ଗୁମର ଖୋଲିଲେ ଦୃଷ୍ଟିହୀନ ପିଲା

ଢେଙ୍କାନାଳ: ଦିନକୁ ଦିନ ମହିଳା ଓ ଯୁବତୀ ମାନଙ୍କ ପ୍ରତି ଦୁଷ୍କର୍ମ , ଦୁର୍ବ୍ୟବହାର ଓ ଅସଦାଚରଣ ଭଳି ଘଟଣା ବଢିବାରେ ଲାଗିଛି । ତେବେ ଏଭଳି କିଛି ସଙ୍ଗୀନ ଅଭିଯୋଗ ଆଣିଛନ୍ତି ଦୃଷ୍ଟିହୀନ ଛାତ୍ରୀ । ଏଭଳି ଅଭାବନୀୟ ଘଟଣା ଢେଙ୍କାନାଳର ଏକ ଆବାସିକ ସ୍କୁଲରେ ଦେଖିବାକୁ ମିଳିଛି ।
ସୂଚନା ଅନୁସାରେ, ଢେଙ୍କାନାଳ ଜିଲ୍ଲା କଣ୍ଟାନାଳି ବାଇପାସ ନିକଟରେ ଥିବା ଏକ ଆବାସିକ ସ୍କୁଲରେ ଦୃଷ୍ଟିହୀନ ଓ ବଧିର ଛାତ୍ରଛାତ୍ରୀ ମାନଙ୍କୁ ନିର୍ଯାତନା ଦିଆଯାଉଛି । ଏହା ସହ ସେମାନଙ୍କୁ ହଷ୍ଟେଲରେ ଠିକ ଭାବେ ଖାଇବାକୁ , ପିନ୍ଧିବାକୁ ମଧ୍ୟ ଦିଆଯାଉନାହିଁ । ସବୁଠୁ ବଡ ଅଭିଯୋଗ ହେଉଛି ଯେ, ଦୃଷ୍ଟିହୀନ ଛାତ୍ରୀମାନଙ୍କୁ ସ୍କୁଲ ସମ୍ପାଦକଙ୍କ ପୁଅ ମଦ ପିଇ ଅନେକ ସମୟରେ ସେମାନଙ୍କୁ ଦୁର୍ବ୍ୟବହାର ମଧ୍ୟ କରୁଥିବା ଅଭିଯୋଗ ଆସିଛି । ଏହିଭଳି ସଙ୍ଗୀନ ଅଭିଯୋଗ ସହ ସ୍କୁଲ ସମ୍ପାଦକଙ୍କୁ ଘେରାଉ କରିଛନ୍ତି କ୍ଷୁବ୍ଧ ଛାତ୍ରଛାତ୍ରୀ ।
https://onakhabar.com/2019/12/13/minor-boys-arrested/