29.1 C
Bhubaneswar
Sunday, May 19, 2024
Homeବଲିଉଡବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଘରକୁ ଖୁବଶୀଘ୍ର ଆସିବେ ନୂଆ ଅତିଥି...

ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଘରକୁ ଖୁବଶୀଘ୍ର ଆସିବେ ନୂଆ ଅତିଥି…

ନୂଆଦିଲ୍ଲୀ: ବଲିଉଡ ଅଭିନେତ୍ରୀ ୟାମି ଗୌତମଙ୍କ ଘରକୁ ଖୁବଶୀଘ୍ର ନୂଆ ଅତିଥି ଆସିବାକୁ ଯାଉଛନ୍ତି। ପ୍ରକାଶିତ ରିପୋର୍ଟ ମୁତାବକ, ୟାମି ଗୌତମ ବିବାହର ୩ବର୍ଷ ପରେ ୨୦୨୪ରେ ମା’ ହେବେ। ୟାମି ଏବେ ୫ମାସର ଅନ୍ତସତ୍ତ୍ବା ଅଛନ୍ତି। ‌ ୟାମି ଯେବେ ଏବିଷୟରେ ଜାଣିଥିଲେ ସବୁ ମା’ଙ୍କ ଭଳି ଖୁସି ହୋଇଯାଇଥିଲେ। ଅନ୍ତସତ୍ତ୍ବା ସମୟକୁ ୟାମି ଖୁବ ଉତ୍ସାହର ବିତାଉଛନ୍ତି। କୌଣସି ବି ଚିନ୍ତା ନକରି ଖୁସିରେ ରହିବାକୁ ଚେଷ୍ଟା କରୁଛନ୍ତି। ଏବେ ସେ ଅଧିକରୁ ଅଧିକ ନିଜର ଯତ୍ନ ନେବା ସହିତ ଗର୍ଭସ୍ଥ ଶିଶୁର ଧ୍ୟାନ ରଖୁଛନ୍ତି। ମଝିରେ ମଝିରେ ଡାକ୍ତରୀ ପରୀକ୍ଷା ପାଇଁ ବି ଯାଉଛନ୍ତି। କିନ୍ତୁ ଏଯାବତ ୟାମି ଅନ୍ତସତ୍ତ୍ବା ଖବରକୁ ସ୍ପଷ୍ଟ କରି ନାହାନ୍ତି କି ଖଣ୍ଡନ ବି କରି ନାହାନ୍ତି। ଖୁବଶୀଘ୍ର ସେ ଏହାର ଘୋଷଣା କରିବେ ବୋଲି ବି କୁହାଯାଉଛି। ୟାମି ଆଦିତ୍ୟ ଧରଙ୍କୁ ୨୦୨୧ରେ ପ୍ରେମ ବିବାହ କରିଥିଲେ। ଦୁହିଁଙ୍କ ପ୍ରଥମ ଦେଖା ସିନେମା ‘ଉରି’ ସେଟରେ ହୋଇଥିଲା। କାରଣ ଅଦିତ୍ୟ ଏହି ସିନେମାର ନିର୍ଦ୍ଦେଶନା ଦେଇଥିଲେ। ସିନେମା ସେଟରେ ୟାମି ଓ ଆଦିତ୍ୟଙ୍କ ମଧ୍ୟରେ ବନ୍ଧୁତା ହୋଇଥିଲା। କିଛିଦିନ ପରେ ଏହି ବନ୍ଧୁତା ପ୍ରେମ ସମ୍ପର୍କରେ ପରିଣତ ହୋଇଥିଲା । ଏହାପରେ ଦୁହେଁ ବିବାହ କରି ଏକାଠି ବାଟ ଚାଲିବାକୁ ସ୍ଥିର କରିଥି‌ଲେ। ୨୦୨୧ରେ ୟାମି ଓ ଆଦିତ୍ୟଙ୍କ ଧୁମଧାମରେ ବିବାହ ହୋଇଥିଲା। ୟାମିଙ୍କ ବିବାହ ପରର କିଛି ଫଟୋ ବି ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking