30.1 C
Bhubaneswar
Tuesday, June 3, 2025
Homeଓଡିଶାଚେକିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ

ଚେକିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ

ଭଦ୍ରକ: ୨୧ ଗ୍ରାମ୍ ବ୍ରାଉନସୁଗାର ସହ ୩ ବେପାରୀ ଗିରଫ।  ଚେକିଂ ବେଳେ ଧରାପଡ଼ିଲେ ବ୍ରାଉନସୁଗାର ବେପାରୀ। ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଛକ ନିକଟରେ ଚେକିଂ ହେଉଥିବା ବେଳେ ୩ ବେପାରୀଙ୍କୁ ଗିରଫ କରାଯାଇଛି। ଜବତ ହୋଇଥିବା ବ୍ରାଉନସୁଗାରର ଆନୁମାନିକ ମୂଲ୍ୟ ଦୁଇ ଲକ୍ଷରୁ ଉର୍ଦ୍ଧ୍ୱ ହେବ ବୋଲି ଅନୁମାନ କରାଯାଉଛି।ସୂଚନାଯୋଗ୍ୟ ଯେ, ଭଦ୍ରକ ଜିଲ୍ଲା ଗ୍ରାମାଞ୍ଚଳ ଥାନା ଅର୍ଣ୍ଣପାଳ ଛକ ନିକଟରେ ପୋଲିସ ଦ୍ୱାରା ଚେକିଂ ହେଉଥିଲା। ଏହି ସମୟରେ ଗୋଟିଏ ବାଇକ୍ ଯୋଗେ ୩ ଜଣ ଯୁବକ ବିନା ହେଲମେଟ୍‌ରେ ବେପରୁଆ ଭାବେ ଗାଡି ଚଳାଇ ଯାଉଥିଲେ। ପୋଲିସ ସେମାନଙ୍କୁ ଅଟକାଇ ଚେକିଂ କରୁଥିବା ବେଳେ ସେମାନଙ୍କ ନିକଟରୁ ୨୧ ଗ୍ରାମର ବ୍ରାଉନସୁଗାର ସହ ନଗଦ ୨୭ ହଜାର ଟଙ୍କା ଓ ମୋବାଇଲ୍ ଜବତ ହୋଇଛି। ତେବେ ଏଥିରେ ଆଉ କେଉଁମାନେ ସମ୍ପୃକ୍ତ ଅଛନ୍ତି ସେନେଇ ପୋଲିସ ଅଧିକ ତଦନ୍ତ ଚଳାଇଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking