24.1 C
Bhubaneswar
Thursday, January 16, 2025
Homeଖେଳବୁମରା ଓ ରୋହିତ ୱିଜ୍‌ଡେନ୍ କ୍ରିକେଟର୍ସ ଅଫ୍ ଦି ଇୟର୍ ମନୋନୀତ

ବୁମରା ଓ ରୋହିତ ୱିଜ୍‌ଡେନ୍ କ୍ରିକେଟର୍ସ ଅଫ୍ ଦି ଇୟର୍ ମନୋନୀତ

ଲଣ୍ଡନ: ଭାରତୀୟ କ୍ୟାପ୍‌ଟେନ୍ ରୋହିତ ଶର୍ମା ଓ ପେସର୍ ଜସ୍‌ପ୍ରୀତ୍ ବୁମ୍‌ରା ୱିଜ୍‌ଡେନ୍‌ର ୨୦୨୨ ସଂସ୍କରଣ ପାଇଁ କ୍ରିକେଟର୍ସ ଅଫ୍ ଦି ଇୟର୍ ମନୋନୀତ ପାଞ୍ଚ ଖେଳାଳିଙ୍କ ମଧ୍ୟରେ ସାମିଲ ହୋଇଛନ୍ତି । ଅନ୍ୟ ଖେଳାଳିମାନେ ହେଲେ ନ୍ୟୁଜିଲାଣ୍ଡ ବ୍ୟାଟ୍ସମ୍ୟାନ୍ ଡେଭନ୍ କନ୍‌ୱେ, ଇଂଲଣ୍ଡ ପେସର୍ ଓଲି ରବିନ୍‌ସନ୍ ଏବଂ ସାଉଥ୍ ଆଫ୍ରିକା ମହିଳା ଷ୍ଟାର୍ ଡାନେ ଭାନ୍ ନିଏକେର୍କ । ଇଂଲଣ୍ଡର ଜୋ ରୁଟ୍ ବିଶ୍ୱ ଅଗ୍ରଣୀ କ୍ରିକେଟର୍ ଭାବେ ମନୋନୀତ ହୋଇଥିବା ବେଳେ ସାଉଥ୍ ଆଫ୍ରିକା ମହିଳା ବ୍ୟାଟର୍ ଲିଜେଲ୍ ଲି ଅଗ୍ରଣୀ ମହିଳା କ୍ରିକେଟର୍ ପୁରସ୍କାରରେ ସମ୍ମାନିତ ହୋଇଛନ୍ତି । ପାକିସ୍ତାନ ୱିକେଟ୍‌କିପର୍ ବ୍ୟାଟ୍ସମ୍ୟାନ୍ ମହମ୍ମଦ ରିଜ୍‌ୱାନ୍ ବିଶ୍ୱର ଅଗ୍ରଣୀ ଟି-୨୦ କ୍ରିକେଟର୍ ଟାଇଟଲ୍ ହାସଲ କରିଛନ୍ତି ।

ଗତ ସମର୍‌ରେ ଇଂଲଣ୍ଡ ଗସ୍ତ ଅବସରରେ ବୁମ୍‌ରା ଐତିହାସିକ ଲର୍ଡ୍ସ ବିଜୟରେ ମୁଖ୍ୟ କର୍ଣ୍ଣଧାର ସାଜିଥିଲେ । ସେହିପରି ଦ ଓଭାଲ୍‌ରେ ମଧ୍ୟ ସେ ଏକ ମ୍ୟାଚ୍ ବିଜୟୀ ସ୍ପେଲ୍ କରି ଚଳିତ ବର୍ଷ ଜୁଲାଇରେ ଶେଷ ହୋଇଥିବା ସିରିଜ୍‌ରେ ଭାରତକୁ ୨-୧ର ବିଜୟ ଦେଇଥିଲେ । ଅନ୍ୟପକ୍ଷରେ ରୋହିତ ଏହି ଗସ୍ତର ଚାରିଟି ଟେଷ୍ଟ୍‌ରେ ୫୨.୫୭ ହାରରେ ମୋଟ ୨୬୮ ରନ୍ ସ୍କୋର୍ କରିଥିଲେ । ସେହିପରି ଦି ଓଭାଲ୍‌ରେ ଭାରତୀୟ କ୍ୟାପ୍‌ଟେନ୍ ୧୨୭ ରନ୍‌ର ଶତକୀୟ ଇନିଂସ୍ ଖେଳିଥିଲେ ।

ଏହା ବିଦେଶ ମାଟିରେ ତାଙ୍କର ପ୍ରଥମ ଟେଷ୍ଟ୍ ଶତକ ଥିଲା । ବିଶ୍ୱର ଅଗ୍ରଣୀ ପୁରୁଷ କ୍ରିକେଟର୍ ମନୋନୀତ ହୋଇଥିବା ରୁଟ୍ ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ମୋଟ ୧୭୦୮ ଟେଷ୍ଟ୍ ସ୍କୋର୍ କରିଥିଲେ, ଯାହା ଟେଷ୍ଟ୍ ଇତିହାସରେ ତୃତୀୟ ସର୍ବାଧିକ । ସେହିପରି ଲି’ ୨୦୨୧ରେ ପ୍ରଭାବଶାଳୀ ପ୍ରଦର୍ଶନ କରି ଦିନିକିଆରେ ୯୦.୨୮ ହାରରେ ରନ୍ ସଂଗ୍ରହ କରିଥିଲେ ଏହା ମଧ୍ୟରେ ଭାରତ ବିପକ୍ଷ ସିରିଜ୍‌ର ଚାରିଟି ଇନିଂସ୍‌ରେ ତାଙ୍କର ୨୮୮ ରନ୍ ସାମିଲ । ଅନ୍ୟପକ୍ଷରେ ରିଜ୍‌ୱାନ୍ ୨୦୨୧ ବର୍ଷରେ ୨୭ ଟି-୨୦ ମ୍ୟାଚ୍‌ରୁ ୭୨.୮୮ ହାରରେ ଗୋଟିଏ ଶତକ ଓ ଏଗାର ଅର୍ଦ୍ଧଶତକ ସହିତ ୧,୩୨୯ କରି ଚର୍ଚ୍ଚାକୁ ଆସିଥିଲେ । ସେହିପରି ଗୋଟିଏ କ୍ୟାଲେଣ୍ଡର୍ ବର୍ଷରେ ଏକ ହଜାର ରନ୍ ପାର୍ କରିବାରେ ସେ ପ୍ରଥମ କ୍ରିକେଟର୍ ମଧ୍ୟ ହୋଇଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking