ସୁନ୍ଦରପୁର : ବୈତରଣୀ ନଦୀର ଦାଣ୍ଡ ସୁନ୍ଦରପୁର ଘାଟରୁ ଉଦ୍ଧାର ହେଲା ଯୁବକଙ୍କ ମୃତଦେହ । ସୂଚନା ଅନୁସାରେ, ଦାଣ୍ଡ ସୁନ୍ଦରପୁର ଘାଟରେ ଏକ ମୃତଦେହ ଭାସୁଥିବାର ସ୍ଥାନୀୟ ଲୋକ ଦେଖି ଅଗ୍ନିଶମ ବାହିନୀକୁ ସୂଚନା ଦେଇଥିଲେ । ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନଦୀରୁ ମୃତଦେହକୁ ଉଦ୍ଧାର କରିଥିଲେ । ମୃତ ଯୁବକଙ୍କ ପରିଚୟ ମିଳିନାହିଁ । ଯୁବକଙ୍କ ମୃତ୍ୟୁ ପଛର କାରଣ ହତ୍ୟା ନା ନିଜେ ଜୀବନ ହାରିବା ତାହା ସ୍ପଷ୍ଟ ହୋଇନାହିଁ । ପୋଲିସ ଯୁବକଙ୍କ ପରିଚୟ ଖୋଜିବା ସହିତ ଘଟଣାର ତଦନ୍ତ ଜାରି ରଖିଛି ।