28.1 C
Bhubaneswar
Thursday, May 2, 2024
Homeଓଡିଶାପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଓ ରାଜ୍ୟ ସରକାରଙ୍କ କଟକଣାକୁ ବି ମାନିଲେ ନାହିଁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର...

ପ୍ରଧାନମନ୍ତ୍ରୀଙ୍କ ଅନୁରୋଧ ଓ ରାଜ୍ୟ ସରକାରଙ୍କ କଟକଣାକୁ ବି ମାନିଲେ ନାହିଁ ଜିଲ୍ଲା ବିଜେପି ଯୁବମୋର୍ଚ୍ଚାର ନେତାମାନେ ! 

ଯାଜପୁର (ଓଏନ୍ ଏ) ଦେଶରେ କରୋନା ସଂକ୍ରମଣକୁ ପ୍ରତିହତ କରିବା ପାଇଁ ବିଜେପିର ସର୍ବୋଚ୍ଚ ନେତା ତଥା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଦୋ ଗଜ୍ କି ଦୂରି’ ରଖିବାକୁ ଆଉ ସବୁବେଳେ ମୁହଁରେ ମାସ୍କ୍ ପରିଧାନ କରିବାକୁ ସମସ୍ତଙ୍କୁ ଆହ୍ବାନ ଦେଇ ଆସୁଥିବା ବେଳେ ପ୍ରଧାନମନ୍ତ୍ରୀଙ୍କ ସେହି ଆହ୍ବାନକୁ ତାଙ୍କ ଦଳର ଯୁବମୋର୍ଚ୍ଚା ନେତାମାନେ ଅନୂପାଳନ ଯେତେବେଳେ ମାନୁ ନାହାନ୍ତି ତ ସାଧାରଣ ଜନତା କିଭଳି ପାଳନ କରିବେ ବୋଲି ବିରୋଧୀ ମାନେ ଆକ୍ଷେପ କରୁଛନ୍ତି । ଏମିତିକି ରାଜ୍ୟ ସରକାରଙ୍କ ପକ୍ଷରୁ ଲାଗୁ କରାଯାଇ ଥିବା କଟକଣାକୁ ମଧ୍ୟ ଭଙ୍ଗ କରିବାକୁ ସେହି ଯୁବମୋର୍ଚ୍ଚା ନେତାମାନେ ପଛାଉ ନାହାନ୍ତି ! ଏମିତି ଏକ ଘଟଣା ଗତକାଲି କୋରେଇ ଥାନା ଅଞ୍ଚଳରେ ଦେଖିବାକୁ ମିଳିଥିଲା । ଆସନ୍ତାକାଲି ଜହ୍ନାଠାରେ ଜିଲ୍ଲା ଯୁବମୋର୍ଚ୍ଚା ପକ୍ଷରୁ ଏକ ରକ୍ତଦାନ ଶିବିର ଆୟୋଜନ ହେବାକୁ ଯାଉଥିବା ବେଳେ ସେଥିନେଇ ଗତକାଲି ସେଠାରେ ଜିଲ୍ଲା ଯୁବମୋର୍ଚ୍ଚା ସଭାପତି ବାବୁନି ରାଜଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ମାତ୍ର ଗତକାଲି ଯେତେବେଳେ ସପ୍ତାହନ୍ତ ସଟ୍ ଡାଉନ୍ କଟକଣା ଲାଗୁ ରହିଥିଲା ଏବଂ ଯେତେବେଳେ କୌଣସି ବି ରାଜନୈତିକ କାର୍ଯ୍ୟକ୍ରମକୁ ବାରଣ କରାଯାଇଛି ଆଉ ଶବ ସଂସ୍କାର ଓ ଅନ୍ତ୍ୟେଷ୍ଟି କାର୍ଯ୍ୟକ୍ରମ ଏବଂ ବିବାହ ଉତ୍ସବ ପାଇଁ ମାତ୍ର ୨୦-୨୫ ଜଣ ଲୋକଙ୍କ ଉପସ୍ଥିତି ପାଇଁ ଅନୁମତି ରହିଛି ସେଭଳି କଟକଣା ମଧ୍ୟରେ ଏତେ ସଂଖ୍ୟକ ବିଜେପି ଯୁବମୋର୍ଚ୍ଚା ନେତାଏ ବିଭିନ୍ନ ଅଞ୍ଚଳରୁ ଆସି ଗୋଟିଏ ସ୍ଥାନରେ ଏକତ୍ର ହୋଇ ସାମାଜିକ ଦୂରତା ରକ୍ଷା ନ କରି ଆଉ ଅନେକ ମୁହଁରେ ମାସ୍କ୍ ପରିଧାନ ନ କରି ପ୍ରସ୍ତୁତ ବୈଠକ କରି ସେମାନେ କୋଭିଡ଼ କଟକଣାକୁ ଭାଙ୍ଗି ସେମାନେ ସମାଜକୁ କି ବାର୍ତ୍ତା ଦେଲେ ବୋଲି ବିରୋଧୀ ମାନେ ପ୍ରଶ୍ନ କରିଛନ୍ତି । କୋଭିଡ଼ କଟକଣାକୁ ଭଙ୍ଗ କରିଥିବାରୁ ସେମାନଙ୍କ ବିରୁଦ୍ଧରେ ପୋଲିସ୍ ଓ ପ୍ରଶାସନ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିରୋଧୀ ଦାବୀ କରିବା ସଙ୍ଗେ ସଙ୍ଗେ ସେବା ହିଁ ସଙ୍ଗଠନର ନାରା ଦେଉଥିବା ଦଳର ଯୁବନେତା ମାନଙ୍କ ସାଧାରଣ ଲୋକଙ୍କ ଜୀବନକୁ ବିପନ୍ନ କରିବା ପାଇଁ ଏଭଳି କାର୍ଯ୍ୟ ତେବେ କେଉଁ ପ୍ରକାର ସେବା ବୋଲି ସେମାନେ ପ୍ରଶ୍ନ କରିଛନ୍ତି !

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking