26.1 C
Bhubaneswar
Saturday, January 11, 2025
Homeଓଡିଶାମତଦାନ କେନ୍ଦ୍ର ଏବଂ ଏହାର ଆଖପାଖ ଅଂଚଳରେ ଲାଗିଥିବା  ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର, ବ୍ୟାନର ଓ ହୋର୍ଡିଂକୁ...

ମତଦାନ କେନ୍ଦ୍ର ଏବଂ ଏହାର ଆଖପାଖ ଅଂଚଳରେ ଲାଗିଥିବା  ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର, ବ୍ୟାନର ଓ ହୋର୍ଡିଂକୁ ହଟାଇବା ପାଇଁ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ପୁନଃ ଦାବୀ

ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରିଚାଲିଛି :ଠାକୁର ରଣଜିତ ଦାସ
ଭୁବନେଶ୍ୱର, : ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଆଦର୍ଶ ଆଚରଣ ବିଧିକୁ ଖୋଲାଖୋଲି ଭାବେ ଶାସକ ବିଜେଡି ବାରମ୍ବାର ଉଲ୍ଲଂଘନ କରିଚାଲିଛି । ରାଜ୍ୟ ନିର୍ବାଚନ କମିଶନଙ୍କୁ ଏ ସଂପର୍କରେ ବାରମ୍ବାର ଅଭିଯୋଗ କରିବା ସତ୍ୱେ କୈାଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉନାହିଁ । ପଂଚାୟତ ନିର୍ବାଚନ ସମୟରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା ଶାସକ ବିଜେଡି ରାଜ୍ୟ ସଭାପତି ତଥା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟରକୁ ହଟାଇବା ପାଇଁ ବିଜେପିର ବାରମ୍ବାର ଅଭିଯୋଗ କରିଆସିଛି । ମତଦାନ କେନ୍ଦ୍ର ଭିତରେ ଏବଂ ଏହାର ଆଶ୍ୱପାଶ୍ୱର୍ ଅଂଚଳରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ, ବ୍ୟାନର, ହୋର୍ଡିଂ ଆଦି ହଟାଗଲା ନାହିଁ । ନିର୍ବାଚନର ୪ର୍ଥ ପର୍ଯ୍ୟାୟ ଶେଷ ହୋଇସାରିଛି ଏବଂ ବର୍ତମାନ ସୁଦ୍ଧା କୈାଣସି ପଦକ୍ଷେପ ଗ୍ରହଣ କରାଗଲା ନାହିଁ । ଏହା ସଂର୍ପୂ ଭାବେ ଆଦର୍ଶ ଆଚରଣ ବିଧିର ଖୋଲାଖୋଲି ଉଲ୍ଲଂଘନ । ଆଉ ଗୋଟିଏ ପର୍ଯ୍ୟାୟ ନିର୍ବାଚନ ଆସନ୍ତା ୨୪ ତାରିଖ ଦିନ ଅନୁଷ୍ଠିତ ହେବାକୁ ଥିବାବେଳେ ମତଦାନ କେନ୍ଦ୍ର ଏବଂ ଏହାର ଆଖପାଖ ଅଂଚଳରେ ଲାଗିଥିବା ମୁଖ୍ୟମନ୍ତ୍ରୀଙ୍କ ପୋଷ୍ଟର, ବ୍ୟାନର ଓ ହୋର୍ଡିଂକୁ ହଟାଇବା ପାଇଁ ଭାରତୀୟ ଜନତା ପାର୍ଟୀ ଆଜି ପୁଣି ଥରେ ରାଜ୍ୟ ନିର୍ବାଚନ କମିଶନଙ୍କ ନିକଟରେ ଦାବୀ କରିଛି ବୋଲି ରାଜ୍ୟ ମୁଖପାତ୍ର ଠାକୁର ରଣଜିତ ଦାସ କହିଛନ୍ତି ।

ଏହି ପ୍ରତିନିଧି ଦଳରେ ରାଜ୍ୟ ଗଣମାଧ୍ୟମ ମୁଖ୍ୟ ଦିଲୀପ ମଲ୍ଲିକ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଜୟନ୍ତ ଜେନା, ପୃଥ୍ୱୀରାଜ କୁଅଁର, ସାମାଜିକ ପ୍ରକୋଷ୍ଠ ରାଜ୍ୟ ସଂଯୋଜକ ରଶ୍ମୀରଂଜନ କାନୁନଗୋ, ଲିଗାଲ ସେଲର ମହେନ୍ଦ୍ର ପ୍ରଧାନ, ମହିଳା ମୋର୍ଚ୍ଚା ରାଜ୍ୟ ମିଡିଆ ସଂଯୋଜକ ସୁଚରିତା ଜେନାମଣି, ମହିଳା ମୋର୍ଚ୍ଚା ସୋସିଆଲ ମିଡିଆ ରାଜ୍ୟ ସଂଯୋଜିକା ଶତରୂପା ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking