28.1 C
Bhubaneswar
Tuesday, June 30, 2026
Homeଓଡିଶାରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନୂଆପଡ଼ା ନିର୍ବାଚନମଣ୍ଡଳୀର ୧୦୮ଟି ସମ୍ବେଦନଶୀଳ ବୁଥ୍‌ର ତାଲିକା ଦାଖଲ କଲା...

ରାଜ୍ୟ ନିର୍ବାଚନ ଅଧିକାରୀଙ୍କ ନିକଟରେ ନୂଆପଡ଼ା ନିର୍ବାଚନମଣ୍ଡଳୀର ୧୦୮ଟି ସମ୍ବେଦନଶୀଳ ବୁଥ୍‌ର ତାଲିକା ଦାଖଲ କଲା ବିଜେପି

ଭୂବନେଶ୍ୱର: ଗଣତନ୍ତ୍ର ରାଷ୍ଟ୍ରରେ ନିର୍ବାଚନ ପ୍ରକ୍ରିୟାକୁ ନିରପେକ୍ଷ ଭାବେ ପରିଚାଳନା କରିବା ଉଚିତ୍‌। ମାତ୍ର ୨୦୨୪ ସାଧାରଣ ନିର୍ବାଚନ ଅନୁଭବ ଅନୁଯାୟୀ ନୂଆପଡ଼ା ନିର୍ବାଚନମଣ୍ଡଳୀର ୩୫୮ ବୁଥ୍ ମଧ୍ୟରୁ ୧୦୮ଟି ବୁଥ୍ ସମ୍ବେଦନଶୀଳ ବୋଲି ବିଜେପି ଚିହ୍ନଟ କରିଛି। ଏନେଇ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ବିଜେପିର ଏକ ପ୍ରତିନିଧି ଦଳ ଭେଟି ଉକ୍ତ ବୁଥ୍ ତାଲିକା ପ୍ରଦାନ କରିଛନ୍ତି। ସମ୍ପୃକ୍ତ ବୁଥ୍‌ଗୁଡ଼ିକରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ୱେବ କ୍ୟାମେରା ଓ ଆବଶ୍ୟକ ଅନୁଯାୟୀ କେନ୍ଦ୍ରୀୟ ସୁରକ୍ଷା ବଳ ମୁତୟନ କରିବାକୁ ଦଳ ପକ୍ଷରୁ ଦାବି କରାଯାଇଛି।

ରାଜ୍ୟ ଉପସଭାପତି ଡ. ଯତୀନ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ମୁଖପାତ୍ର ଦିଲୀପ ମଳ୍ଲିକ, ରାଜେନ୍ଦ୍ର ପଣ୍ଡା, ଲିଗାଲ ସେଲ୍ ରାଜ୍ୟ ସଂଯୋଜକ ଜୟନ୍ତ ଜେନା ଏବଂ ପ୍ରବକ୍ତା ତୃପ୍ତିମୟୀ ମକଦ୍ଦମ ରାଜ୍ୟ ନିର୍ବାଚନ ଅଧିକାରୀଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିବା ସହ ଏ ପ୍ରସଙ୍ଗରେ ଆଲୋଚନା କରିଥିଲେ। ଆଲୋଚନା ପରେ ଦଳ ପକ୍ଷରୁ ଦିଆଯାଇଥିବା ସମ୍ବେଦନଶୀଳ ବୁଥ୍ ଗୁଡ଼ିକରେ ଅବାଧ ଓ ନିରପେକ୍ଷ ନିର୍ବାଚନ ପାଇଁ ଆବଶ୍ୟକ ଅନୁଯାୟୀ ସମସ୍ତ ବ୍ୟବସ୍ଥା ଗ୍ରହଣ କରିବାକୁ ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରତିଶ୍ରୁତି ଦେଇଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking