28.1 C
Bhubaneswar
Saturday, September 21, 2024
Homeଓଡିଶାହୀନ ରାଜନୀତି କରୁଛି ବିଜେପି; ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି: ବିଜେଡି

ହୀନ ରାଜନୀତି କରୁଛି ବିଜେପି; ଗୃହ ମନ୍ତ୍ରଣାଳୟକୁ ଚିଠି ଲେଖାଯାଇଛି: ବିଜେଡି

ଭୁବନେଶ୍ୱର: ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ତଦନ୍ତ ପାଇଁ ରାଜ୍ୟ ସରକାର ଆମେରିକାର ତଦନ୍ତକାରୀ ସଂସ୍ଥା ଏଫ୍‌ବିଆଇର ସହାୟତା ଲୋଡ଼ିଥିବାବେଳେ ଏହି ଘଟଣାକୁ ନେଇ ବିଜେପି ଶସ୍ତା ରାଜନୀତି ଚଳାଇଛି । ବୁଧବାର ନୂଆଦିଲ୍ଲୀର ବିଜୟଚୌକ୍ ଠାରେ ସାମ୍ବାଦିକଙ୍କୁ ଏହା କହିଛନ୍ତି ବିଜେଡି ସାଂସଦ ଡକ୍ଟର ସସ୍ମିତ ପାତ୍ର । ସେ କହିଛନ୍ତି ଯେ ସ୍ୱର୍ଗତ ନବ ଦାସଙ୍କ ହତ୍ୟାକାଣ୍ଡର ଅଭିଯୁକ୍ତ ଗୋପାଳ ଦାସ ଗୁଜରାଟ୍ ଷ୍ଟେଟ ଫରେନସିକ୍ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା ନାର୍କୋ-ଆନାଲିସିସ୍‌ର ସମ୍ମୁଖୀନ ହୋଇଥିଲା, ଯାହା ଦେଶରେ ସର୍ବୋତ୍ତମ । ଅଭିଯୁକ୍ତଙ୍କ ଫୋରେନ୍‌ସିକ୍ ସାଇକୋଲୋଜିକାଲ୍ ଆସେସ୍‌ମେଣ୍ଟ ଏବଂ ଲେରେଡ୍ ଭଏସ୍ ଆନାଲିସିସ୍ ଟେଷ୍ଟ ନୂଆଦିଲ୍ଲୀସ୍ଥିତ ସେଣ୍ଟ୍ରାଲ୍ ଫୋରେନ୍‌ସିକ୍ ସାଇନ୍ସ ଲାବୋରେଟୋରୀର ବିଶେଷଜ୍ଞଙ୍କ ଦ୍ୱାରା କରାଯାଇଥିଲା । ତାହା ମଧ୍ୟ ଏକ କେନ୍ଦ୍ରୀୟ ଅନୁଷ୍ଠାନ । ବର୍ତ୍ତମାନ ଅଭିଯୁକ୍ତର ଆଚରଣ ସଂକ୍ରାନ୍ତରେ ବିଶ୍ଳେଷଣ ପାଇଁ ଆମେରିକା ସ୍ଥିତ ଏଫ୍‌ବିଆଇର ସହାୟତା ଲୋଡାଯାଇଛି । ଏସଂକ୍ରାନ୍ତୀୟ ସୁବିଧା ପାଇଁ ଭାରତ ସରକାରଙ୍କୁ ଚିଠି ଲେଖାଯାଇଛି । ସେହିଭଳି ଓଡ଼ିିଶା ହାଇକୋର୍ଟଙ୍କଦ୍ୱାରା ମନୋନୀତ ହାଇକୋର୍ଟର ଜଣେ ଅବସରପ୍ରାପ୍ତ ବିଚାରପତି ଏହି ଯାଞ୍ଚର ତଦାରଖ କରୁଛନ୍ତି । ସ୍ୱଚ୍ଛତା ବଜାୟ ରଖିବା ପାଇଁ ଉଚ୍ଚମାନର ଅନୁସନ୍ଧାନ କରାଯାଉଛି । ଓଡ଼ିଶା ବିଜେପି ଏହି ଘଟଣାକୁ ନେଇ ହୀନ ଓ ଶସ୍ତା ରାଜନୀତି ଜାରିରଖିପାରେ । କାରଣ ସେମାନେ ଏହିଭଳି ସମ୍ବେଦନଶୀଳ ଅପରାଧିକ ମାମଲା ଉପରେ ରାଜନୀତି କରିବା ବ୍ୟତୀତ ଅନ୍ୟ କିଛି ଜାଣନ୍ତିନାହିଁ ବୋଲି ଡକ୍ଟର ପାତ୍ର କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking