38.1 C
Bhubaneswar
Saturday, May 10, 2025
Homeଓଡିଶାମୟୂରଭଞ୍ଜ (ବାରିପଦା) ଗସ୍ତରେ ରାଜ୍ୟ ସଭାପତି ମନମୋହନ ସାମଲ

ମୟୂରଭଞ୍ଜ (ବାରିପଦା) ଗସ୍ତରେ ରାଜ୍ୟ ସଭାପତି ମନମୋହନ ସାମଲ

ଓଡିଶାବାସୀଙ୍କ ସ୍ୱାର୍ଥ ଓ ହିତ ପାଇଁ କାମ କରିବା: ମନମୋହନ ସାମଲ

 ମଧୁବନୀ ପଡିଆରେ ଜିଲ୍ଲା ବିଜେପି ତରଫରୁ ସମ୍ବର୍ଦ୍ଧନା ଜ୍ଞାପନ
 କଡମା ଛକ, ବଇସିଙ୍ଗା, ବେତନାଟୀଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା
 ପାଳବଣି ଛକଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ
 ନଦୀ ପୂଜନ ମହୋତ୍ସବ ସମାରୋପ କାର୍ଯ୍ୟକ୍ରମରେ ଯୋଗଦାନ
 କେନ୍ଦ୍ର ସରକାର ଗ୍ରାମାଂଚଳର ବିକାଶ ପାଇଁ ଯେଉଁ ଟଙ୍କା ଦେଉଛନ୍ତି ତାହା ଗ୍ରାଉଣ୍ଡରେ ପଂହଚି ପାରୁନି
 ୨୩ବର୍ଷ ଶାସନରେ ବିଜେଡି ସରକାର ମୟୂରଭଞ୍ଜ ପାଇଁ କ’ଣ କରିଛନ୍ତି, ଉତର ଦିଅନ୍ତୁ
 ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ମଂଟୁ ମହାନ୍ତ ଏବଂ ଜେଏମଏମ ନେତା ତପନି ସିଂ ଆଜି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଟାନିକ ଭାବେ ବିଜେପିରେ ହେଲେ ସାମିଲ

ବାରିପଦା/ଭୁବନେଶ୍ୱର : କେନ୍ଦ୍ର ସରକାର ଗ୍ରାମାଂଚଳର ବିକାଶ ପାଇଁ ଯେଉଁ ଟଙ୍କା ଦେଉଛନ୍ତି ତାହା ଗ୍ରାଉଣ୍ଡରେ ପଂହଚି ପାରୁନି । ବିଜେଡି ସରକାରର ଭ୍ରଷ୍ଟାଚାର ଓ ଦୁର୍ନୀତି ବିରୁଦ୍ଧରେ ଆମେ ସମସ୍ତେ ଏକଜୁଟ, ମଜଭୁତ ଓ ସଶକ୍ତ ହୋଇ ଲଢେଇ କରିବା ଏବଂ ଓଡିଶାବାସୀଙ୍କ ସ୍ୱାର୍ଥ ଓ ହିତ ପାଇଁ କାମ କରିବା । ଦିନିକିଆ ମୟୂରଭଞ୍ଜ ଜିଲ୍ଲା ଗସ୍ତରେ ଆସି ବିଜେପି ନେତା ଓ କର୍ମୀଙ୍କୁ ପରାମର୍ଶ ଦେଇଛନ୍ତି ରାଜ୍ୟ ସଭାପତି ଶ୍ରୀ ମନମୋହନ ସାମଲ ।
ପ୍ରାକୃତିକ ସମ୍ପଦରେ ଭରା ମୟୂରଭଞ୍ଜ ଜିଲ୍ଲାବାସୀ ଆଜି ପିଇବା ପାଇଁ ଶୁଦ୍ଧ ପାଣି ପାଉନାହାନ୍ତି, ଯାହାକି ଅତ୍ୟନ୍ତ ଦୁଃଖ ଓ ପରିତାପର ବିଷୟ । ଜିଲ୍ଲାରେ ଜଳସେଚନ ବ୍ୟବସ୍ଥାକୁ ତ୍ୱରାନ୍ୱିତ କରିବାରେ ବିଫଳ ହୋଇଥିବା ବିଜେଡି ସରକାର ଅମଳରେ ଗୋଟିଏ ହେଲେ ଶିଳ୍ପ କାରଖାନା ପ୍ରତିଷ୍ଠା ହୋଇ ପାରିଲା ନାହିଁ । ମୟୂରଭଞ୍ଜ ଜିଲ୍ଲାର ମା’ଭଉଣୀମାନେ ଶାଳପତ୍ର ରପ୍ତାନୀରେ ୧ ନମ୍ବର ଥିଲେ, କିନ୍ତୁ ତାହା ଲୋପ ପାଇବାରେ ଲାଗିଛି ଏବଂ ଏଥି ସହ ସେମାନଙ୍କ ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛନ୍ତି । ମୟୂରଭଞ୍ଜ ଜିଲ୍ଲାର ଭୌଗଳିକ ସ୍ଥିତି ବ୍ୟାପକ ହୋଇଥିଲେ ବି ଏଠାକାର ବସବାସ କରୁଥିବା ଆଦିବାସୀମାନେ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଯାଉଛନ୍ତି । ଏଭଳି ସଂଗୀନ ପରିସ୍ଥିତି ରାଜ୍ୟର ସମସ୍ତ ଜିଲ୍ଲାରେ । ଓଡିଶା ଧନୀ ଓଡ଼ିଶାର ଲୋକ ଗରୀବ । ଓଡିଶାରେ ଶିକ୍ଷକ, ଡାକ୍ତର ଓ ମୌଳିକ ସୁବିଧା ନାହିଁ । ରାସ୍ତର ମରାମତି କରିବାରେ ରାଜ୍ୟ ସରକାର ବିଫଳ । ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘୋଟାଲା କରିଛନ୍ତି ରାଜ୍ୟ ସରକାର । ରାଜ୍ୟ ସରକାର ଦିନ ଦିପହରେ ଡକାୟତି କରୁଛନ୍ତି । ନିମ୍ନମାନର ଖାଦ୍ୟ ସ୍କୁଲରେ ପିଲାଙ୍କୁ ଦିଆଯାଉଛି । ରାଜ୍ୟ ସରକାର ନିଜର ଭୋଟ ପାଇଁ ଅନ୍ୟାୟକୁ ପ୍ରଶ୍ରୟ ଦେଉଛି, ଦୋଷୀକୁ ସୁରକ୍ଷା ଦେଉଛନ୍ତି । ଏହା ହେଉଛି ୨୩ ବର୍ଷ ବିଜେଡି ସରକାରର ସବୁଠୁ ବଡ ଉପଲବ୍ଧତା ! ରାଜ୍ୟ ସରକାରଙ୍କ ଯଦି ସତ୍‌ସାହସ ଅଛି ତାହାଲେ ୨୩ବର୍ଷ ଶାସନରେ ମୟୂରଭଞ୍ଜ ପାଇଁ କ’ଣ କରିଛନ୍ତି ତାହାର ଉତର ଦିଅନ୍ତୁ ବୋଲି ଶ୍ରୀ ସାମଲ କହିଛନ୍ତି ।
ଗସ୍ତ ଅବସରରେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ କଡମା ଛକ, ବଇସିଙ୍ଗା, ବେତନାଟୀଠାରେ ବିପୁଳ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ପାଳବଣି ଛକଠାରେ ଥିବା ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତିରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ । ଏହା ପରେ ଏକ ବିରାଟ ବାଇକ ର‌୍ୟାଲି ଯୋଗେ ରାଜ୍ୟ ସଭାପତି ଶ୍ରୀ ସାମଲଙ୍କୁ ସଭାସ୍ଥଳୀ ମଧୁବନୀ ପଡିଆକୁ ଅଣାଯାଇଥିଲା । ଜିଲ୍ଲା ବିଜେପି ତରଫରୁ ଶ୍ରୀ ସାମଲଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା । ଏହା ପରେ ନଦୀ ପୂଜନ ମହୋତ୍ସବ ସମାରୋପ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ଜିଲ୍ଲା ସଭାପତି ତଥା ପୂର୍ବତନ ବିଧାୟକ କାନ୍ଦ୍ରା ସୋରେନ, ଜିଲ୍ଲା ପ୍ରଭାରୀ ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝୀ, କେନ୍ଦ୍ରମନ୍ତ୍ରୀ ବିଶଶ୍ୱେର ଟୁଡୁ, ସାସଂଦ ପ୍ରତାପ ଷଡଙ୍ଗୀ, ବିଧାୟକ ପ୍ରକାଶ ସୋରେନ, ଭାସ୍କର ମଢେଇ, ସନାତନ ବିଜୁଳି, ବୁଧନ ମୁର୍ମୁ, ଗଣେଷ ରାମ ଖୁଂଟିଆ, ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଜାତା ମୁର୍ମୁ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଶାରଦା ଶତପଥୀ, କୃଷ୍ଣଚନ୍ଦ୍ର ମହାପାତ୍ର, ପ୍ରବୀଣ ଭଞ୍ଜଦେଓ, ଛୋଟେଲାଲ୍ ମହନ୍ତ, ନିହାର ରଞ୍ଜନ ମୋଦୀ, ଲକ୍ଷ୍ମଣ ଟୁଡୁ, ପୁରୁଷୋତମ ନାୟକ, ଅଶୋକ ମିଶ୍ର, ଜଗନ୍ନାଥ ଦାସଙ୍କ ସମେତ ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।
ରାଜ୍ୟ ସଭାପତି ଶ୍ରୀ ସାମଲଙ୍କ ଉପସ୍ଥିତିରେ ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ବରିଷ୍ଠ କଂଗ୍ରେସ ନେତା ମଂଟୁ ମହାନ୍ତ ଏବଂ ଜେଏମଏମ ନେତା ତପନି ସିଂ ଆଜି ନିଜ ଶତାଧିକ ସମର୍ଥକଙ୍କ ଗହଣରେ ଆନୁଷ୍ଟାନିକ ଭାବେ ବିଜେପିରେ ସାମିଲ ହୋଇଛନ୍ତି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking