36.7 C
Bhubaneswar
Wednesday, June 17, 2026
Homeଓଡିଶାରକ୍ତାକ୍ତ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରକ୍ତାକ୍ତ ଅବସ୍ଥାରେ ବୃଦ୍ଧଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

ରେଙ୍ଗାଲିକ୍ୟାମ୍ପ : ଏକ ଅଭାବନୀୟ ଘଟଣାକ୍ରମେ ଟୋପ-ହିର୍ଲିପାଲି ରାସ୍ତା ବନ୍ଧଳୀ କଡ଼ରେ ରହୁଥିବା ବୃଦ୍ଧ ଲମ୍ବୋଦର ରଣା(୬୫)ଙ୍କ ମୃତଦେହ ଆଜି ବନ୍ଧଳି ନିକଟରୁ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଘଟଣାସ୍ଥଳର ପରିସ୍ଥିତିକୁ ଦେଖି ଏକ ଯୋଜନାବଦ୍ଧ ହତ୍ୟାକାଣ୍ଡ ହୋଇଥିବା ସନ୍ଦେହ କରାଯାଉଛି। ଘଟଣାକୁ ନେଇ ମୃତ ଲମ୍ବୋଦର ଙ୍କ ପୁତୁରା କିଶୋର ରଣା ଅତାବିରା ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଲମ୍ବୋଦର ରଣା ଗ୍ରାମ ସୀମାନ୍ତରେ ଥିବା ଏକ ଛୋଟ ପୋଖରୀ(ବନ୍ଧଲି) ହିଡରେ ଏକ କୁଡିଆରେ ରହୁଥିଲେ। ଗତକାଲି ଗ୍ରାମରେ ନାମଯଜ୍ଞ ଦେଖିବାକୁ ଯାଇ ରାତି ୯ଟାରେ ଫେରିଥିଲେ। ସକାଳ ୬ଟାରେ ତାଙ୍କର ରକ୍ତାକ୍ତ ଶରୀର ବନ୍ଧଳି ହିଡରେ ପଡ଼ିଥିବା ଲୋକେ ଦେଖିଥିଲେ। ଖବର ପାଇ ଅତାବିରା ପୁଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି। ଘଟଣାର ଗୁରୁତ୍ୱକୁ ଦୃଷ୍ଟିରେ ରଖି ଏକ ଅନୁସନ୍ଧାନ ଦଳ ମଧ୍ୟ ପହଞ୍ଚି ସନ୍ଧାନ କରୁଛନ୍ତି। ମୃତକଙ୍କ ଛାତି, କାନ୍ଧ ଓ ପିଠି ରେ କ୍ଷତ ଦାଗ ରହିଥିବା ଓ ରକ୍ତ ଜୁଡୁବୁଡୁ ହୋଇଥିବା ଦେଖି ଏହା ଏକ ହତ୍ୟା ବୋଲି ଅଭିଯୋଗରେ ଦର୍ଶାଇଛନ୍ତି ପରିବାର।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking