28.1 C
Bhubaneswar
Saturday, June 28, 2025
Homeଅପରାଧପାନ୍ଥନିବାସରେ ଚାଲିଥିଲା ଦେହ ବ୍ୟବସାୟ!: ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌, ୩ ଗିରଫ

ପାନ୍ଥନିବାସରେ ଚାଲିଥିଲା ଦେହ ବ୍ୟବସାୟ!: ଯୁବତୀଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍‌, ୩ ଗିରଫ

ଏରସମା : ଯୁବତୀଙ୍କ ସହ ଅନ୍ତରଙ୍ଗ ମୁହୂର୍ତ୍ତର ଭିଡିଓ ଭାଇରାଲ୍ କରିଥିବା ଯୁବକ ଏବଂ ତାଙ୍କୁ ଏପରି କାର୍ଯ୍ୟ କରିବାରେ ସାହାଯ୍ୟ କରିଥିବା ଅନ୍ୟ ଦୁଇଜଣଙ୍କୁ ଦୀର୍ଘଦିନ ପରେ ପୁଲିସ ଶନିବାର ଗିରଫ କରିଛି । ଜଗତସିଂହପୁର ଜିଲ୍ଲାର ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଶିଆଳି ବେଳାଭୂମିରେ ଥିବା ପର୍ଯ୍ୟଟନ ବିଭାଗ ଦ୍ୱାରା ନିର୍ମାଣ କରାଯାଇଥିବା ପାନ୍ଥନିବାସରେ ଏଭଳି ଏକ ଘୃଣ୍ୟକାର୍ଯ୍ୟ କରାଯାଇଥିବାବେଳେ ଏଠାରେ ପ୍ରଭାବଶାଳୀ ବ୍ୟକ୍ତି ଓ ରାଜନୀତିରେ ସଂଶ୍ଳିଷ୍ଟ ଥିବା ବ୍ୟକ୍ତିଙ୍କ ପ୍ରରୋଚନାରେ ଦେହ ବ୍ୟବସାୟ ଚାଲିଥିବା ଅଭିଯୋଗ ହୋଇଆସୁଥିଲା । ଏପରି ଘୃଣ୍ୟ କାର୍ଯ୍ୟ ପାଇଁ ଘରଭଡ଼ା ବାବଦରେ ଘଣ୍ଟାକୁ ହଜାରେ ଏବଂ ଗୋଟିଏ ରାତି ପାଇଁ ୫ ହଜାରରୁ ୧୦ ହଜାର ଟଙ୍କା ନିଆଯାଉଥିଲା ।

ସୂଚନା ମୁତାବକ ୫ରୁ ୬ମାସ ତଳେ ତିର୍ତ୍ତୋଲ ଥାନା ଅନ୍ତର୍ଗତ ଅଲଣା ଗ୍ରାମର ଆନନ୍ଦ ଦାସ ଶିଆଳିସ୍ଥିତ ପର୍ଯ୍ୟଟନ ବିଭାଗ ପାନ୍ଥ ନିବାସରେ ଜଣେ ଯୁବତୀଙ୍କ ସହିତ ଅନ୍ତରଙ୍ଗ ମୁହୂର୍ତ୍ତ ବିତାଇ ଭିଡିଓ ଉତ୍ତୋଳନ କରିଥିଲେ । ଏହା ସମ୍ପୃକ୍ତ ଯୁବତୀଙ୍କ ଜ୍ଞାତସାରରେ କରାଯାଇଥିଲା । ମାତ୍ର ପରେ ଯୁବତୀଙ୍କ ସହିତ ଆନନ୍ଦ ଦାସର ମନାନ୍ତର ହେବାରୁ ସେ ଭିଡିଓଟିକୁ ବିଭିନ୍ନ ସୋସିଆଲ୍ ମିଡିଆରେ ଭାଇରାଲ୍ କରିଦେଇଥିଲା । ଏହା ଜଣାପଡ଼ିବା ପରେ ପୀଡ଼ିତା ଯୁବତୀ ଏନେଇ ଏରସମା ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଦୀର୍ଘଦିନ ଧରି ପୁଲିସ ଅଭିଯୁକ୍ତ ଯୁବକକୁ ଖୋଜାଖୋଜି କରିବା ପରେ ତାକୁ ମୁମ୍ବାଇରୁ ଗିରଫ କରିଥିଲେ ।

ଏହି କାର୍ଯ୍ୟରେ ଅଭିଯୁକ୍ତକୁ ସହଯୋଗ କରିଥିବା ଅନ୍ୟ ଦୁଇଜଣ ବଟକୃଷ୍ଣ ପାତ୍ର ଏବଂ ଚନ୍ଦ୍ରକାନ୍ତ ମଣ୍ଡଳ ଯିଏକି ପାନ୍ଥନିବାସ ଦାୟିତ୍ୱରେ ଅଛନ୍ତି, ତାଙ୍କୁ ମଧ୍ୟ ଗିରଫ କରାଯାଇଥିବା ଏରସମା ଥାନାର ଭାରାପ୍ରାପ୍ତ ଅଧିକାରୀ ନିରଞ୍ଜନ ଦାସ ସୂଚନା ଦେଇଛନ୍ତି । ଏନେଇ ୩୫୭/୨୩ରେ ମାମଲା ରୁଜୁକରି ୩ ଅଭିଯୁକ୍ତଙ୍କୁ କୋର୍ଟଚାଲାଣ କରାଯାଇଛି । ପର୍ଯ୍ୟଟନସ୍ଥଳୀ ଶିଆଳିରେ ଏପରି ଦେହ ବ୍ୟବସାୟ ସହିତ ବହୁତ ଅସାମାଜିକ କାର୍ଯ୍ୟ କରାଯାଉଥିବା ଅଭିଯୋଗ ହୋଇଆସୁଥିଲା । ଯାହାର ପ୍ରମାଣ ଏବେ ଦେଖିବାକୁ ମିଳିଛି, ଆଗାମୀ ଦିନରେ ପ୍ରଶାସନ ଏବଂ ପର୍ଯ୍ୟଟନ ବିଭାଗ ଏଥିପ୍ରତି ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking