31.7 C
Bhubaneswar
Monday, July 28, 2025
Homeଓଡିଶାକାଦୁଅପଡାରେ ଵିଏସ୍ଏନ୍ଏଲ୍ ସେବା ବାଧାପ୍ରାପ୍ତ

କାଦୁଅପଡାରେ ଵିଏସ୍ଏନ୍ଏଲ୍ ସେବା ବାଧାପ୍ରାପ୍ତ

ଜଗତସିଂହପୁର : ଜଗତସିଂହପୁର ବ୍ଲକ୍ ଅନ୍ତର୍ଗତ କାଦୁଅପଡା ଓ ଆଖପାଖ ଅଞ୍ଚଳରେ  ବିଏସ୍ଏନ୍ଏଲ୍ ସେବା ଏକପ୍ରକାର ଠପ୍ ହୋଇଯାଇଛି । ଦୀର୍ଘ ଦୁଇ ମାସରୁ ଉର୍ଦ୍ଧ୍ବ ସମୟ ଧରି କାଦୁଅପଡା ଟେଲିଫୋନ୍ ଏକ୍ସଚେଞ୍ଜ୍ ରେ ବ୍ୟାଟେରୀ ଖରାପ ଥିବାରୁ ବାରମ୍ବାର ଏହି ସମସ୍ୟା ସୃଷ୍ଟି ହେଉଛି । ବିଭାଗୀୟ ଅଧିକାରୀଙ୍କୁ ଏ ବିଷୟରେ ବାରମ୍ବାର ଅବଗତ କରାଯାଇଥିଲେ ମଧ୍ୟ କିଛି ସୁଫଳ ମିଳୁନାହିଁ । କାମଚଳା ଭାବେ ଏକ ବ୍ୟାଟେରୀ ଲଗାଯାଇଥିଲେ ମଧ୍ୟ ସପ୍ତାହକ ମଧ୍ୟରେ ପୁଣି ତାହା ଅଚଳ ଅବସ୍ଥାକୁ ଆସିଯାଇଛି ।ବର୍ତ୍ତମାନ ସମୟରେ ଅନ୍ ଲାଇନ୍ ମାଧ୍ୟମରେ ପାଠପଢ଼ା ଠାରୁ ଆରମ୍ଭ କରି, ଟିକା କରଣ, ପୋଷ୍ଟ୍ ଅଫିସ୍ ସେବା, ବ୍ୟାଙ୍କ୍ ସେବା, ଇତ୍ୟାଦି ସମସ୍ତ କାର୍ଯ୍ୟ କରାଯାଉଥିବା ବେଳେ ବିଏସ୍ଏନ୍ଏଲ୍ ଉପରେ ନିର୍ଭର କରୁଥିବା ଏହି ଅଞ୍ଚଳର ହଜାର ହଜାର ଲୋକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସ୍ଥଳବିଶେଷରେ ନେଟୱର୍କ କାରଣରୁ ପୋଷ୍ଟ୍ ଅଫିସ୍ ଓ ବ୍ୟାଙ୍କ୍ ରେ ଠିକ୍ ସମୟରେ ପଇସା ଡିପୋଜିଟ୍ କରିନପାରି ଅଯଥା ଜରିମାନା ଗଣୁଛନ୍ତି । ଫଳରେ ସାଧାରଣରେ ଅସନ୍ତୋଷ ଦେଖା ଦେଇଛି । ବିଭାଗୀୟ କର୍ତ୍ତୃପକ୍ଷ ଏ ସମସ୍ୟାର ତୁରନ୍ତ ସମାଧାନ ନ କଲେ ଆଗାମୀ ଦିନରେ ଜନ ଆନ୍ଦୋଳନ ସୃଷ୍ଟି ହେବ ବୋଲି ଆଇନଜିବୀ ନରେଶ ଦାସ କହିଛନ୍ତି । (ରିପୋର୍ଟ ପ୍ରତାପ କୁମାର ସିଂହ)

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking