28.1 C
Bhubaneswar
Sunday, September 8, 2024
Homeଅପରାଧପ୍ରେମ ସମ୍ପର୍କ ପାଇଁ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟି ନିର୍ମମ ହତ୍ୟା

ପ୍ରେମ ସମ୍ପର୍କ ପାଇଁ ଶିକ୍ଷୟିତ୍ରୀଙ୍କ ତଣ୍ଟି କାଟି ନିର୍ମମ ହତ୍ୟା

ପାଟଣା : ଜଘନ୍ୟ କାଣ୍ଡ। ପ୍ରେମ ସମ୍ପର୍କ ପାଇଁ ଶିକ୍ଷୟିତ୍ରୀଙ୍କୁ ନିର୍ମମ ହତ୍ୟା । ପ୍ରଥମେ କାଟିଲା ତଣ୍ଟି ଏହାପରେ ଛୁରୀ ଭୁସିଥିଲା । ଶେଷରେ ପେଟ୍ରୋଲ ଢାଳି ନିଆଁ ଲଗାଇଦେଇଥିଲେ । ବିହାରରେ ଘଟିଛି ଏଭଳି ବିବତ୍ସ ହତ୍ୟାକାଣ୍ଡ । ଯାହାକୁ ନେଇ ସାରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି । ସୂଚନା ଅନୁଯାୟୀ,ହାରର କଠିହର ଠାରେ ଜଣେ ୨୯ ବର୍ଷୀୟ ଶିକ୍ଷୟିତ୍ରୀ ମଙ୍ଗଳବାର ପାଇଁ ଉପବାସ କରିଥିଲେ । ପୂଜା ଶେଷ କରିବା ପରେ ସେ ପାକାଡିଆ ପ୍ରାଥମିକ ବିଦ୍ୟାଳୟକୁ ଯାଉଥିଲେ। ସେହି ସମୟରେ ଜଣେ ଯୁବକ ତାଙ୍କୁ ଆକ୍ରମଣ କରିଥିଲା । ଶିକ୍ଷୟିତ୍ରୀଙ୍କୁ ଆକ୍ରମଣ କରି ପ୍ରଥମେ ତଣ୍ଟି କାଟି ଦେଇଥିଲା। ଏହାପରେ ତାଙ୍କର ମୃତ୍ୟୁ ହେବା ଯାଏ ଛୁରୀ ଭୁଷି ଚାଲିଥିଲା। ଏତିକିରେ ମନ ବୁଝି ନଥିଲା ଯେ ଶେଷରେ ତାଙ୍କ ଉପରେ ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଇଥିଲେ । ତେବେ ଆକ୍ରମଣକାରୀଙ୍କ ସହ ଶିକ୍ଷୟିତ୍ରୀଙ୍କ ପ୍ରେମ ସମ୍ପର୍କ ଥିଲା ବୋଲି ସୂଚନା ମିଳିଛି । ଏନେଇ ପୋଲିସ ଅଧିକ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking