29.1 C
Bhubaneswar
Saturday, July 27, 2024
Homeଦେଶ ବିଦେଶସରିଲା ୫୨ ମିଟର ଭର୍ଟିକାଲ ଡ୍ରିଲିଂ; ପାଇପ୍ ଭର୍ତ୍ତି ପରେ ଉଦ୍ଧାର ହେବେ ଶ୍ରମିକ  

ସରିଲା ୫୨ ମିଟର ଭର୍ଟିକାଲ ଡ୍ରିଲିଂ; ପାଇପ୍ ଭର୍ତ୍ତି ପରେ ଉଦ୍ଧାର ହେବେ ଶ୍ରମିକ  

ନୂଆଦିଲ୍ଲୀ: ଉତ୍ତରାଖଣ୍ଡ ସିଲକ୍‌ୟାରା ସୁଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଜୋରଦାର ପ୍ରାୟସ ଚଳାଇନ୍ତି ବିଭିନ୍ନ ଉଦ୍ଧାରକରୀ ଦଳ । ସୋମବାର ରାଟ୍ ହୋଲ୍ ମାଇନିଂ ବିଶେଷଜ୍ଞ ଘଟଣାସ୍ଥଳରେ ପହଞ୍ଚି ମାନୁଆଲ୍ ଡ୍ରିଲିଂ ଆରମ୍ଭ କରିଛନ୍ତି । ହାତରେ ଖୋଳିବାକୁ ଆଉ ମାତ୍ର ୬ରୁ ୭ ମିଟର ରହିଥିବା ବେଳେ ଏପଟେ ପାହାଡ଼ ଉପରପଟୁ ଭର୍ଟିକାଲ ଡ୍ରିଲିଂ ଜାରି ରହିଛି । ଉପରରୁ ସମାନ୍ତରଣ ଡ୍ରିଲିଂ ଏପର୍ଯ୍ୟନ୍ତ ୫୨ ମିଟର ହୋଇଥିବା ସୂଚନା ମିଳିଛି ।

ରେସକ୍ୟୁ ଅପରେସନରେ ନିୟୋଜିତ ଥିବା ଅଧିକାରୀଙ୍କ ସୂଚନା ଅନୁଯାୟୀ, ସୁଡ଼ଙ୍ଗରେ ଅବରୋଧ ହୋଇଥିବା ଅଞ୍ଚଳରୁ ୧୦-୧୨ ମିଟର ଧ୍ବଂସାବଶେଷ ସଫା କରିବାକୁ ରାଟ୍ ହୋଲ୍ ମାଇନିଂ ବିଶେଷଜ୍ଞଙ୍କ ସହଯ୍ୟ ନିଆଯାଉଛି । ଅଗର ମେସିନ୍ ଭାଙ୍ଗିବା ପରେ ଉଦ୍ଧାର କାର୍ଯ୍ୟକୁ ଶୀଘ୍ର ଶେଷ କରିବାକୁ ବିକଳ୍ପ ବ୍ୟବସ୍ଥା କରାଯାଉଛି । ରବିବାର ଠାରୁ ଭର୍ଟିକାଲ ଡ୍ରିଲିଂ ଜାରି ରହିଛି । ପାହାଡ଼ ଉପରେ ଏପର୍ଯ୍ୟନ୍ତ ୫୨ ମିଟର ଭର୍ଟିକାଲ ଡ୍ରିଲିଂ ଶେଷ ହୋଇଥିବା ନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମୀ । ୧.୨ ମିଟର ବ୍ୟାସରେ ଡ୍ରିଲିଂ ହେଉଛି । ଆଉ ୩୪ ମିଟର ଖୋଳା ଶେଷ ହେବା ପରେ ସଫଳତା ମିଳିବ । ଏଥିରେ ପାଇଁ ଆହୁରୁ ୪୦-୫୦ ଘଣ୍ଟା ସମୟ ଲାଗିବ । ଦ୍ବିତୀୟ ଗର୍ତ୍ତ ତଥା ୮ମି.ମି ବ୍ୟାସ ବିଶିଷ୍ଟ ହୋଲ୍ ଏପର୍ଯ୍ୟନ୍ତ ୭୮ ମିଟର ଡ୍ରିଲିଂ ସରିଛି । ଆଉ ମାତ୍ର ୧୦ ମିଟର ପରେ ଏହା ଶ୍ରମିକଙ୍କ ନିକଟରେ ପହଞ୍ଚିଯିବ । ଫଳରେ  ସଡ଼ଙ୍ଗରେ ଫସିଥିବା ୪୧ ଶ୍ରମିକଙ୍କୁ ଶୀଘ୍ର ଉଦ୍ଧାର କରାଯିବ ।

ଅନ୍ୟପଟେ ରାଟ୍ ହୋଲ୍ ମାଇନିଂ ବିଶେଷଜ୍ଞ ଦ୍ବାରା ଭିତରପଟୁ ମାନୁଆଲ୍ ଡ୍ରିଲିଂ କରାଯାଉଛି । ଗୋଟିଏ ଦିନରେ ୧.୬ ମିଟର ହୋଲ୍ କରି ପାଇପ୍ ଭର୍ତ୍ତି କରାଯାଇଛି । ଏହି ଭଳି ୧୨ ମିଟର ହାତରେ ଖୋଳାହେବ । ଟନେଲରୁ ଶ୍ରମିକଙ୍କୁ ବାହାର କରିବା କାର୍ଯ୍ୟକ୍ରମ ମଧ୍ୟ ଆରମ୍ଭ ହୋଇଯାଇଛି । ଏପଟେ ଶ୍ରମିକଙ୍କ ପରିବାର ଲୋକଙ୍କୁ ମଧ୍ୟ ଡକରା ହୋଇଛି । ଆମ୍ବୁଲାନ୍ସ, ମେଡିକାଲ ଟିମ୍ ପ୍ରସ୍ତୁତ ହୋଇଛନ୍ତି । ଜରୁରୀକାଳୀନ ସ୍ଥିତି ପାଇଁ ହେଲିକପ୍ଟର ମଧ୍ୟ ମୁତୟନ ହୋଇଛନ୍ତି । ଭାରତୀୟ ସେନା ମଧ୍ୟ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking