27.1 C
Bhubaneswar
Saturday, July 27, 2024
Homeଖେଳବିଶ୍ୱକପ୍ ବେଳକୁ ନସୀମ ଫିଟ୍ ହୋଇନଥିବେ: ବାବର

ବିଶ୍ୱକପ୍ ବେଳକୁ ନସୀମ ଫିଟ୍ ହୋଇନଥିବେ: ବାବର

କଲମ୍ବୋ: ଦିନିକିଆ କ୍ରିକେଟ୍ ବିଶ୍ୱକପ୍ ପାଖେଇ ଆସୁଥିବା ବେଳେ ପାକସ୍ତାନ ଦଳକୁ ଏସିଆ କପ୍ ଯନ୍ତ୍ରଣା ଦେଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଭାରତ ବିପକ୍ଷ ମ୍ୟାଚ୍‌ରେ ପାକିସ୍ତାନର ଦ୍ରୁତ ବୋଲର ନସୀମ ଶାହ, ହାରିସ୍ ରୌଫ୍ ଆହତ ହୋଇଥିଲେ । ଏପରିକି ୨୨୮ ରନ୍‌ର ବୃହତ୍ ବ୍ୟବଧାନରେ ପାକିସ୍ତାନ ମ୍ୟାଚ୍ ହାରିଥିଲେ ମଧ୍ୟ ଉଭୟ ନସୀମ ଓ ହାରିସ୍ ବ୍ୟାଟିଂ କରିବାକୁ ଆସିନଥିଲେ । ହାରିସ୍‌ଙ୍କ ଆହତରେ ଉନ୍ନତି ଘଟିଛ । ଯାହା ତାଙ୍କୁ ମ୍ୟାଚ୍ ଖେଳିବାକୁ ଫିଟ୍ କରିଥିବା ଜଣାପଡିଛି ।

କିନ୍ତୁ ନସୀମଙ୍କ ଆହତ ସମସ୍ୟା ଜଟିଳ ହୋଇପଡ଼ିଛି । ଯେଉଁଥିପାଇଁ ସେ ବିଶ୍ୱକପ୍‌ର ଆରମ୍ଭରୁ କିଛି ମ୍ୟାଚ୍ ଖେଳିବା ନେଇ ସନ୍ଦେହ ଦେଖାଦେଇଛି । ଯାହାକୁ ନେଇ ଦଳର ଅଧିନାୟକ ବାବର ଆଜମ୍ କହିଛନ୍ତି କି, ଆରମ୍ଭରୁ ନସୀମ ମ୍ୟାଚ୍ ଖେଳିବା ନେଇ ସନ୍ଦେହ ରହିଛି । କିନ୍ତୁ ତାଙ୍କର ବିକଳ୍ପ ବୋଲର କିଏ ସେ ନେଇ ଏବେ କୌଣସି ସୂଚନା ଦିଆଯାଇ ପାରିବ ନାହିଁ । ପ୍ରକାଶଯୋଗ୍ୟ, ୨୦ ବର୍ଷୀୟ ନସୀମ ଏବେ ବିଶ୍ୱର ଜଣେ ଆଗଧାଡିର ବୋଲର ହୋଇଥିବା ବେଳେ ବାରମ୍ବାର ଆହତ ସମସ୍ୟା ତାଙ୍କ ପାଇଁ ବିପଦ ହୋଇ ଛିଡାହେଉଛି । ମାତ୍ର ୧୭ ବର୍ଷ ହୋଇଥିବା ବେଳେ ପିଠି ଯନ୍ତ୍ରଣା ପାଇଁ ସେ ୧୪ ମାସ କ୍ରିକେଟରୁ ଦୁରେଇ ରହିଥିଲେ । କିନ୍ତୁ ଆହତରୁ ମୁକୁଳି ସେ ଏହି ସମୟରେ ମାତ୍ର ୧୪ ମ୍ୟାଚରୁ ୩୨ଟି ୱିକେଟ୍ ନେଇ ରେକର୍ଡ ସୃଷ୍ଟି କରିଥିଲେ । ବିଶ୍ୱକପ୍‌ରେ ପାକିସ୍ତାନର ପ୍ରଥମ ମ୍ୟାଚ୍ ଅକ୍ଟୋବର ୬ ତାରିଖରେ ନେଦରଲାଣ୍ଡ ବିପକ୍ଷରେ ରହିଛି । ଏହି ମ୍ୟାଚ୍ ନସୀମ ଖେଳିବା ନେଇ ସନ୍ଦେହ ଦେଖାଦେଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking