ମୁମ୍ବାଇ: ନର ରାକ୍ଷସ ପାଲଟି ଯାଇଛି ମଣିଷ । ନିଜ ଶରୀରର ଭୋକକୁ ମେଣ୍ଟାଇ ପାରୁନି । ମହିଳାଙ୍କୁ ଶିକାର କରୁଛନ୍ତି କିଛି ନର ରୂପୀ ପଶୁ । ମୃତ ଶରୀର ସହ କୁକର୍ମ କରିବାକୁ ପଛାଉ ନାହାନ୍ତି । ମହିଳାଙ୍କ ସହ ଦୁଷ୍କର୍ମ ହେଉଥିବା ତ ଆପଣ ପ୍ରତିଦିନ ଶୁଣୁଥିବେ କିନ୍ତୁ ମହିଳାଙ୍କ ମୃତଦେହ ସହ ସମ୍ବନ୍ଧ , ଏକଥା ହୁଏତ ଆପଣ କେବେ ଶୁଣିନଥିବେ । ମହିଳାଙ୍କ ମୃତଦେହ ସହ ଦୁଷ୍କର୍ମ କରି ଗିରଫ ହୋଇଛି ପ୍ରେମିକ । ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ନିଜ ପ୍ରେମିକାର ଜୀବନ ନେଲା ପ୍ରେମିକ । ଆଉ ମନରେ ଲାଳସା ଏତେ ଭରି ଯାଇଥିଲା ଯେ ମହିଳାଙ୍କ ମୃତଦେହ ସହ ସମ୍ପର୍କ ରଖିଲା । ଶୁଣିଲେ ଲୋମ ଟାଙ୍କୁରି ଉଠୁଛି । କିନ୍ତୁ ଏ ସମାଜରେ ଏମିତି ବି କିଛି ମଣିଷ ରୂପୀ ନର ରାକ୍ଷସ ଅଛନ୍ତି ଯେଉଁମାନଙ୍କ ଶରୀରର ଭୋକ ମେଣ୍ଟୁନି । ଯାହାକୁ ଭଲ ପାଉଛନ୍ତି ତାଙ୍କ ସହ ଦୁଷ୍କର୍ମ କରୁଛନ୍ତି ଆଉ ସେମାନଙ୍କ ଜୀବନ ନେଇ ଯାଉଛନ୍ତି । ମହାରାଷ୍ଟ୍ରର ନାଗପୁର ହୁଡକେଶ୍ୱର ଥାନା ଅଞ୍ଚଳରେ ଏଭଳି ଏକ ଛାତି ଥରା ଘଟଣା ସାମ୍ନାକୁ ଆସିଛି ।
ଦୁଷ୍କର୍ମ ଏବଂ ହତ୍ୟା ମାମଲାରେ ଅଭିଯୁକ୍ତ ରୋହିତ ଗଣେଶ ଟେକାମକୁ ଗିରଫ କରିଛି ପୋଲିସ । ବିବାହିତ ପ୍ରେମିକା ଶାରିରୀକ ସମ୍ପର୍କ ରଖିବାକୁ ମନା କରିବାରୁ ତାଙ୍କ ପ୍ରେମିକ ତାଙ୍କୁ ହତ୍ୟା କରିଥିଲା ଏବଂ ପରେ ପ୍ରେମିକାର ମୃତ ଶରୀର ସହିତ ସମ୍ପର୍କ ରଖିଥିଲା । ପୋଲିସର ସୂଚନା ଅନୁଯାୟୀ, ୩୨ ବର୍ଷୀୟା ବିବାହିତା ମୃତକ ମହିଳା ହୁଡକେଶ୍ୱର ଖୁର୍ଦ୍ଦରେ ରହୁଥିଲେ । ସେ ମଧ୍ୟପ୍ରଦେଶର ବାସିନ୍ଦା ହୋଇଥିବାବେଳେ କାମ ଖୋଜିବା ପାଇଁ ତାଙ୍କ ସ୍ୱାମୀଙ୍କ ସହିତ ଛଅ ବର୍ଷ ପୂର୍ବେ ନାଗପୁର ଆସିଥିଲେ । ତାଙ୍କ ସ୍ୱାମୀ ସକାଳେ ଢାବାକୁ କାମ କରିବା ପାଇଁ ଯାଆନ୍ତି ଏବଂ ବିଳମ୍ବିତ ରାତିରେ ଘରକୁ ଫେରନ୍ତି । ମୃତ ମହିଳାଙ୍କ ସ୍ୱାମୀ ସବୁବେଳେ ମଦ ପିଉଥିଲେ । ଏହାରି ଭିତରେ କନଷ୍ଟ୍ରକ୍ସନ ଇଞ୍ଜିନିୟର ରୋହିତ ଟେକାମଙ୍କ ସହ ମୃତ ମହିଳାଙ୍କର ସାକ୍ଷାତ ହୋଇଥିଲା । ପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ମହିଳାଙ୍କ ସ୍ୱାମୀ ଘରୁ କାମକୁ ଯିବା ପରେ ରୋହିତ ସବୁବେଳେ ମହିଳାଙ୍କୁ ଦେଖା କରିବାକୁ ଆସୁଥିଲା ।
ତେବେ ଗୁରୁବାର ଫେବୃଆରୀ ୬ ତାରିଖରେ ମହିଳାଙ୍କ ସ୍ୱାମୀ କାମକୁ ଯାଇଥିଲେ । ଆଉ ପୀଡିତା ନିଜ ପ୍ରେମିକ ରୋହିତକୁ ଘରକୁ ଡାକିଥିଲେ । ରୋହିତ ମହଲଗାଁଓ କାପସିରେ ନିଜ କାମ ଛାଡି ମହିଳାଙ୍କ ଘରକୁ ଆସିଥିଲା । ରୋହିତ ଏବଂ ପୀଡିତା ମଦ୍ୟପାନ କରିଥିଲେ ଏବଂ ଖାଦ୍ୟ ଖାଇଥିଲେ । ପରେ ରୋହିତ ନିଜ ବିବାହିତା ପ୍ରେମିକା ସହ ଶାରୀରିକ ସମ୍ପର୍କ ରଖିବାକୁ ଦାବି କରିଥିଲା । କିନ୍ତୁ ମହିଳା ରାଜି ନହୋଇ ରୋହିତକୁ ମନା କରିଦେଲେ । ଏଥିରେ ରୋହିତ ରାଗିଯାଇ ମହିଳାଙ୍କୁ ହତ୍ୟା କଲା ଏବଂ ପରେ ପୀଡିତାଙ୍କ ମୃତଦେହ ସହ କୁକର୍ମ କରି ସେଠାରୁ ଖସି ପଳାଇଥିଲା । ତେବେ ସନ୍ଧ୍ୟାରେ ମହିଳାଙ୍କ ଝିଅ ସ୍କୁଲରୁ ଘରକୁ ଫେରିବା ପରେ ମା’କୁ ମୃତ ଅବସ୍ଥାରେ ପାଇଥିଲା । ପରେ ଘଟଣା ବିଷୟରେ ପୋଲିସକୁ ସୂଚନା ମିଳିଥିଲା । ହୁଡକେଶ୍ୱର ପୋଲିସ ଘଟଣାକୁ ନେଇ ଏକ ହତ୍ୟା ମାମଲା ରୁଜୁ କରିଛି । ମୃତଦେହ ସହ ଶାରିରୀକ ସମ୍ପର୍କ ରଖାଯାଇଥିବା ଡାକ୍ତରୀ ରିପୋର୍ଟରୁ ଜଣାପଡ଼ିଛି । ପୀଡିତାଙ୍କ ମୋବାଇଲ ଫୋନର କଲ୍ ରେକର୍ଡିଂ ଆଧାରରେ ପୋଲିସ ରୋହିତକୁ ଗିରଫ କରିଛି ।