29.1 C
Bhubaneswar
Sunday, May 19, 2024
Homeଓଡିଶାଗାନ୍ଧୀ ମୂର୍ତ୍ତୀ ତଳେ ବିଜେପି ବିଧାୟକଙ୍କ ରାତି ତମାମ୍ ଧାରଣା, ବାଚସ୍ପତିଙ୍କ ବୁଝାସୁଝା

ଗାନ୍ଧୀ ମୂର୍ତ୍ତୀ ତଳେ ବିଜେପି ବିଧାୟକଙ୍କ ରାତି ତମାମ୍ ଧାରଣା, ବାଚସ୍ପତିଙ୍କ ବୁଝାସୁଝା

 

ଭୁବନେଶ୍ୱର : ଗୃହ ପରିଚାଳନାରେ ଅସନ୍ତୁଷ୍ଟ ବିଜେପିର ତିନି ସଭ୍ୟ ଚପଲ, ଡଷ୍ଟବିନ୍‌, କଲମ ଓ ମାଇକ୍ରୋଫୋନ୍ ଫିଙ୍ଗି ନିଲମ୍ବିତ ହୋଇଛନ୍ତି । ସେମାନେ ହେଉଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ଚରଣ ମାଝୀ,ବିଜେପି ଦଳର ଉପନେତା ବିଷ୍ଣୁ ସେଠୀ ଓ ବରିଷ୍ଠ ସଦସ୍ୟ ଜୟ ନାରାୟଣ ମିଶ୍ର । ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର ଏନେଇ ଗୃହର ମତ ଓ ସର୍ବଦଳୀୟ ବୈଠକରେ ଭିଡିଓ ଫୁଟେଜ୍ ଦେଖି ସେମାନଙ୍କୁ ଅଧିବେଶନର ଅବଧି ଭିତରେ ନିଲମ୍ବିତ କରିଛନ୍ତି । ଏହି ନିଷ୍ପତ୍ତି ବିରୋଧରେ ବିରୋଧୀ ବିଜେପି ସଭ୍ୟମାନେ ବିଧାନସଭା ପରିସରରେ ଥିବା ଜାତୀର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଅହୋରାତ୍ର ଧାରଣା ଦେଇଥିଲେ । ହେଲେ ଶନିବାର ରାତ୍ରିରେ ବାଚସ୍ପତି ଧାରଣା ସ୍ଥଳକୁ ଯାଇ ବିଜେପି ନେତାମାନଙ୍କୁ ବୁଝାସୁଝା କରିଥିଲେ । ଏହା ସତ୍ତ୍ୱେ ବି ସେମାନେ ନିଜ ଜିଦ୍‌ରେ ଅଡ଼ି ବସିଥିଲେ ।

ଶନିବାର ଅପରାହ୍ନରେ ବିଜେପିର ୩ ଜଣ ବିଧାୟକ ନିଲମ୍ବିତ ହେବା ପରେ ବିଜେପି ବିଧାୟକ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତୀ ତଳେ ଧାରଣାରେ ବସି ହାଏ ..ହାଏ ବୋଲି ଶ୍ଲୋଗାନ ଦେଇଥିଲେ । ଏହାର ନେତୃତ୍ତ୍ୱ ନେଇଥିଲେ ବିରୋଧୀ ଦଳ ନେତା ପ୍ରଦୀପ୍ତ କୁମାର ନାଏକ । ସେ କହିଥିଲେ, ବାଚସ୍ପତିଙ୍କ ନିଷ୍ପତ୍ତି ଅଗଣତାନ୍ତ୍ରୀକ । ଆମକୁ ଗୃହରେ ସୁରକ୍ଷା ମିଳୁ ନାହିଁ ।ତେଣୁ ଆମେ ଗାନ୍ଧୀ ମୂର୍ତ୍ତୀ ତଳେ ଅହୋରାତ୍ର ଧାରଣା ଦେବୁ ବୋଲି ପ୍ରକାଶ କରିଥିଲେ । ରାତ୍ରି ଆଠଟାରେ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର ଧାରଣାରତ ବିଜେପି ବିଧାୟକଙ୍କୁ ଭେଟି ଆଲୋଚନା କରିଥିଲେ । ଗଣମାଧ୍ୟମକୁ ବାଚସ୍ପତି ଡ. ପାତ୍ର କହିଥିଲେ, ବିଧାୟକମାନଙ୍କ ସହ ଆଲୋଚନା କରିଛି । ତାହା ସକରାତ୍ମକ ହୋଇଛି । ସେମାନେ ଧାରଣାରୁ ଉଠିଯିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଇଛନ୍ତି । ମାତ୍ର ବିରୋଧୀ ଦଳ ନେତା ଶ୍ରୀ ନାଏକଙ୍କ ସୂଚନାନୁସାରେ ନିଲମ୍ବନ ଆଦେଶ ପ୍ରତ୍ୟାହାର ଦାବି କରି ବିଜେପି ବିଧାୟକ ମାନେ ସାରାରାତି ଧାରଣାରେ ବସି ରହିବେ ବୋଲି ସ୍ପଷ୍ଟ କରିଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking