27.1 C
Bhubaneswar
Sunday, September 8, 2024
Homeଖେଳବ୍ରାଜିଲ୍ ଫୁଟ୍‌ବଲର୍‌ଙ୍କୁ ଏଲ୍‌ୱେସ୍‌ଙ୍କୁ ସାଢ଼େ ୪ ବର୍ଷ ଜେଲ୍

ବ୍ରାଜିଲ୍ ଫୁଟ୍‌ବଲର୍‌ଙ୍କୁ ଏଲ୍‌ୱେସ୍‌ଙ୍କୁ ସାଢ଼େ ୪ ବର୍ଷ ଜେଲ୍

ନୂଆଦିଲ୍ଲୀ: ସ୍ପେନ୍‌ର ଏକ କୋର୍ଟ ଗୁରୁବାର ବ୍ରାଜିଲ୍‌ର ପୂର୍ବତନ ଅନ୍ତର୍ଜାତୀୟ ଫୁଟ୍‌ବଲର୍ ଡାନି ଏଲ୍‌ୱେସ୍‌ଙ୍କୁ ସାଢ଼େ ୪ ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି । ୨୦୨୨ ଡିସେମ୍ବରରେ ବାର୍ସିଲୋନାଙ୍କର ଏକ ନାଇଟ୍ କ୍ଲବ୍‌ରେ ଏଲ୍‌ୱେସ୍ ଜଣେ ଯୁବତୀଙ୍କୁ ବଳାତ୍କାର କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ।

ତିନି ଥରର ଚାମ୍ପିଅନ୍ସ ଲିଗ୍ ବିଜେତା ଏଲ୍‌ୱେସ୍‌ଙ୍କୁ ପାଞ୍ଚବର୍ଷର ପ୍ରୋବେସନ୍‌ର ଆଦେଶ ମଧ୍ୟ କରାଯାଇଛି । ଅର୍ଥାତ୍ ଜେଲ୍‌ରୁ ବାହାରକୁ ଆସିବା ପରେ ଏଲ୍‌ୱେସ୍ ୫ ବର୍ଷ ପର୍ଯ୍ୟନ୍ତ ସୁପର୍‌ଭିଜନ୍‌ରେ ରହିବେ । ଏଲ୍‌ୱେସ୍ ଜେଲ୍ ଦଣ୍ଡାଦେଶ କାଟିବା ପରେ ପୀଡ଼ିତାଙ୍କୁ ୧.୬୨ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ମଧ୍ୟ ଦାବି କରାଯାଇଛି । ଏଲ୍‌ୱେସ୍‌ଙ୍କୁ କେସ୍ ଲଢ଼ିବାରେ ତାଙ୍କର ନିକଟତମ ବନ୍ଧୁ ତଥା ବ୍ରାଜିଲ୍‌ର ଶୀର୍ଷ ଫୁଟ୍‌ବଲର୍ ନେମାର ସାହାଯ୍ୟ କରିଥିଲେ । ଏଲ୍‌ୱେସ୍‌ଙ୍କ ପାଇଁ ନେମାର ଜଣେ ନାମୀ ଓକିଲ୍ ଠିକ୍ କରିବା ସହିତ ମୋଟା ଅଙ୍କର ଅର୍ଥ ମଧ୍ୟ ସହାୟତା କରିଥିଲେ । ଏଲ୍‌ୱେସ୍ ଓ ନେମାର ଏକାଠି ବାର୍ସିଲୋନା ଫୁଟ୍‌ବଲ୍ କ୍ଲବ୍‌, ପିଏସ୍‌ଜି ଏବଂ ବ୍ରାଜିଲ୍ ନାସ୍‌ନାଲ୍ ଟିମ୍‌ରେ ଖେଳିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking