30.1 C
Bhubaneswar
Sunday, May 19, 2024
Homeଦେଶ ବିଦେଶବସ୍‌ ଦୁର୍ଘଟଣା; ୧୦ ମୃତ, ୧୧ ଆହତ

ବସ୍‌ ଦୁର୍ଘଟଣା; ୧୦ ମୃତ, ୧୧ ଆହତ

ସିଡ୍‌ନି: ଅଷ୍ଟ୍ରେଲିଆର ହଣ୍ଟର୍‌ ୱାଇନ୍‌ ଅଞ୍ଚଳ ଅନ୍ତର୍ଗତ ସିଡ୍‌ନିର ଉତ୍ତର ପ୍ରାନ୍ତରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୧୧ ଜଣ ଆହତ ହୋଇଥିବା କଥା ଆଜି ପୁଲିସ କହିଛି। ଘଟଣାଟି ରବିବାର ମଧ୍ୟରାତ୍ର ପୂର୍ବରୁ ଘଟିଛି ବୋଲି କୁହାଯାଉଛି। ଗ୍ରେଟା ନାମରେ ଗୋଟାଏ ଛୋଟ ସହର ନିକଟରେ ଥିବା ‘ଜଙ୍କ୍‌ସନ୍‌’ରେ ଗୋଟାଏ ବସ୍‌ ଦୁର୍ଘଟଣାଗ୍ରସ୍ତ ହୋଇ ଓଲଟି ପଡ଼ିଥିବା ଖବର ପୁଲିସକୁ ମିଳିଥିଲା। ସ୍ଥାନୀୟ ମେୟର୍‌ ଜେ ସୁବାଲ୍‌ଙ୍କ କହିବା ଅନୁସାରେ, ବସ୍‌ଟି ସମ୍ଭବତଃ ନିକଟରେ ଥିବା ଗୋଟାଏ ‘ୱାଇନ୍‌ ଇଷ୍ଟେଟ୍‌’ ଆୟୋଜିତ ବିବାହ ଭୋଜିରୁ ଫେରୁଥିଲା।

ସମ୍ବାଦ ପ୍ରସାରଣ ସଂସ୍ଥାନ ‘ଏବିସି’କୁ ସେ କହିଛନ୍ତି, ସବିଶେଷ ବିବରଣୀ ମିଳିନାହିଁ। କିନ୍ତୁ, ବାହାଘର ଭୋଜିକୁ ଯିବା ପାଇଁ ଉକ୍ତ ବସ୍‌ଟି ଭଡ଼ାରେ ଅଣାଯାଇଥିଲା ବୋଲି ଜଣାପଡ଼ିଛି। ପୁଲିସ କହିଛି, ୧୦ଜଣ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଥିବା କଥା ପ୍ରାରମ୍ଭିକ ତଦନ୍ତରୁ ଜଣାପଡ଼ିଛି। ଆହତ ହୋଇଥିବା ୧୧ଜଣ ବ୍ୟକ୍ତିଙ୍କୁ ହେଲିକପ୍ଟର୍‌ ଓ ସଡ଼କ ପଥରେ ଡାକ୍ତରଖାନାକୁ ପଠାଇ ଦିଆଯାଇଛି। ଏହି ଦୁର୍ଘଟଣାରେ ୧୮ଜଣ ବ୍ୟକ୍ତି ଅନାହତ ଅଛନ୍ତି। କିନ୍ତୁ, ମୃତାହତଙ୍କ ସଂଖ୍ୟା ବୃଦ୍ଧି ପାଇପାରେ। ଘଟଣାଟି ଅପରାଧଭିତ୍ତିକ ବୋଲି ମନେ ହେବାରୁ ଉକ୍ତ ବସ୍‌ର ୫୮ ବର୍ଷିୟ ଡ୍ରାଇଭର୍‌ଙ୍କର କେତେକ ଶାରୀରିକ ପରୀକ୍ଷା କରିବା ଲାଗି ପୁଲିସ ପହରାରେ ଡାକ୍ତରଖାନାକୁ ନିଆଯାଇଛି। ଘଟାସ୍ଥଳରେ ‘ସ୍ପେସାଲିଷ୍ଟ୍‌ ଫୋରେନ୍‌ସିକ୍‌ ପୋଲିସ୍‌’ ଏବଂ ‘କ୍ରାସ୍‌ ଇନ୍‌ଭେଷ୍ଟିଗେସନ୍‌ ୟୁନିଟ୍‌’ ତଦନ୍ତ କରୁଛନ୍ତି। ଉଲ୍ଲେଖଯୋଗ୍ୟ, ହଣ୍ଟର୍‌ ଅଞ୍ଚଳ ଅଙ୍ଗୁର ବଗିଚା, କଙ୍ଗାରୁ ଏବଂ ଦେଶୀୟ ଗଛବୃଚ୍ଛରେ ପରିପୂର୍ଣ୍ଣ ହୋଇଥିବାରୁ ଲୋକମାନଙ୍କର ପ୍ରିୟ ପର୍ଯ୍ୟଟନସ୍ଥଳୀ ଭାବେ ପରିଗଣିତ ହୋଇଥାଏ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking