18.1 C
Bhubaneswar
Saturday, November 23, 2024
Homeଓଡିଶାଅତିଶୟ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା

ଅତିଶୟ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା

ବୌଦ୍ଧ : ଗତ ଦୁଇ ଦିନର ଲଗାଣ ବର୍ଷାରେ ବେହାଲ ବୌଦ୍ଧ ଜିଲ୍ଲା । ମହାନଦୀରେ ବନ୍ୟା ପାଣି କମିଥିବା ବେଳେ ତଳି ମୁଣ୍ଡରେ  ଏଯାଏଁ ଲୋକଙ୍କ ଦୁର୍ଦ୍ଦଶା କମିନାହଁ ।ବନ୍ୟା ଯୋଗୁଁ ଜଗନ୍ନାଥ ସଡ଼କ ଉପରେ ବର୍ତ୍ତମାନ ସୁଦ୍ଧା 5 ଫୁଟ ପାଣି ଲହାଡ଼ା ମାରୁଛି ଯାହା ଫଳରେ ଚାଷଜମି ଜଳମଗ୍ନ ସହ 20ରୁ ଅଧିକ ଗାଁ ପାଣି ଘେରରେ ରହିଛି । ସଂକୁଳେଇ ପଂଚାୟତର ବୁଲୁରା ଗ୍ରାମର ରମେଶ ଦୀପ ଦେହ ଅସୁସ୍ଥ ହେବାରୁ ପାଣି ଘେରରେ ପ୍ରାୟ ତିନି କିଲୋମିଟର ଚାରିଛକ ଅଗ୍ନୀସମ ବାହିନୀ ର ହୃଷିକେଶ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ଟିମ ଗଠନ କରି ବୋଟ ସାହାଯ୍ୟରେ  ବୁଲୁରା ଗ୍ରାମରୁ ଯାଇ ସୁରକ୍ଷିତ ଭାବେ  ରୋଗୀଙ୍କୁ ଉଦ୍ଧାର କରାଯାଇଛି ।

108 ଆମ୍ବୁଲାନ୍ସ ଯୋଗେ ପୁଣି ବୌଦ୍ଧ ମେଡ଼ିକାଲ କୁ ପଠାଯାଇଛି ।ତେବେ ଅନେକ ଗାଁ କୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ଜଗନ୍ନାଥ ସଡ଼କ ଉପରେ ପାଣି ରହିଛି ତେଣୁ ଅନେକ ଲୋକ ଦେଶୀ କାଠ ଡଙ୍ଗା ସାହାଯ୍ୟରେ ବିପଦ ସଂକୁଳ ଅବସ୍ଥାରେ ଯାତାୟାତ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking