27.1 C
Bhubaneswar
Saturday, July 27, 2024
Homeଅପରାଧରକ୍ତମୁଖା ସ୍ବାମୀ; ସ୍ତ୍ରୀକୁ ଜୀଅଁନ୍ତା ଜାଳିଲା, ଶ୍ବଶୁରକୁ ପଥରରେ ଛେଚି ହତ୍ୟା କଲା

ରକ୍ତମୁଖା ସ୍ବାମୀ; ସ୍ତ୍ରୀକୁ ଜୀଅଁନ୍ତା ଜାଳିଲା, ଶ୍ବଶୁରକୁ ପଥରରେ ଛେଚି ହତ୍ୟା କଲା

ଲକ୍ଷ୍ନୌ: ପାରିବାରିକ କଳହର କରୁଣ ପରିଣତି । ଶୋଇଥିବା ଅବସ୍ଥାରେ ସ୍ତ୍ରୀକୁ ଜୀଅଁନ୍ତା ଜାଳିଦେଲା ସ୍ବାମୀ । ଶ୍ବଶୁର ବଞ୍ଚାଇବାକୁ ଧାଇଁ ଆସିବାରୁ ତାଙ୍କୁ ମଧ୍ୟ ପଥରରେ ଛେଚି ହତ୍ୟା କଲା । ଏଭଳି ଏକ ନାରକୀୟ କାଣ୍ଡ ଘଟିଛି ଉତ୍ତରପ୍ରଦେଶର ହମୀରପୁରରେ । ତେବେ ସ୍ତ୍ରୀ ଓ ଶ୍ବଶୁରଙ୍କୁ ହତ୍ୟା କରିବା ପରେ ଅଭିଯୁକ୍ତ ନିଜକୁ ଗୁଳି କରିଦେଇଥିବା ଜଣାପଡ଼ିଛି । ଅଭିଯୁକ୍ତର ନାମ ଓମପ୍ରକାଶ । ପାରିବାରିକ ବିବାଦକୁ କେନ୍ଦ୍ରକରି ସେ ଏଭଳି ଜଘନ୍ୟ କାଣ୍ଡ ଘଟାଇଥିବା ପୋଲିସ ସୂଚନା ଦେଇଛି । ସୂଚନା ଅନୁସାରେ, ମୁସ୍କରା ଥାନା ଅନ୍ତର୍ଗତ ଭିଟାରୀ ଗାଁର ୪୨ ବର୍ଷୀୟ ଓମପ୍ରକାଶ ରାଜପୁତ ନିଜର ପତ୍ନୀ ଅନୁସୂୟା(୪୦), ଦୁଇ ଝିଅ ଓ ପୁଅ ସହ ରହୁଥିଲେ । ହେଲେ ସ୍ବାମୀ ସ୍ତ୍ରୀଙ୍କ ମଧ୍ୟରେ ସମ୍ପର୍କ ଭଲ ନଥିଲା । ଅନେକ ସମୟରେ ଦୁହିଁଙ୍କ ମଧ୍ୟରେ ଗଣ୍ଡଗୋଳ ହେଉଥିଲା । ଏଥିରେ ବିରକ୍ତ ହୋଇ ମହିଳା ନିଜର ତିନି ଛୁଆଙ୍କୁ ଧରି କୋତବାଲି ଅଞ୍ଚଳର ଲୀଳାବତୀ ନଗରକୁ ପଳାଇ ଆସିଥିଲେ ଏବଂ ଗତ ୫ ମାସ ହେଲେ ସେହିଠାରେ ରହୁଥିଲେ ।

ଲୀଳାବତୀ ନଗରରେ ଅନୁସୂୟା ନିଜର ଏକ ଘର ନିର୍ମାଣ କରୁଥିଲେ । ଏହାକୁ ଦେଖିବାକୁ ତାଙ୍କର ବାପା(୬୦) ନନ୍ଦ କିଶୋର ସେଠାକୁ ଯାଇଥିଲେ । ଗତକାଲି(ଶନିବାର) ରାତିରେ ଓମପ୍ରକାଶଙ୍କ ଜଣେ ସାଙ୍ଗ ରତନଲାଲ ବର୍ମା ମଧ୍ୟ ଅନୁସୂୟାଙ୍କ ଘରକୁ ବୁଲିବାକୁ ଯାଇ ସେଠି ରାତିରେ ରହିଯାଇଥିଲେ । ଏହାପରେ କାଲି ଅଧରାତିରେ ଓମପ୍ରକାଶ ପାଚେରୀ ଡେଇଁ ଘର ଭିତରେ ପଶିଥିଲେ । ଏହି ସମୟରେ ଅନୁସୂୟା ଶୋଇଥିବା ବେଳେ ସେ ଖଟ ସହିତ ତାଙ୍କୁ ନିଆଁ ଲଗାଇ ଦେଇଥିଲେ ।

ଫଳରେ ମହିଳା ଜୀବନ୍ତ ଦଗ୍ଧ ହୋଇଯାଇଥିଲେ । ଏହାଦେଖି ରତନଲାଲ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିବା ବେଳେ ସେ ନିଆଁ ସଂସ୍ପର୍ଶରେ ଆସି ଆହତ ହୋଇଥିଲେ । ତେଣେ ଝିଅର ଚିତ୍କାର ଶୁଣି ବାବା ନନ୍ଦକିଶୋର ସେଠାକୁ ଦୌଡି ଆସିଥିଲେ । ହେଲେ ଓମପ୍ରକାଶ ତାଙ୍କୁ ତଳେ ପକାଇ ପଥରରେ ଛେଚି ନିର୍ମମ ଭାବେ ହତ୍ୟା କରିଥିଲା । ଏମିତିକି ପିଲାମାନେ ମାଆକୁ ବଞ୍ଚାଇବାକୁ ଆସିବାରୁ ସେମାନଙ୍କୁ ମଧ୍ୟ ଗଳା ଚିପି ହତ୍ୟା କରିବାକୁ ଚେଷ୍ଟା କରିଥିଲା । ଏହିସବୁ ନାରକୀୟ କାଣ୍ଡ ଘଟାଇବା ପରେ ଅଭିଯୁକ୍ତ ଓମପ୍ରକାଶ ନିଜକୁ ଗୁଳି କରି ଜୀବନ ହାରିଥିଲା । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ୩ ଜଣଙ୍କ ମୃତଦେହ ଉଦ୍ଧାର କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking