19.1 C
Bhubaneswar
Monday, November 18, 2024
Homeଦେଶ ବିଦେଶବୃହନ ମୁମ୍ବାଇ ନଗର ନିଗମ (ବିଏମସି) ଆରମ୍ଭ କଲା ମଧ୍ୟାହ୍ନ ଭୋଜନ

ବୃହନ ମୁମ୍ବାଇ ନଗର ନିଗମ (ବିଏମସି) ଆରମ୍ଭ କଲା ମଧ୍ୟାହ୍ନ ଭୋଜନ

ମୁମ୍ବାଇ: ବୃହନ ମୁମ୍ବାଇ ମହାନଗର ନିଗମ (ବିଏମସି) ଆରମ୍ଭ କରିଛି ମଧ୍ୟାହ୍ନ ଭୋଜନ । ଯାହାର ମୂଲ୍ୟ ୧୦ ଟଙ୍କା । ଏହି ୧୦ଟଙ୍କାରେ ଭାତ, ଡାଲି ଓ ୨ଟି ତରକାରି ପରଷା ଯିବାର ବ୍ୟବସ୍ଥା କରାଯାଇଛି । ଗୋଟିଏ ଥାଳିର ମୂଲ୍ୟ ୫୦ ଟଙ୍କା ଖର୍ଚ୍ଚ ହେଉଥିବା ବେଳେ ଏଥିରୁ ମହାରାଷ୍ଟ୍ର ସରକାର ୪୦ ଟଙ୍କା ବହନ କରିବେ ବୋଲି ଜଣାପଡ଼ିଛି । ଏହି ଭୋଜନ ବ୍ୟବସ୍ଥା କେବଳ ବିଏମସି କର୍ମଚାରୀ ଏବଂ ଏଠାକୁ ଆସୁଥିବା ଆଗନ୍ତୁକଙ୍କ ପାଇଁ ଉଦ୍ଦିଷ୍ଟ ଥିବା ଜଣାଯାଇଛି ।
ମହାରାଷ୍ଟ୍ରର ଅନ୍ୟ କାର‌୍ୟ୍ୟାଳୟଗୁଡ଼ିକରେ ମଧ୍ୟ ଏଭଳି ଯୋଜନା ଆରମ୍ଭ କରିବାକୁ ରାଜ୍ୟ ସରକାର ଚିନ୍ତା କରୁଛନ୍ତି । ସୂଚନା ଅନୁସାରେ ଖୁବ୍ ଶୀଘ୍ର ଏହି ଯୋଜନା ମହାରାଷ୍ଟ୍ରର ଅନ୍ୟ ୫ଟି ସହରରେ ମଧ୍ୟ କାର‌୍ୟ୍ୟକାରୀ ହେବ ।
ଏଠାରେ ପ୍ରକାଶ ଥାଉକି ଶିବସେନା ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ପୂର୍ବରୁ କମ ଟଙ୍କାରେ କର୍ମଚାରୀଙ୍କୁ ଖାଦ୍ୟ ଯୋଗାଇବା ପାଇଁ ଘୋଷଣା କରିଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking