ଭୁବନେଶ୍ୱର: ଶାରଦୀୟ ଦୁର୍ଗାପୂଜାକୁ ନେଇ ଚାରଆଡେ ଉତ୍ସବମୁଖର ହୋଇଉଠିଥିବା ବେଳେ ରାଜଧାନୀ ପୂଜା ମଣ୍ଡପରେ ମାତିଛନ୍ତ ବ୍ଲେଡ ଲୁଟେରା ଗ୍ୟାଙ୍ଗ । ପୁଲିସ ଆଖିରେୀ ଧୂଳି ଦେଇ ନନାଦି ଉପାୟରେ ଲୁଟପାଟ ଚଳାଇଛନ୍ତି । ନୟାପଲ୍ଲୀ ପୂଜା ମଣ୍ଡପରେ ଚୋରି କଲଶ ବେଳେ ଏହି ଆନ୍ତଃରାଜ୍ୟ ଲୁଟେରା ଗ୍ୟାଙ୍ଗକୁ କାବୁ କରିଛି କମିଶନରେଟ ପୁଲିସ । ପୁଲିସ ଗ୍ୟାଙ୍ଗର ୫ ଜଣ ସଦସ୍ୟଙ୍କୁ ଗିରଫ କରିଥିବା ବେଳେ ତାଙ୍କ ନିକଟରୁ ବ୍ଲେଡ ଜବତ କରିଛି । ସୂଚନା ମୁତାବକ ପାର୍ବଣ ପାଇଁ ରାଜଧାନୀ ଚଳଚଞ୍ଚଳ ହୋଇଉଠିଛି । ବିଭିନ୍ନ ପୂଜା ମଣ୍ଡପରେ ଲୋକଙ୍କ ଭିଡ଼ ଜମୁଛି । ବର୍ତ୍ତମାନ ପୂଜାର ମାହୋଲରେ ଲୋକଙ୍କ ଗହଳିର ଫାଇଦା ନେଇ ଲୁଟ ପାଇଁ ବିଭିନ୍ନ ବାଟ ଆପଣାଉଥିଲେ ଏହି ଗ୍ୟାଙ୍ଗ ।
ଏହି ଅଭିଯୁକ୍ତମାନେ ଗହଳିରେ ବୟସ୍କ ବ୍ୟକ୍ତି, ମହିଳା ଏବଂ ଯୁବତୀଙ୍କୁ ଟାର୍ଗେଟ କରି ସେମାନଙ୍କଠାରୁ ଚୋରି କରୁଥିଲେ । ହାତରେ ବ୍ଲେଡ ଧରି ଗହଳି ଭିତରେ ବ୍ଲେଡ ମାରି ମୋବାଇଲ କ୍ୟାସ ସହ ଦାମୀ ଜିନିଷ ଲୁଟ କରିଥିବା ଅଭିଯୋଗ ହୋଇଥିଲା ।ନୟାପଲ୍ଲୀ ଦୁର୍ଗା ମଣ୍ଡପରୁ ଚୋରିକଲାବେଳେ, ୫ଜଣଙ୍କୁ ଗିରଫ କରିବାରେ ସଫଳ ହୋଇଛି କମିଶନରେଟ ପୋଲିସ । ଗିରଫ ଅଭିଯୁକ୍ତମାନେ ବିହାର ଓ ପଶ୍ଚିମବଙ୍ଗର ବୋଲି ସୂଚନା ରହିଛି । ନୟାପଲ୍ଲୀ ଥାନାଧିକାରୀ ବିଶ୍ୱରଞ୍ଜନ ସାହୁଙ୍କ ସୁଚନା ଅନୁସାରେ, ଏହି ଲୁଟେରାମାନେ ବାହାରେ ଚୁଡି ଦୋକାନ ପକାଇଛନ୍ତି । ସେହି ଆଳରେ ଏମାନେ ଗହଳି ଭିତରେ ବୁଲନ୍ତି । ପରେ ବ୍ଲେଡ ମାରି ଜିନିଷ ଲୁଟ୍କରନ୍ତି । ପରେ ହାତରୁ ଦିହାତ କରି ଜଣକରୁ ପାଞ୍ଚ ଜଣ ଗ୍ରୁପ ହୋଇ ଭିଡ ଭିତରେ ଜିନିଷ ହାତକୁ ଦିଆନିଆ ହୋଇ ଗାଏବ କରିଦିଅନ୍ତି । ଏହିପରି ଢଙ୍ଗରେ ଲୁଟ୍ବେଳେ ପୋଲିସ ଏମାନଙ୍କୁ ଧରିଛି ।