ଭୁବନେଶ୍ୱର: ବାଜି ସାରିଛି ନିର୍ବାଚନୀ ବିଗୁଲ । ଆଉ ଏହା ପରେ ଓଡ଼ିଶାରେ ଆରମ୍ଭ ହୋଇଛି ଆରୋପ ପ୍ରତ୍ୟାରୋପର ରାଜନୀତି । ଏହାରି ଭିତରେ ଆଜି ବିଜେପି ସିଇଓଙ୍କୁ ଫେରାଦ ହୋଇଛି । ସରକାରୀ ପୋଷ୍ଟର ଓ ବ୍ୟାନର ନେଇ ବିଜେପିର ଏକ ପ୍ରତିନିଧିମଣ୍ଡଳୀ ଆଜି ସିଇଓଙ୍କୁ ଭେଟି ଅଭିଯୋଗ କରିଛନ୍ତି । ସାରା ଦେଶରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇସାରିଛି । ଏହା ସତ୍ତ୍ୱେ ଓଡ଼ିଶାରେ ସରକାରୀ ପୋଷ୍ଟର ଓ ବ୍ୟାନରକୁ ହଟାଯାଇନାହିଁ । ରାଜଧାନୀ ଭୁବନେଶ୍ୱର ଓ କଟକରେ ବର୍ତ୍ତମାନ ସୁଦ୍ଧା ବି ପୋଷ୍ଟର ଓ ବ୍ୟାନର ଲାଗିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ଗ୍ରାମାଞ୍ଚଳର ବିଭିନ୍ନ କାନ୍ଥରେ ମଧ୍ୟ ପୋଷ୍ଟର ଲଗାଯାଇଥିବା ଅଭିଯୋଗ କରାଯାଇଛି ।ବିଭିନ୍ନ ସ୍ଥାନାରେ ମୁ୍ଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଏବଂ ଦଳୀୟ ଚିହ୍ନ ଥିବା ବ୍ୟାନର ଲାଗିଥିବା ବିଜେପି ପକ୍ଷରୁ ଅଭିଯୋଗ କରାଯାଇଛି । ସିଇଓ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେଇ ବିହୀତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବିଜେପି ପକ୍ଷରୁ ଦାବି କରାଯାଇଛି । ତେବେ ଏଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ବୋଲି ସିଇଓ ପ୍ରତିଶ୍ରୁତି ଦେଇଥିବା ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ।