26.1 C
Bhubaneswar
Tuesday, June 17, 2025
Homeଦେଶ ବିଦେଶ୨୦ ଥର ଛୁରି ଭୁସି, କଂକ୍ରିଟ୍‌ ସ୍ଲାବ୍‌ରେ ଛେଚି ୧୬ ବର୍ଷୀୟ ଝିଅକୁ ହତ୍ୟା କଲା...

୨୦ ଥର ଛୁରି ଭୁସି, କଂକ୍ରିଟ୍‌ ସ୍ଲାବ୍‌ରେ ଛେଚି ୧୬ ବର୍ଷୀୟ ଝିଅକୁ ହତ୍ୟା କଲା ପ୍ରେମିକ

ନୂଆଦିଲ୍ଲୀ: ଦିଲ୍ଲୀର ରୋହିଣୀ ଅଞ୍ଚଳରେ ରବିବାର ସନ୍ଧ୍ୟା ବେଳେ ଜଣେ ୧୬ ବର୍ଷୀୟ ଝିଅକୁ ତା’ର ପ୍ରେମିକ ହତ୍ୟା କରିଥିବା କଥା ପୁଲିସ କହିଛି।ପୁଲିସ କହିବା ଅନୁସାରେ, ଗତ ସନ୍ଧ୍ୟାରେ ରୋହିଣୀ ଅନ୍ତର୍ଗତ ଶାହବାଦ୍‌ ଡାଏରି ଅଞ୍ଚଳରେ ଝିଅଟିକୁ ବାରମ୍ବାର ଛୁରି ଭୁସିବା ପରେ ଅଭିଯୁକ୍ତ ପ୍ରେମିକ ସାହିଲ୍‌ ଗୋଟାଏ ଓଜନିଆ କଂକ୍ରିଟ୍‌ ସ୍ଲାବ୍‌ରେ ଛେଚି ପକାଇଛି। ଘଟଣାର ଦୃଶ୍ୟାବଳି ‘ସିସିଟିଭି’ କ୍ୟାମେରାରେ ରେକର୍ଡ ହୋଇଛି।‘ସିସିଟିଭି ଫୁଟେଜ୍‌’ରେ ଦେଖାଯାଉଛି ଶାହବାଦ୍‌ ଡାଏରିର ଗୋଟାଏ ସରୁ ଗଳିରେ ଅଭିଯୁକ୍ତ ସାହିଲ୍‌ ସେ ଝିଅକୁ ଛୁରି ଭୁସୁଥିବା ବେଳେ ବାଟୋଇମାନେ ସେ ଭୟଙ୍କର ଦୃଶ୍ୟ ଦେଖୁଛନ୍ତି। ଛୁରି ଭୁସି ସାରିବା ପରେ ସାହିଲ୍ ରାସ୍ତାରୁ ଗୋଟାଏ ଓଜନିଆ ସ୍ଲାବ୍‌ ଉଠାଇ ଆଣି ଝିଅ ମୁଣ୍ଡରେ ଏକାଧିକ ବାର ପକାଇ ଘଟଣାସ୍ଥଳରୁ ଚାଲିଯାଉଛି। କିଛି ସମୟ ପରେ ପୁଣି ଫେରି ଆସି ସ୍ଲାବ୍‌ରେ ଝିଅର ମୁଣ୍ଡକୁ ପୂର୍ବ ଭଳି ଛେଚି ପକାଉଛି।
ସ୍ଥାନୀୟ ଲୋକଙ୍କଠାରୁ ସୂଚନା ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳେକୁ ଝିଅର ରକ୍ତାକ୍ତ ଶବ ରାସ୍ତାରେ ପଡ଼ିଥିଲା।ଜଣେ ପୁଲିସ ଅଧିକାରୀ କହିଛନ୍ତି, ଉଭୟଙ୍କ ମଧ୍ୟରେ ସୁସମ୍ପର୍କ ଥିଲା। କିନ୍ତୁ, ଗତକାଲି ଦୁହିଁଙ୍କ ମଧ୍ୟରେ ଝଗଡ଼ା ହୋଇଥିଲା। ଝିଅଟି ତା’ର ଜଣେ ବାନ୍ଧବୀର ପୁଅ ଜନ୍ମଦିନ ଉତ୍ସବକୁ ଯିବା ପାଇଁ ଯୋଜନା କରିଥିଲା। ଅଭିଯୁକ୍ତ ଝିଅ ପଛେ ପଛେ ଯାଇ ଛୁରି ମାରିବା ପରେ ସ୍ଲାବ୍‌ରେ ଛେଚି ପକାଇଥିଲା।ସାହିଲ୍‌ ତା’ର ପ୍ରେମିକାକୁ ୨୦ ଥର ଛୁରି ଭୁସିଛି। ସେଥିରୁ ଗ‌ୋଟିଏ ଥର ଛୁରି ଝିଅର ମୁଣ୍ଡରେ ଭୁସି ହୋଇଯାଇଥିବା ଜଣାପଡ଼ିଛି। ଫେରାର ସାହିଲ୍‌କୁ ଧରିବା ପାଇଁ ତଲାସ ଅଭି‌ଯାନ ଆରମ୍ଭ ହୋଇଥିବା କଥା ପୁଲିସ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking