35.1 C
Bhubaneswar
Monday, May 5, 2025
Homeଦେଶ ବିଦେଶକୂଅରୁ ଉଦ୍ଧାର ହେଲା ମା’ ସହ ୩ ପିଲାଙ୍କ ମୃତଦେହ

କୂଅରୁ ଉଦ୍ଧାର ହେଲା ମା’ ସହ ୩ ପିଲାଙ୍କ ମୃତଦେହ

ମୁମ୍ବାଇ: କୂଅରୁ ଉଦ୍ଧାର ହେଲା ମହିଳାଙ୍କ ସହ ୩ ପିଲାଙ୍କ ମୃତଦେହ । ଗତକାଲି ଏକ କୂଅରୁ ଜଣେ ମହିଳା ଏବଂ ତାଙ୍କର ତିନି ପିଲାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମହିଳା ଓ ତାଙ୍କ ୩ ପିଲାଙ୍କୁ କିଏ ହତ୍ୟା କରିଛି ? ନା ମୃତ ମହିଳା ଜଣକ ନିଜ ପିଲାଙ୍କୁ ହତ୍ୟା କରିବା ପରେ ଆତ୍ମହତ୍ୟା କରିଛନ୍ତି ସେନେଇ ପୋଲିସ ତଦନ୍ତ ଚଳାଇଛି । ପୋଲିସର ସୂଚନାନୁସାରେ ଏହି ଘଟଣାରେ ମୃତ ମହିଳାଙ୍କ ସ୍ୱାମୀଙ୍କୁ ଅଟକ ରଖାଯାଇଥିଲା । ସମସ୍ତଙ୍କ ମୃତଦେହ ଏକ କୁମ୍ଭାର ଫାର୍ମରେ ଥିବା ଏକ କୂଅରୁ ମିଳିଥିଲା । ଏନେଇ ଜାଣିବା ପରେ ସେହି ଜାଗାର ମାଲିକ ପୋଲିସକୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ । ସୂଚନା ପାଇବା ପରେ ପୋଲିସ ତଦନ୍ତ କରୁଛି ।

ଏପରି ଏକ ଅଭାବନୀୟ ଘଟଣା ମହାରାଷ୍ଟ୍ରର ଅହମ୍ମଦନଗରରେ ଘଟିଛି । ମୃତ ମହିଳା ଜଣକଙ୍କ ନାଁ କାଞ୍ଚନ । ସେ କୁମ୍ଭାର ଫାର୍ମରେ କାମ କରୁଥିଲେ। ବୁଧବାର ଦିନ ରାତିରେ କାଞ୍ଚନ ଏବଂ ତାଙ୍କ ସ୍ୱାମୀ ଧାମପାଲଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ସେମାନଙ୍କ ମଧ୍ୟରେ ଯୁକ୍ତିତର୍କକୁ ଦେଖି ପଡ଼ୋଶୀମାନେ ହସ୍ତକ୍ଷେପ କରିଥିଲେ । ସେମାନଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଏଥିରେ ବିଫଳ ହୋଇଥିବା ପଡ଼ୋଶୀମାନେ କହିଥିବା ପୁଲିସ ସୂଚନା ଦେଇଛି । ଏନେଇ କାଞ୍ଚନଙ୍କ ସ୍ୱାମୀଙ୍କୁ ପୋଲିସ ପଚରାଉଚରା କରିଥିଲେ ମଧ୍ୟ ସେପରି କିଛି ପ୍ରମାଣ ମିଳିପାରିନାହିଁ । ଫଳରେ ମୃତଦେହକୁ ଉଦ୍ଧାର କରି ପୋଲିସ ଡାକ୍ତରଖାନାକୁ ପୋଷ୍ଟମର୍ଟମ କରିବାକୁ ପଠାଇଦେଇଛି । ଏହି ଘଟଣା ଏକ ହତ୍ୟାକାଣ୍ଡ କି ଆତ୍ମହତ୍ୟା ସେ ନେଇ ତଦନ୍ତ ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking