26.1 C
Bhubaneswar
Tuesday, September 17, 2024
Homeବଲିଉଡଫିଲ୍ମ 'ବଡ଼େ ମିୟାଁ ଛୋଟେ ମିୟାଁ'ର ପ୍ରମୋସନ କୁ ଯାଇ ହଟହଟା ହେଲେ ବଲିଉଡ ଷ୍ଟାର...

ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ର ପ୍ରମୋସନ କୁ ଯାଇ ହଟହଟା ହେଲେ ବଲିଉଡ ଷ୍ଟାର ଅକ୍ଷୟ ଓ ଟାଇଗର

ଲକ୍ଷ୍ନୌ : ଫିଲ୍ମ ପ୍ରମୋସନ କରିବାକୁ ଯାଇ ହଟହଟା ହେଲେ ବଲିଉଡର ଦୁଇ ଲୋକପ୍ରିୟ ଷ୍ଟାର ଅକ୍ଷୟ କୁମାର ଓ ଟାଇଗର ଶ୍ରଫ । ଗତକାଲି (ସୋମବାର) ଉଭୟ ଲକ୍ଷ୍ନୌରେ ଆଗାମୀ ଫିଲ୍ମ ‘ବଡ଼େ ମିୟାଁ ଛୋଟେ ମିୟାଁ’ର ପ୍ରମୋସନ ପାଇଁ ପହଞ୍ଚିଥିଲେ । ଦୁଇ ତାରକାଙ୍କୁ ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼ ଜମିଥିଲା । ଏତିକି ବେଳେ ଲୋକେ ସେଠାରେ ଅକ୍ଷୟ ଏବଂ ଟାଇଗରଙ୍କ ଉପରକୁ ଚପଲ ମାଡ଼ କରିଥିଲେ । ସ୍ଥିତି ନିୟନ୍ତ୍ରଣ ପାଇଁ ପୋଲିସକୁ ଲୋକଙ୍କ ଉପରକୁ ଲାଠିଚାର୍ଜ କରିବାକୁ ପଡିଥିଲା । ଏହି ସମୟର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଭାଇରାଲ ଭିଡିଓରେ ଅକ୍ଷୟ ଏବଂ ଟାଇଗରଙ୍କୁ ମଞ୍ଚରେ ଦେଖିବାକୁ ମିଳିଛି, ​​ଯେଉଁଠାରେ ସେମାନେ ଲକ୍ଷ୍ନୌ ଆସିବା ପରେ ସେମାନଙ୍କ ଉତ୍ସାହ ବିଷୟରେ କହୁଛନ୍ତି । ଏହି ସମୟରେ ଉଭୟ ତାରକାଙ୍କ ଝଲକ ଦେଖିବାକୁ ଭିଡ଼ ଜମିଥିଲା । ପୋଲିସ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଥିବାବେଳେ ଅନେକ ଲୋକ ଚପଲ ଫିଙ୍ଗିଥିଲେ । ଉତ୍ତେଜନା କାରଣରୁ କିଛି ସମୟ ପାଇଁ କାର୍ୟ୍ୟକ୍ରମ ବନ୍ଦ ହୋଇଯାଇଥିଲା । ଭିଡ଼ ନିୟନ୍ତ୍ରଣ ପାଇଁ ପୋଲିସ ଲାଠିଚାର୍ଜ କରିଥିଲା । ଏହି ସମୟରେ ଅକ୍ଷୟ ଏବଂ ଟାଇଗର ଲାଇଭ ଷ୍ଟଣ୍ଟ ପ୍ରଦର୍ଶନ କରିବା ସହ ନିଜ ଫିଲ୍ମର ଗୀତରେ ଡ୍ୟାନ୍ସ କରିଥିଲେ । ହେଲେ ଚପଲ ଏବଂ ଭିଡ଼କୁ ଦେଖି ଅକ୍ଷୟ କୁମାର ଲୋକଙ୍କୁ ଅନୁରୋଧ କରି କହିଥିଲେ, ”ମୁଁ ଆପଣ ସମସ୍ତଙ୍କୁ ଅନୁରୋଧ କରୁଛି, ସମସ୍ତେ ନିଜକୁ ରକ୍ଷା କରନ୍ତୁ । ଏଠାରେ ମହିଳା ଏବଂ ଶିଶୁ ମଧ୍ୟ ଅଛନ୍ତି, ସେମାନଙ୍କର ଯତ୍ନ ନିଅନ୍ତୁ । ମୁଁ ତୁମ ସମସ୍ତଙ୍କୁ ଭେଟିବାକୁ ଆସିଛି ।” ଏହାପରେ ପରିସ୍ଥିତି ସାମାନ୍ୟ ଶାନ୍ତ ପଡିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking