ପାଟନା: ସମ୍ପତ୍ତି ପାଇଁ ଜନ୍ମକଲା ବାପା ହେଲା ପର । ଗୁଳି କରି ବାପାକୁ ହତ୍ୟା କଲା ପୁଅ । ବିହାର ରାଜ୍ୟରେ ଘଟିଛି ଏପରି ଏକ ଚାଞ୍ଚଲ୍ୟକର ଘଟଣା । ବିହାରର ଧମଦାହ ଥାନା ଅଞ୍ଚଳ ବିଶନପୁର ପଞ୍ଚାୟତର କବୈୟା ଗାଁରେ ଘଟିଛି । ତେବେ ପୋଲିସ ସୂଚନା ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହା ପରେ ମାମଲାର ତଦନ୍ତ ଜାରି ରଖିଛି ପୋଲିସ । ସୂଚନା ଅନୁଯାୟୀ, ମୃତକଙ୍କ ନାମ ଅରବିନ୍ଦ ମଣ୍ଡଳ ସେ କବୈୟା ଗାଁର ବୋଲି ଜଣାପଡିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ, ଯେତେବେଳେ ଏହି ଘଟଣା ଘଟିଲା, ଅରବିନ୍ଦ ମଣ୍ଡଳ ତାଙ୍କ ଘରୁ ଭବାନୀପୁର ଅଭିମୁଖେ ବାହିରିଥିଲେ । ଏହି ସମୟରେ ବାଇକରେ ଦୁଇଜଣ ବ୍ୟକ୍ତି ଆସି ତାଙ୍କୁ ଅଟକାଇ ତାଙ୍କ ଉପରକୁ ୬ ରାଉଣ୍ଡ ଗୁଳି ଚଳାଇଥିଲେ । ଯାହାଫଳରେ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା । ତେବେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି । ତେବେ ହତ୍ୟାକାଣ୍ଡର କାରଣ ଜମି ବିବାଦକୁ ନେଇ ବୋଲି କୁହାଯାଉଛି ।
ଏହି ଘଟଣା ସମ୍ପର୍କରେ ମୃତକଙ୍କ ପତ୍ନୀ ସାବିତ୍ରୀ ଦେବୀ କହିଛନ୍ତି ଯେ ତାଙ୍କ ସ୍ୱାମୀ ଅରବିନ୍ଦ ମଣ୍ଡଳଙ୍କୁ ତାଙ୍କ ପୁଅ ରଣଜିତ ମଣ୍ଡଳ ହତ୍ୟା କରିଛି । ସେ ଆହୁରି କହିଛନ୍ତି କି, ତାଙ୍କ ସ୍ୱାମୀଙ୍କ ମୋଟ ୧୨ ଏକର ଜମି ଅଛି, ସେଥିମଧ୍ୟରୁ ଆମେ ଆମ ଝିଅକୁ ୫ ଏକର ଜମି ଦେଇଛୁ । ଏହି ବିଷୟକୁ ନେଇ ରଞ୍ଜିତ ମଣ୍ଡଳ ପ୍ରାୟତଃ ତା ପିତାଙ୍କ ସହ ଝଗଡା କରୁଥିଲା । ତେଣୁ ଝିଅକୁ ଜମି ଦେବାରେ ମୋ ପୁଅ ଅତିଷ୍ଠ ହୋଇ ପିତାଙ୍କୁ ହତ୍ୟା କରିଛି । ମୃତକଙ୍କ ପତ୍ନୀ କହିଛନ୍ତି ଯେ ୮ ଦିନ ପୂର୍ବରୁ ମଧ୍ୟ ରଣଜିତ ତା ବାପାଙ୍କ ଉପରକୁ ଗୁଳି ଚଳାଇଥିଲା । ଯାହାଫଳରେ ସେ ଅଳ୍ପକେ ବର୍ତ୍ତିଯାଇଥିଲେ । ଏହା ପରେ ଧମଦାହା ପୋଲିସକୁ ମଧ୍ୟ ଏ ସମ୍ପର୍କରେ ଅବଗତ କରାଯାଇଥିଲା । ଅଭିଯୁକ୍ତ ନାଁରେ ଥାନାରେ ଏତଲା ପରେ ଘଟଣାର ତଦନ୍ତ କରୁଛି ପୋଲିସ ।