29.1 C
Bhubaneswar
Wednesday, May 1, 2024
Homeଦେଶ ବିଦେଶଭଉଣୀକୁ ହତ୍ୟା କରି ନିଜ ଘରେ ପୋତିଦେଲା ଭାଇ

ଭଉଣୀକୁ ହତ୍ୟା କରି ନିଜ ଘରେ ପୋତିଦେଲା ଭାଇ

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ବରେଲୀରେ ଭାଇ-ଭଉଣୀ ସଂପର୍କରେ ରକ୍ତ ଛିଟା ଲାଗିଥିବା କଥା ସାମ୍ନାକୁ ଆସିଛି । ଜଣେ ଭାଇ ନିଜ ଭଉଣୀକୁ ହତ୍ୟା କରି, ତାର ଶବକୁ ଘରେ ହିଁ ଗାତ ଖୋଳି ପୋତିଦେଇଛି । କେବଳ ଏତିକି ନୁହେଁ ଭଉଣୀକୁ ପୋତିସାରିବା ପରେ ଉପରେ ପ୍ଲାଷ୍ଟର କରିଦେଇଛି । ସୂଚନା ମୁତାବକ, ମୃତକଙ୍କ ନାମ ରାନୀ ଅଟେ । ରାନୀ ଜଣେ ବିବାହିତା ଏବଂ ସେ ତାଙ୍କ ସ୍ୱାମୀଙ୍କ ସହ ଉତ୍ତରାଖଣ୍ଡ ରୁଦ୍ରପୁରରେ ରୁହନ୍ତି । ସେ ୧୫ ମାର୍ଚ୍ଚରେ ନିଜ ବଡ଼ ଭାଇ ଲଖନଙ୍କ ଘରକୁ ଆସିଥିଲେ ।

ଏହା ପରେ ଭାଇ ଲଖନ ନିକଟସ୍ଥ ଥାନାରେ ଭଉଣୀ ନିଖୋଜ ହେବାର ଏଫଆଇଆର ଦାଖଲ କରିଥିଲେ । ଏହାପରେ ପୋଲିସ ରାନୀଙ୍କୁ ଖୋଜିବାରେ ଲାଗିଲେ । ଏହାପରେ ଆଜି ରାନୀଙ୍କୁ ତାଙ୍କ ସାନ ଭାଇ ରାମୁଙ୍କ ଘରେ ଉଦ୍ଧାର କରିଛନ୍ତି ପୋଲିସ । ମାମଲାର ଅନେକ ତଦନ୍ତ ପରେ ଆଜି ଖୋଲିଛି ସବୁ ଗୁମର କଥା । ତାଙ୍କ ସାନ ଭାଇଙ୍କୁ ପଚାରିବା ପରେ ସେ ସବୁ ସତ ମାନିଥିଲେ ଏବଂ କହିଥିଲେ ଯେ, ସେ ୧୫ ମାର୍ଚ୍ଚ ରାତିରେ ନିଜ ଭଉଣୀକୁ ହତ୍ୟା କରି ଦେଇଥିଲେ ଏବଂ ଶବକୁ ନିଜ ଘରେ ପୋତିଦେଇଥିଲେ । ପୋଲିସ ଅଭିଯୁକ୍ତଙ୍କୁ ହତ୍ୟା କରିବାର କାରଣ ପଚାରିବାରୁ ସେ କହିଥିଲେ ଯେ, ତାଙ୍କ ଭଉଣୀକୁ ମଦ ପିଇବାର ଅଭ୍ୟାସ ଥିଲା । ତାଙ୍କୁ ଲାଗୁଥିଲା ଯେ, ସେ ମଦ ପିଇ ବୁଲୁଛନ୍ତି, ଏଥିରେ ତାଙ୍କର ସମ୍ମାନ ହାନୀ ହେଉଥିଲା । ଏହି କାରଣରୁ ସେ ନିଜ ଭଉଣୀର ହତ୍ୟା କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking