31.1 C
Bhubaneswar
Wednesday, April 29, 2026
Homeଓଡିଶାଓଡ଼ିଶାକୁ ଧୋକା ଦେଉଛି ବିଜେପି : ନିଶିକାନ୍ତ ମହାପାତ୍ର

ଓଡ଼ିଶାକୁ ଧୋକା ଦେଉଛି ବିଜେପି : ନିଶିକାନ୍ତ ମହାପାତ୍ର

ଭୁବନେଶ୍ୱର : ଆପଣମାନେ ଜାଣିଥିବେ ନିର୍ବାଚନ ପୂର୍ବରୁ ଓଡ଼ିଶାବାସୀଙ୍କୁ ବିଜେପି ଅନେକ ପ୍ରତିଶ୍ରୁତି ଦେଇଥିଲା।ସରକାର ଗଠନ କରିବାର ୧୦୦ଦିନ ପୂରଣ ହେବାକୁ ଯାଉଥିଲାବେଳେ ଏକାଧିକ ପ୍ରତିଶ୍ରୁତି ପାଣିର ଗାର ସଦୃଶ ପ୍ରତୀୟମାନ ହେଉଛି। ନିର୍ବାଚନ ବୈତରଣୀ ପାର ହେବା ପାଇଁ ପ୍ରଚାର ଓ ଭାଷଣ ମାଧ୍ୟମରେ ବିଜେପି ନେତା ଓ କେନ୍ଦ୍ରମନ୍ତ୍ରୀ ଗ୍ୟାରେଣ୍ଟି ଦେଇ କହୁଥିଲେ ଯେ ବିଜେପି ସରକାରକୁ ଆସିଲେ ପ୍ରତ୍ୟେକ ଉପଭୋକ୍ତାଙ୍କୁ ୩୦୦ ୟୁନିଟ ମାଗଣା ବିଜୁଳି ଦିଆଯିବ ଯାହା ସଂପ୍ରତି ଜନତାଙ୍କ ପ୍ରତି ମହା ଛଳନାରେ ପରିଣତ ହୋଇଛି। ଅନୁରୂପ ଭାବେ ବାର୍ଦ୍ଧକ୍ୟ ଭତ୍ତା ୩ ହଜାର ୫୦୦ ଟଙ୍କା ଦେବାର ନିର୍ବାଚନୀ ସଂକଳ୍ପ ପତ୍ରରେ ଉଲ୍ଲେଖ କରିଥିଲାବେଳେ ବର୍ତ୍ତମାନ ୮୦ ବର୍ଷ ଅତିକ୍ରାନ୍ତ କରିଥିବା ବୃଦ୍ଧ ଲୋକଙ୍କୁ ଉକ୍ତ ଅର୍ଥରାଶି ମିଳିବାର ସର୍ତ୍ତ ରଖିବା ନିଶ୍ଚୟ ଓଡ଼ିଶାର ହଜାର ହଜାର ବୟୋବୃଦ୍ଧଙ୍କ ପ୍ରତି ସରକାରଙ୍କର ଏକ ବିକୃତ ପରିହାସ । ଭାଜପା ତାର ନିର୍ବାଚନୀ ସଂକଳ୍ପ ପତ୍ରରେ ସୁଭଦ୍ରା ଯୋଜନା ଦ୍ୱାରା ପ୍ରତ୍ୟେକ ମହିଳା ହିତାଧିକାରୀଙ୍କୁ ୨ ବର୍ଷରେ ୫୦ ହଜାର ଟଙ୍କା ଦେବାର ସ୍ଵପ୍ନ ଦେଖାଇ ମାସକୁ ମାତ୍ର ୮୩୩ଟଙ୍କା ଦେବାର ଘୋଷଣା କରିବା ନିଶ୍ଚିତ ଭାବେ ଓଡ଼ିଶାର ନିରୀହ ମା, ଭଉଣୀମାନଙ୍କ ବିଶ୍ଵାସରେ ବିଷ ଭରିବାର ଦୁଷ୍କର୍ମ ବିଜେପି ସରକାର ପ୍ରତିପାଦିତ କରିଛି। ଏହି ଯୋଜନାର ଲାଭ ପାଇବା ଆଶାରେ ରାତି ରାତି ମା , ଭଉଣୀମାନେ ବିଭିନ୍ନ ସ୍ଥାନରେ ଲମ୍ବା ଲାଇନରେ ଛିଡ଼ା ହୋଇ ପ୍ରବଳ ହଇରାଣ ହରକତ ହେଉଥିବାର ଦୃଶ୍ୟ ଆହୁରି ଅଧୈର୍ଯ୍ୟ ପରିସ୍ଥିତି ସୃଷ୍ଟି କରୁଛି। ବିଜେପି ସରକାର ଦ୍ଵାରା ସୃଷ୍ଟ ମହିଳା ମାନଙ୍କ ପ୍ରତି ଏତାଦୃଷ ଅମାନବୀୟ ଆଚରଣ ସବୁ ମହଲରେ ଗଭୀର ଉଦବେଗ ସୃଷ୍ଟି କରିଛି। ଓଡ଼ିଶାରେ ମଦ ବନ୍ଦ କରିବାପାଇଁ ପ୍ରତିଶ୍ରୁତି ଦେଇଥିବା ବିଜେପି ସରକାର ଅତି ଚଞ୍ଚକତାପୂର୍ଣ୍ଣ ନୂଆ ଅବକାରୀ ନୀତି ଆଧାରରେ ନଦୀ ,ଡ୍ୟାମ୍ ଏବଂ ସମୁଦ୍ର କୂଳରେ ମଦ କୁଡିଆ ଯୋଜନା ଲାଗୁ କରି ନୂଆ ମଦ କୁଡିଆମାନ ଖୋଲିବାକୁ ଯାଉଛନ୍ତି । ଏହିଭଳି ରୋଜଗାର,କୃଷି,ପର୍ଯ୍ୟଟନ, ଶିକ୍ଷା,ସ୍ଵାସ୍ଥ୍ୟ ଏବଂ ମହିଳା ଶିଶୁଙ୍କ ପାଇଁ ମାଳ ମାଳ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ୧୦୦ଦିନ ଭିତରେ ଗୋଟେ ବି କାର୍ଯ୍ୟକାରୀ କରିନାହାନ୍ତି ବିଜେପି ସରକାର । ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପିର ଏହି ସମସ୍ତ ନିର୍ବାଚନୀ ଜୁମଲାକୁ ଆମ୍ ଆଦ୍‌ମୀ ପାର୍ଟି କଡ଼ା ନିନ୍ଦା କରିବା ସହ ଭାଜପାର ଏହି ଦୋମୁଁହା ଚରିତ୍ର ପ୍ରତି ସତର୍କ ରହିବାକୁ ଓଡ଼ିଶାବାସୀଙ୍କୁ ଅନୁରୋଧ କରୁଛି। ମିଛ ପ୍ରତିଶ୍ରୁତି ସବୁକୁ ଆଧାର କରି ବିଜେପି ଓଡ଼ିଶା ବାସୀଙ୍କୁ ଯେଉଁଭଳି ଭାବେ ଧୋକା ଓ ଛଳନାର ଉପହାର ଦେଇଛି ଏହା ବିରୁଦ୍ଧରେ ଆମ୍ ଆଦ୍‌ମୀ ପାର୍ଟି ଆସନ୍ତା ତା୧୩
ଆଗାମୀ ଦିନରେ ବିଜେପି ସରକାର ନିର୍ବାଚନ ପୂର୍ବରୁ ଦେଇଥିବା ପ୍ରତିଶ୍ରୁତି ସବୁକୁ ସମୟ ମୁତାବକ ଯଦି /୦୯/୨୦୨୪ରିଖ ଦିନ ୧୧ଟା ସମୟରେ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନ ଛକରେ ଏକ ପ୍ରତିବାଦ ସଭାର ଆୟୋଜନ କରିବାକୁ ଯାଉଛି।ପୂରଣ ନ କରନ୍ତି ତେବେ ଜନତାଙ୍କ ସ୍ଵାର୍ଥ ନିମିତ୍ତ ଆମ୍ ଆଦ୍‌ମୀ ପାର୍ଟି କ୍ରମାଗତ ଭାବେ ଆନ୍ଦୋଳନକୁ ଓହ୍ଲେଇବାକୁ ପଛଘୁଞ୍ଚା ଦେବ ନାହିଁ। ଆଜିର ପ୍ରେସମିଟରେ ରାଜ୍ୟ ଆବାହକ ଶ୍ରୀ ନିଶିକାନ୍ତ ମହାପାତ୍ର, ରାଜ୍ୟ ସଂଗଠନ ସମ୍ପାଦକ ଶ୍ରୀ ସନ୍ଦୀପ୍ତ ଦାସ, ଭୁବନେଶ୍ୱର ସଭାପତି ଶ୍ରୀ ଜୟସୂର୍ଯ୍ୟ କାନୁନଗୋ ଉପସ୍ଥିତ ଥିଲେ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking