31.7 C
Bhubaneswar
Wednesday, January 22, 2025
Homeଓଡିଶାଢ଼େଙ୍କାନାଳ-ନବରଙ୍ଗପୁର-ଜୁନାଗଡ଼-ଧର୍ମଗଡ଼ରେ ବିଜେପିର ବାଜିମାତ୍‌

ଢ଼େଙ୍କାନାଳ-ନବରଙ୍ଗପୁର-ଜୁନାଗଡ଼-ଧର୍ମଗଡ଼ରେ ବିଜେପିର ବାଜିମାତ୍‌

ଭୁବନେଶ୍ୱର : ଆସିଲା ଢ଼େଙ୍କାନାଳ ପୌର ପରିଷଦର ଫଳାଫଳ । ବିଜେଡିକୁ କଡ଼ା ଟକ୍କର ଦେଇଛି ବିଜେପି । ବିଜେଡି ୧୩ଟି ଆସନରେ ବିଜୟୀ ହୋଇଥିବା ବେଳେ ବିଜେପି ୯ଟି ଆସନରେ ବିଜୟ ହୋଇଛି । ସେହିଭଳି ଗୋଟିଏ ୱାର୍ଡରେ ସ୍ୱାଧୀନ ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଢେଙ୍କାନାଳ ମ୍ୟୁନିସିପାଲିଟିରେ ବିଜେପିର ଜୟନ୍ତୀ ପାତ୍ର ଅଧ୍ୟକ୍ଷା ଭାବେ ବିଜୟୀ ହୋଇଛନ୍ତି । ସେ ତାଙ୍କର ନିକଟତମ ପ୍ରତିଦ୍ୱନ୍ଦ୍ୱୀଙ୍କୁ ୪୧୪୫ ଭୋଟ୍‌ରେ ପରାଜିତ କରିଛନ୍ତି । ସେହିଭଳି କାମାକ୍ଷାନଗର ଏନ୍‌ଏସିରେ ବିଜେଡିର ଧର୍ମାନନ୍ଦ ପରିଡ଼ା ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ୬୪୬୩ ଭୋଟ୍‌ରେ ପରାଜିତ କରିଛନ୍ତି । ସେହିଭଳି କେସିଙ୍ଗାରେ ବିଜେଡିର ନୃପରାଜ ଯାଦବ ବିଜୟୀ ହୋଇଛନ୍ତି । ପାଟଣାଗଡ଼ରେ ବିଜେଡିର ମାନସୀ ବିଶ୍ୱାଳ ବିଜୟୀ, ନବରଙ୍ଗପୁର ମ୍ୟୁନିସିପାଲିଟିରେ ବିଜେପିର କୁନୁ ନାୟକ ବିଜୟୀ, ଜୁନାଗଡ଼ ଏନ୍‌ଏସିରେ ବିଜେପି ବିଜୟୀ, ଜୁନାଗଡ଼ରେ ବିଜେପି ପ୍ରାର୍ଥୀ ମୁକେଶ ଅଗ୍ରୱାଲ ବିଜୟୀ, ରାଜଗାଙ୍ଗପୁରରେ ବିଜେଡିର ମାଧୁରୀ ଲୁଗୁନ ବିଜୟୀ, ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ବିଜୟୀ, ବାଙ୍କୀରେ ବିଜେଡିର ମାଣିକ ସାହୁ ବିଜୟୀ, ଭୁବନରେ ବିଜେଡିର ଶୁଭେନ୍ଦୁ ସାହୁ ବିଜୟୀ, ଖଲ୍ଲିକୋଟରେ ବିଜେଡିର ନିରଞ୍ଜନ ବେହେରା ବିଜୟୀ, ଗୋପାଳପୁର ଏନ୍‌ଏସିରେ ଜେ. ଜାନକୀରାମ ବିଜୟୀ, ଯାଜପୁର ମ୍ୟୁନିସିପାଲିଟିରେ ବିଜେଡିର ରଞ୍ଜୁଲତା ହୋତା ବିଜୟୀ, ବ୍ୟାସନଗରରେ ବିଜେଡିର ସଂଗୀତା ପିଙ୍ଗୁଆ ବିଜୟୀ, ଧର୍ମଗଡ଼ରେ ବିଜେପିର ଅଶୋକ ମହାନ୍ତି ବିଜୟୀ, କୋଟପାଡ଼ରେ କଂଗ୍ରେସର ଏମ୍‌. ଶଙ୍କର ରାଓ ବିଜୟୀ ହୋଇଛନ୍ତି । ତେବେ ସାରା ରାଜ୍ୟରେ ସକାଳ ୮ଟାରୁ ପୌର ନିର୍ବାଚନ ଭୋଟ ଗଣତି ଆରମ୍ଭ ହୋଇଛି । ୩ ମହାନଗର ଓ ୧୦୫ ପୌରାଞ୍ଚଳରେ ଗଣତି ଆରମ୍ଭ ହୋଇଛି । କେବଳ ଧାମନଗର ଏନ୍‌ଏସିରେ ଆଜି ଗଣତି ହେଉନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking