କଲମ୍ବୋ : ଭାରତର ଶ୍ରେଷ୍ଠ ଦ୍ରୁତ ବୋଲର ଯଶପ୍ରିତ ବୁମ୍ରା ସମସ୍ତ ଫର୍ମାଟରେ ଖେଳିବା ଉଚିତ ନୁହେଁ ବୋଲି ଶ୍ରୀଲଙ୍କାର ପୂର୍ବତନ ଦ୍ରୁତ ବୋଲର ଚାମିଣ୍ଡା ଭାସ୍ ପ୍ରକାଶ କରିଛନ୍ତି । ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ସେ କହିଛନ୍ତି କି, ବୁମ୍ରାଙ୍କ ବୋଲିଂରେ ଭିନ୍ନତା ରହିଛି । ଯାହା ଯେକୌଣସି ଦଳ ପାଇଁ ବିପଦପୂ୍ର୍ଣ୍ଣ । କିନ୍ତୁ ସେ ଯେପରିଭାବେ ଆହତ ହେଉଛନ୍ତି ଏହାକୁ ଲକ୍ଷ୍ୟ କଲେ ତାଙ୍କୁ ସିରିଜ ଗୁଡିକରେ ବିଶ୍ରାମ ଦିଆଯିବା ଜରୁରି ।
ଏଥିପାଇଁ ଭାରତୀୟ ଦଳ ଚୟନକର୍ତ୍ତା ଏବଂ ଟିମ୍ ମ୍ୟାନେଜମେଣ୍ଟ ବୁମରାଙ୍କୁ ନେଇ ସୁଚିନ୍ତ୍ିତ ନିଷ୍ପତ୍ତି ନେବା ଜରୁରୀ । ବୁମ୍ରା ସମସ୍ତ ଫର୍ମାଟରେ ଖେଳିବାର ଦକ୍ଷତା ରଖ୍ôଥିଲେ ମଧ୍ୟ ତାଙ୍କର ଦୀର୍ଘ କ୍ରିକେଟ୍ କ୍ୟାରିୟର ପାଇଁ ଏଭଳି ନିଷ୍ପତ୍ତି ଗୁରୁତ୍ୱପୂର୍ଣ୍ଣ ବୋଲି ଭାସ୍ ପ୍ରକାଶ କରିଛନ୍ତି । ଏହାବ୍ୟତୀତ ଆସନ୍ତା କ୍ରିକେଟ୍ ବିଶ୍ୱକପ୍ ନେଇ ସେ ଭାରତୀୟ ଅଧିନାୟକ ରୋହିତ ଶର୍ମା ଓ ବିରାଟ କୋହଲିଙ୍କ ପ୍ରଶଂସା କରିଛନ୍ତି । ଏହି ଦୁଇ ବ୍ୟାଟର ଭାରତକୁ ବିଶ୍ୱକପ୍ ଜିତାଇବାରେ ପ୍ରମୁଖ ଭୂମିକ ଗ୍ରହଣ କରିବେ ବୋଲି ମତ ଦେଇଛନ୍ତି । ରୋହିତ ପିଚ୍ରେ ଦୀର୍ଘ ସମୟ ବ୍ୟାଟିଂ କରନ୍ତୁ ବୋଲି ସମସ୍ତ କ୍ରିକେଟ୍ ପ୍ରେମୀ ଚାହାନ୍ତି । ତାଙ୍କ ବ୍ୟାଟିଂରେ ସ୍ୱତନ୍ତ୍ରତା ରହିଛି ବୋଲି ଭାସ୍ ପ୍ରକାଶ କରିଛନ୍ତି ।