଗାଜଲବାଡ଼ି ଘାଟି ରାସ୍ତାର ଗୋଟିଏ ମୋଡ଼ରେ ଖସି ପଡ଼ୁପଡ଼ୁ ଅଧାବାଟରେ ଝୁଲି ରହିଯାଇଥିଲା ।  ଫଳରେ ବସରେ ଥିବା  ୪୩ ପର୍ଯ୍ୟଟମାନେ ନିଶ୍ଚିନ୍ତ ଦୁର୍ଘଟଣାରୁ ବର୍ତି ଯାଇଥିଲେ ।
ସୂଚନା ଅନୁଯାୟୀ,  ଏକ ଘରୋଇ ବସ୍  ଭୁବନେଶ୍ୱରରୁ ୪୩ ପର୍ଯ୍ୟଟକଙ୍କୁ ଧରି ଦାରିଙ୍ଗବାଡ଼ି ବୁଳିଯାଇଥଲା । ବୁଧବାର ସନ୍ଧ୍ୟା ସମୟରେ ବସ୍ ଯାତ୍ରୀମାନଙ୍କୁ ଧରି ଦାରିଙ୍ଗବାଡ଼ିରୁ ଭୁବନେଶ୍ୱର ଅଭିମୁଖେ ଫେରୁଥିଲା । ଦାରିଙ୍ଗବାଡ଼ିରୁ ପ୍ରାୟ ୧୭କି.ମି ଅତିକ୍ରମ କଲାପରେ ଗାଜଲଘାଟି ୯ନଂ ମୋଡ଼ରେ ଚାଳକ ବସଟିକୁ ଠିକ୍ ଭାବରେ ବୁଲାଇ ପାରିନଥିଲେ । ଫଳରେ ବସଟି ରାସ୍ତାରୁ ବାହାରି ଯାଇ ଘାଟି ତଳକୁ ଗଡ଼ି ଯାଉଥିବା ବେଳେ ଝୁଲିକି ରହିଯାଇଥିଲା । ଖବର ପାଇ ସୋରଡ଼ା ଓ ଦାରିଙ୍ଗବାଡ଼ିର ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ପର୍ଯ୍ୟଟକଙ୍କମାନଙ୍କୁ  ଅଧାଝୁଲା ଅବସ୍ଥାରେ ରହିଥିବା ବସରୁ ଉଦ୍ଧାର କରିଥିଲେ । ସୋରଡ଼ା ଥାନା ଆଇଆଇସି ରମେଶ ଚନ୍ଦ୍ର ଧଳ ମଧ୍ୟ ଘଟଣାସ୍ଥଳରେ ପହଂଚି ଉଦ୍ଧାର କାର୍ଯ୍ୟରେ  ସହଯୋଗ କରିଥିଲେ । ଏହାପରେ ସମସ୍ତ ପର୍ଯ୍ୟଟକମାନଙ୍କୁ ଅନ୍ୟ ଏକ ବସରେ ସୋରଡ଼ା ନିଆଯାଇଥିଲା । ଝୁଲିକି ଥିବା ବସକୁ ମଧ୍ୟ ରାସ୍ତା ଉପରକୁ ଉଠାଇ ଅଣାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking