14.1 C
Bhubaneswar
Friday, January 10, 2025
Homeଓଡିଶାବନ୍ଧା ହେଲେ ବୌଦ୍ଧ ଆରଟିଓ

ବନ୍ଧା ହେଲେ ବୌଦ୍ଧ ଆରଟିଓ

ଭୁବନେଶ୍ୱର: ଗିରଫ ହେଲେ ବୌଦ୍ଧ ଆରଟିଓ ବସନ୍ତ କୁମାର ମହାପାତ୍ର । ଆୟଠାରୁ ୪୪୫% ଊର୍ଦ୍ଧ୍ୱ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଆଜି ଗିରଫ କରିଛି ଭିଜିଲାନ୍ସ । ଗୁରୁବାର ଆୟ ବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ବସନ୍ତଙ୍କ ପୈତୃକ ଘର, ବୌଦ୍ଧରେ ରହୁଥିବା ଭଡ଼ା ଘର ଓ ଅଫିସ ସମେତ ୧୦ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିଥିଲା ଭିଜିଲାନ୍ସର ୧୦ଟି ଟିମ୍ । ଯାହା ଫଳରେ ସେଠାରୁ ମିଳିଥିଲା ଲକ୍ଷାଧିକ ନଗଦ ଟଙ୍କା, ସୁନା, ରୁପା ଓ କୋଟି କୋଟି ଟଙ୍କାର କାଗଜପତ୍ର । ଯାହାର ଆନୁମାନିକ ମୂଲ୍ୟ ୧୯ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ହେବ ବୋଲି ଭିଜିଲାନ୍ସ ସୂଚନା ଦେଇଥିଲା ।

ସେହି ଟଙ୍କା କେଉଁଠୁ ଏବଂ କେମିତି ଆୟ କରି ଥିଲେ ତା’ର ଯାଞ୍ଚ ବେଳେ ସବୁ ଅସତ ଉପାୟରେ ଆୟ କରିଥିବା ଜଣା ପଡ଼ିଥିଲା । ତଦନ୍ତ ବେଳେ ଜଣା ପଡ଼ିଥିଲା ୨୦୧୨ ମସିହାରେ ସମ୍ବଲପୁର ଜିଲ୍ଲା ଲକ୍ଷ୍ମୀଡୁଙ୍ଗିର ଚେକ ଗେଟ୍‌ରେ ୩୯ ହଜାର ଲାଞ୍ଚ ନେଉଥିବା ବେଳେ ରେଡ୍ ହ୍ୟାଣ୍ଡଡ୍ ଧରାପଡ଼ିଥିଲେ ବସନ୍ତ । ଯାହା ଫଳରେ ବିଭାଗ ତାଙ୍କୁ ବଡ଼ ଧରଣର ଫାଇନ ପକାଇଥିଲା ଏବଂ ତାଙ୍କ ପଦଉନ୍ନତିକୁ ସ୍ଥଗିତ କରାଯାଇଥିଲା । ସମସ୍ତ ସ୍ଥାବର ଓ ଅସ୍ଥାବାର ଉତ୍ସ କ’ଣ ବୋଲି ପଚାରିବାରୁ କୌଣସି ସନ୍ତୋଷଜନକ ଉତ୍ତର ଦେଇ ପାରିନଥିଲେ ବସନ୍ତ । ଯାହା ଫଳରେ ବସନ୍ତଙ୍କୁ ଗିରଫ କରିବା ପରେ ଭୁବନେଶ୍ୱର ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟକୁ ଚାଲାଣ କରାଯାଇଥିଲା । ଏହା ସହ ଭିଜିଲାନ୍ସ ବସନ୍ତଙ୍କ ସ୍ତ୍ରୀ ଓ ପୁଅ ବୁରୋଧରେ ମଧ୍ୟ ମାମଲା ରୁଜୁ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking