29.1 C
Bhubaneswar
Tuesday, July 15, 2025
Homeଦେଶ ବିଦେଶରଣବୀରଙ୍କୁ ‘ବେଷ୍ଟ ଫାଦର’ କହିଲେ ଶ୍ଵଶୁର ମହେଶ ଭଟ୍ଟ

ରଣବୀରଙ୍କୁ ‘ବେଷ୍ଟ ଫାଦର’ କହିଲେ ଶ୍ଵଶୁର ମହେଶ ଭଟ୍ଟ

ମୁମ୍ଵାଇ : ବଲିଉଡ ଅଭିନେତା ରଣବୀର କପୁର। ଅପକମିଂ ଫିଲ୍ମ ଆନିମଲ୍‌ ପାଇଁ ଏବେ ଚର୍ଚ୍ଚାରେ ଅଛନ୍ତି । ବର୍ତ୍ତମାନ ଅଭିନେତା ଏହାର ପ୍ରମୋସନରେ ବ୍ୟସ୍ତ ଅଛନ୍ତି। ଏହି ଫିଲ୍ମରେ ପ୍ରଥମ ଥର ପାଇଁ ରଣବୀରଙ୍କ ସହ ଅଭିନେତ୍ରୀ ରଶ୍ମିକା ମନ୍ଦାନା ନଜର ଆସିବେ। ଫିଲ୍ମର ଟ୍ରେଲର ବି ହୋଇଛି ରିଲିଜ । ଯାହାକୁ ପ୍ରଶଂସକମାନେ ବହୁତ ପସନ୍ଦ କରିଥିଲେ । ଟ୍ରେଲର ରିଲିଜ ହେବା ପରେ ଏବେ ପ୍ରଶଂସକମାନେ ଉତ୍ସାହର ସହିତ ଫିଲ୍ମକୁ ଅପେକ୍ଷା କରିଛନ୍ତି।

ଅଭିନେତା ଫିଲ୍ମର ପ୍ରମୋସନ ପାଇଁ ରିଅଲିଟି ସୋ ‘ଇଣ୍ଡିଆନ୍ ଆଇଡଲ୍’ ର ସେଟ୍‌ରେ ପହଞ୍ଚିଥିଲେ।  ଯେଉଁଥିରେ ତାଙ୍କର ଗୋଟିଏ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଭିଡିଓରେ ରଣବୀରଙ୍କ ଶ୍ଵଶୁର ମହେଶ ଭଟ୍ଟ ତାଙ୍କୁ ଏପରି କଥା କହିଛନ୍ତି ଯେ ଅଭିନେତା ଇମୋସନାଲ ହୋଇଗଲେ। ମହେଶ ଭଟ୍ଟ ଭିଡିଓ କଲିଂ ମାଧ୍ୟମରେ ଜ୍ଵାଇଁ ତଥା ଅଭିନେତା ରଣବୀର କପୁରଙ୍କୁ ଦୁନିଆର ସର୍ବୋତ୍ତମ ପିତା ବୋଲି କହିଛନ୍ତି। ଏହା ଶୁଣି ରଣବୀର ଇମୋସନାଲ ହୋଇଯାଇଛନ୍ତି।

ମହେଶ ଭଟ୍ଟ କହିଛନ୍ତି, ରଣବୀର ଦେଶର ଅନ୍ୟତମ ଶ୍ରେଷ୍ଠ ଅଭିନେତା ହୋଇଥାଇପାରନ୍ତି କିନ୍ତୁ ମୁଁ ରଣବୀରଙ୍କୁ ଦୁନିଆର ସର୍ବୋତ୍ତମ ପିତା ବୋଲି ମନେ କରେ। ଯେତେବେଳେ ରଣବୀର ରାହାଙ୍କୁ ଦେଖନ୍ତି, ଆପଣ ସେହି ସମୟରେ ତାଙ୍କ ଆଖିରେ ଥିବା ପ୍ରେମ ଦେଖିବାକୁ ମିଳେ। ତାଙ୍କ ମାତା ନୀତୁ କପୁର କହିଛନ୍ତି ଯେ ରଣବୀର ରାହଙ୍କୁ ମାଆ ପରି ଭଲ ପାଆନ୍ତି ।ମୁଁ ଗର୍ବ କରେ କି ରଣବୀର ମୋ ଜ୍ଵାଇଁ । ଏହି ଭିଡିଓ ଏବେ ଖୁବ୍‌ ଭାଇରାଲ ହେବାରେ ଲାଗିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking