ଭୁବନେଶ୍ୱର : ଆଜିଠୁ ପୁରୀରେ ବିଜେପିର ଦୁଇ ଦିନିଆ ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଆରମ୍ଭ ହେବ । ଏହି ବୈଠକ ପୁରୀ ବଳିଆପଣ୍ଡା ସ୍ଥିତ ଏକ ହୋଟେଲରେ ବସିବା ସହିତ ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହି ବୈଠକକୁ ଉଦଘାଟନ କରିବେ ବୋଲି ସୂଚନା ମିଳିଛି । ଓଡ଼ିଶାରେ ବିଜେପି ସରକାର ଆସିବା ପରେ ପୂର୍ବରୁ ଦେଇଥିବା ସମସ୍ତ ପ୍ରତିଶ୍ରୁତି ପୂରଣ ହେବାରେ ଲାଗିଛି । ଆଉ ଯେଉଁ ପ୍ରତିଶ୍ରୁତି ରହିଛି ତାକୁ ପୂରଣ ପାଇଁ ଏହି ବୈଠକରେ ସରକାରଙ୍କ ପକ୍ଷରୁ ଏକ ରୋଡ୍ ମ୍ୟାପ୍ ପ୍ରସ୍ତୁତ କରାଯିବ । ଏହି ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ସଦସ୍ୟ ଯୋଗଦେବେ । ଏହି ବୈଠକରେ ରାଜ୍ୟରେ ଥିବା ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ଉପରେ ଗୁରୁତ୍ୱାରୋପ କରାଯିବ ।