21.1 C
Bhubaneswar
Sunday, February 1, 2026
Homeଦେଶ ବିଦେଶଆଜିଠାରୁ ସଂସଦର ବଜେଟ ଅଧିବେଶନ

ଆଜିଠାରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ: ଆଜିଠାରୁ ସଂସଦର ବଜେଟ ଅଧିବେଶନ। ଆସନ୍ତା ଫେବ୍ରୁଆରୀ ୧ ରବିବାର ୨୦୨୬-୨୭ କେନ୍ଦ୍ର ବଜେଟ ଆଗତ କରିବେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ବଜେଟ ଅଧିବେଶନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଅଭିଭାଷଣ ରଖି କହିଛନ୍ତି, ବନ୍ଦେ ଭାରତକୁ ୧୫୦ ବର୍ଷ ପୂରଣ କରିଛି । ସଂସଦରେ ଏନେଇ ସ୍ୱତନ୍ତ୍ର ଆଲୋଚନା ହୋଇଥିଲା । ଗତ ୧୦ରୁ ୧୧ ବର୍ଷରେ ଭାରତ ଅନେକ କ୍ଷେତ୍ରରେ ସଫଳତା ପାଇଛି । ମୋ ସରକାର ସାମାଜିକ ଶକ୍ତି ପାଇଁ ସମର୍ପିତ । ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି । ୨୫କୋଟି ଲୋକଙ୍କ ଗରିବୀ  ଉପରକୁ ଉଠାଇଛୁ ।  ୨୯ରେ ଉପସ୍ଥାପନ ହେବ ଅର୍ଥନୈତିକ ସର୍ଭେ ରିପୋର୍ଟ । ୨୮ ଜାନୁଆରୀରୁ ୧୩ ଫେବ୍ରୁଆରୀ ଯାଏ ସଂସଦର ପ୍ରଥମ ପର୍ଯ୍ଯାୟ ଅଧିବେଶନ ବସିବ ।ସେହିପରି ୯ ମାର୍ଚ୍ଚରୁ ୨ ଏପ୍ରିଲ ଯାଏ ସଂସଦର ଦ୍ବିତୀୟ ପର୍ଯ୍ୟାୟ ଅଧିବେଶନ ବସିବ। ଏହି ଅଧିବେଶନ କାଳରେ କିଛି ଗୁରୁତ୍ବପୂର୍ଣ୍ଣ ବିଲ୍ ଆଗତ ହେବ। ସଂସଦ ଅଧିବେଶନକୁ ଦୃଷ୍ଟିରେ ରଖି ଦିଲ୍ଲୀରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking