31.1 C
Bhubaneswar
Sunday, July 13, 2025
Homeଦେଶ ବିଦେଶବିଜେପି ବିଧାୟକଙ୍କୁ ୨୫ବର୍ଷ ଜେଲ୍‌, ୧ଠ ଲକ୍ଷ ଜରିମାନା

ବିଜେପି ବିଧାୟକଙ୍କୁ ୨୫ବର୍ଷ ଜେଲ୍‌, ୧ଠ ଲକ୍ଷ ଜରିମାନା

ଲକ୍ଷ୍ନୌ: ଦୀର୍ଘ ୯ବର୍ଷ ପରେ ଜଣେ ଦୁଷ୍ମର୍ମକାରୀ ରାଜନେତାଙ୍କୁ ଦଣ୍ଡାଦେଶ ହୋଇଛି । ଏମ୍‌ପି-ଏମ୍‌ଏଲ୍‌ଏ କୋର୍ଟରେ ଏହି ମାମଲାର ଶୁଣାଣି ହୋଇଥିବା ବେଳେ ଅଭିଯୁକ୍ତ ବିଧାୟକଙ୍କୁ କୋର୍ଟ ୨୫ ବର୍ଷର ଜେଲ୍‌ଦଣ୍ଡ ସହ ୧ଠ ଲକ୍ଷ ଟଙ୍କାର ଜରିମାନା ଲାଗୁ କରିଛନ୍ତି । ସମ୍ପ୍ରତି ଦୁବ୍‌ଧି ବିଧାନସଭା ନିର୍ବାଚନମଣ୍ଡଳୀର ବିଜେପି ବିଧାୟକ ଥିବା ରାମଦୁଲାର ଗୋଣ୍ଡ ୨ଠ୧୪, ନଭେମ୍ବର ୪ରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ । ଏସମ୍ପର୍କରେ କାହାରିକୁ କିଛି କହିଲେ ପୀଡିତାଙ୍କ ପୁରା ପରିବାରକୁ ହତ୍ୟା କରାଯିବ ବୋଲି ସେ ଧମକ ଦେଇଥିଲେ । ଫଳରେ ପୀଡ଼ିତାଙ୍କ ପରିବାର ଲୋକେ ଭୟଭୀତ ହୋଇ କାହାକୁ କିଛି କହିନଥିଲେ । କିନ୍ତୁ ପରେ ଏନେଇ ଥାନାରେ ଏକ ମାମଲା ରୁଜୁ କରାଯାଇଥିଲା ।

ଏହାପରେ ରାମଦୁଲାର ପୀଡ଼ିତାଙ୍କୁ ଏବଂ ତାଙ୍କ ପରିବାର ଲୋକଙ୍କ ଉପରେ ଅର୍ଥ ନେଇ କେସ୍ ଉଠାଇ ନେବାକୁ ବହୁ ଚାପ ପକାଇଥିଲେ । କିନ୍ତୁ ପୀଡ଼ିତା କିମ୍ବା ତାଙ୍କ ପରିବାର ଲୋକେ ଏଥିରେ ପ୍ରଲୋଭିତ ହୋଇନଥିଲେ । ତେବେ ଦୀର୍ଘ ୯ ବର୍ଷ ପରେ ଏହି ମାମଲାର ଶୁଣାଣି ହୋଇ ପୀଡ଼ିତାଙ୍କୁ ନ୍ୟାୟ ମିଳିଛି । ଅନ୍ୟପକ୍ଷେ ବିଜେପି ବିଧାୟକ ରାମଦୁଲାରଙ୍କୁ ଏବା ଉତ୍ତରପ୍ରଦେଶ ବିଧାନସଭା ସଦସ୍ୟତା ହରାଇବା ନିଶ୍ଚିତ ହୋଇଯାଇଛି । ନିୟମ ଅନୁସାରେ କୌଣସି ଜନପ୍ରତିନିଧିଙ୍କୁ ଦୁଇ କିମ୍ବା ତା’ ଠାରୁ ଅଧିକ ସମୟର ଯଦି ଜେଲ୍ ଦଣ୍ଡାଦେଶ ହୁଏ ତେବେ ତାଙ୍କୁ ରାଜନୀତିରୁ ଅତିକମ୍‌ରେ ୬ବର୍ଷ ପର୍ଯ୍ୟନ୍ତ ଅଯୋଗ୍ୟ ଘୋଷଣା କରାଯିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking